Kartik Aaryan: କାର୍ତ୍ତିକ ଆର୍ଯ୍ୟନ୍ଙ୍କ ବଡ଼ ଧମାକା, ଧର୍ମା ପ୍ରଡକ୍ସନ୍ସର ବିଗ୍ବଜେଟ୍ ଫିଲ୍ମ ‘କାଲିୟା’ରେ ଆସିବେ ନଜର
"ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସଫଳତାର ଧାରା ଜାରି ରହିଛି।
ଭୁଲ୍ ଭୁଲୈୟା ୨, ଭୁଲ୍ ଭୁଲୈୟା ୩, ସୋନୁ କେ ଟିଟୁ କି ସ୍ୱିଟି ଏବଂ ପ୍ୟାର୍ କା ପଞ୍ଚନାମା ଫ୍ରାଞ୍ଚାଇଜ୍ ଭଳି ସଫଳ ଫିଲ୍ମ ଦେବା ପରେ ଏବେ ଧର୍ମା ପ୍ରଡକ୍ସନ୍ସର ସବୁଠାରୁ ବଡ଼ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଏହି ଅଭିନେତା।Advertisment କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ହାତ ମିଳାଇଛନ୍ତି କରଣ ଜୋହର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାର୍ତ୍ତିକ ଆର୍ଯ୍ୟନ୍ଙ୍କ ଆଗାମୀ ଫିଲ୍ମ ହେଉଛି ଏକ ବଡ଼ ବଜେଟ୍ର ଭବ୍ୟ ସିନେମା କାଲିୟା।
ଏହି ଫିଲ୍ମର ସୁଟିଂ ଡିସେମ୍ବର ୨୦୨୬ରୁ ଆରମ୍ଭ ହେବାକୁ ଯୋଜନା ରହିଛି।
କରଣ ଜୋହର ଏବଂ ତାଙ୍କ ଟିମ୍ ଏହି ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ହାତ ମିଳାଇଛନ୍ତି।
ଏହା ଧର୍ମା ପ୍ରଡକ୍ସନ୍ସର ଏଯାବତ୍ ସବୁଠାରୁ ବଡ଼ ସିନେମା ବୋଲି କୁହାଯାଉଛି।
ଦ ନାଇଟ୍ ମ୍ୟାନେଜର ପାଇଁ ପରିଚିତ ନିର୍ଦ୍ଦେଶକ ସନ୍ଦୀପ ମୋଦୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ।
ବିଶେଷ କଥା ହେଉଛି, ଏହି ଫିଲ୍ମ ଜରିଆରେ ତିନି ଜଣ ଜାତୀୟ ପୁରସ୍କାର ବିଜେତା ପ୍ରତିଭା ଏକାଠି ହେବାକୁ ଯାଉଛନ୍ତି।
ସେମାନେ ହେଲେ ଚନ୍ଦୁ ଚାମ୍ପିଅନ୍ ପାଇଁ ଜାତୀୟ ପୁରସ୍କାର ପାଇଥିବା କାର୍ତ୍ତିକ ଆର୍ଯ୍ୟନ୍, ବେଷ୍ଟ ଫ୍ରେଣ୍ଡସ୍ ଫରଏଭର୍ ପାଇଁ ପୁରସ୍କୃତ ସନ୍ଦୀପ ମୋଦୀ ଏବଂ ରକି ଔର୍ ରାନୀ କି ପ୍ରେମ କାହାନୀ ପାଇଁ ଜାତୀୟ ପୁରସ୍କାର ପାଇଥିବା କରଣ ଜୋହର।
ନିଆରା ପୌରାଣିକ କାହାଣୀ ସୂତ୍ରର ସୂଚନା ଅନୁଯାୟୀ, କାଲିୟା ଏକ ନିଆରା ପୌରାଣିକ କାହାଣୀ ଓ କଳ୍ପିତ ପ୍ରାଣୀକୁ ନେଇ ଆଧାରିତ ଫିଲ୍ମ ହେବ।
ଏହାକୁ ବଡ଼ ବଜେଟ୍ରେ ନିର୍ମାଣ କରାଯିବ।
ଚଳିତ ଦୀପାବଳିରେ ଏକ ଆକର୍ଷଣୀୟ ଭିଡିଓ ଜରିଆରେ ଫିଲ୍ମର ଘୋଷଣା କରାଯିବାକୁ ଯୋଜନା ରହିଛି।
ଏହି ଭିଡିଓକୁ ରାମାୟଣ ଫିଲ୍ମର ସମସ୍ତ ପ୍ରିଣ୍ଟ ସହ ଯୋଡ଼ାଯିବ ବୋଲି ମଧ୍ୟ କୁହାଯାଇଛି।
ବର୍ତ୍ତମାନ ଫିଲ୍ମଟି ପ୍ରି-ପ୍ରଡକ୍ସନ୍ ବା ପ୍ରାକ୍-ନିର୍ମାଣ ପର୍ଯ୍ୟାୟରେ ରହିଛି।
Farmer Dies: ପାରଳାଖେମୁଣ୍ଡି କଲେଜ ରୋଡ୍ରେ ଅଟୋ ଧକ୍କା, ଚାଷୀଙ୍କ ମୃତ୍ୟୁ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
