Karnnataka: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୌତମ ଆଦାନୀ
"ବେଙ୍ଗାଲୁରୁ: ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ରବିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଭେଟି ପ୍ରାୟ ୧ ଘଣ୍ଟା କାଳ ଆଲୋଚନା କରିଛନ୍ତି।
ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍ ଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି।
ଆର୍ଟ ଅଫ୍ ଲିଭିଂ ସେଣ୍ଟର ପରିଦର୍ଶନ କରିବା ପରେ ବିମାନବନ୍ଦରରୁ ଫେରିବା ସମୟରେ ଆଦାନୀ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ତାଙ୍କ ସଦାଶିବନଗର ବାସଭବନରେ ଭେଟିଛନ୍ତି।Advertisment ଆହୁରି ପଢନ୍ତୁ : Liquor tragedy: ଗୁଜରାଟ ବିଷାକ୍ତ ମଦଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଲା ହେବ୍ବଲରୁ ସିଲକ୍ ବୋର୍ଡକୁ ପ୍ରସ୍ତାବିତ ସୁଡ଼ଙ୍ଗ ସଡ଼କ ପ୍ରକଳ୍ପ ପାଇଁ ଆଦାନୀ ଏଣ୍ଟରପ୍ରାଇଜେସ୍ ସର୍ବନିମ୍ନ ବିଡରଭାବେ ଉଭା ହୋଇଛି।
ଟେଣ୍ଟର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନଥିବାବେଳେ ଆଦାନୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
ତେବେ ଆଲୋଚନା ସମୟରେ ଏହି ପ୍ରକଳ୍ପ ପ୍ରସଙ୍ଗ ଉଠିଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ କର୍ଣ୍ଣାଟକ ବିଜେପି ପକ୍ଷରୁ କଂଗ୍ରେସକୁ ଏଥିପାଇଁ ସମାଲୋଚନା କରାଯାଇଛି।
କଂଗ୍ରେସ ଦୋମୁହାଁ ନୀତି ଗ୍ରହଣ କରୁଛି।
ଦିଲ୍ଲୀରେ ଆଦାନୀଙ୍କୁ ବିରୋଧ କରୁଥିବାବେଳେ କର୍ଣ୍ଣାଟକରେ ସମର୍ଥନ କରୁଛି।
ଆଦାନୀଙ୍କୁ ଭେଟିବା ପାଇଁ ରାହୁଲ ଗାନ୍ଧୀ ଶିବକୁମାରଙ୍କୁ ଅନୁମତି ଦେଇଥିଲେ କି ବୋଲି ବିଜେପି ନେତା ଆର୍ ଅଶୋକା ପ୍ରଶ୍ନ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

