Karn Sharma: ଅବସର ନେଲେ କର୍ଣ୍ଣ ଶର୍ମା
"ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର୍ କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ରୁ ଅବସର ନେଇଛନ୍ତି।
୩୮ ବର୍ଷୀୟ କର୍ଣ୍ଣ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ୍, ୨ ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ।
ସଂପ୍ରତି ୟୁପିଟି୨୦ ଲିଗ୍ରେ କାନପୁର ସୁପରଷ୍ଟାର୍ରୁ ଖେଳୁଥିବା ଅବସରରେ ସେ ଏଭଳି ନିଷତ୍ତି ନେଇଛନ୍ତି।
ସେ ନିଜର ଶେଷ ମ୍ୟାଚ୍ ମଙ୍ଗଳବାର ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ମେରୁଟ୍ ମାଭରିକ୍ସ ବିପକ୍ଷରେ ଖେଳିବେ। ""ମୁଁ କେବଳ ଅବସର ଚାହୁଛି।
ମଙ୍ଗଳବାର ମୁଁ ଶେଷ ମ୍ୟାଚ୍ ଖେଳିବି।
ସମସ୍ତ କ୍ରିକେଟ୍ରୁ ଅବସର ନେଉଛି।
ଏହାପରେ ମୁଁ କ୍ରିକେଟ୍ ସହ ପ୍ରଶିକ୍ଷକ ଓ ଅନ୍ୟ ଦାୟିତ୍ବରେ ଯୋଡ଼ି ରହିବି।
ମୋର ଏହି ଯାତ୍ରାରେ ସହଯୋଗ କରିଥିବା ମୋ ପରିବାର, ବିସିସିଆଇ, ରେଳବାଇ, ୟୁପିସିଏ ଓ ଆନ୍ଧ୍ର ସହ ଅନ୍ୟସମସ୍ତଙ୍କୁ ଧନ୍ୟବାଦ ଦେଉଛି"" ବୋଲି କର୍ଣ୍ଣ ଅବସର ଘୋଷଣା ବେଳେ କହିଛନ୍ତି।Advertisment ୨୦୨୫ରେ ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ କର୍ଣ୍ଣ ମେରୁଟ୍ ବାସିନ୍ଦା କର୍ଣ୍ଣ ୨୦୧୪ରେ କ୍ରିକେଟ୍ର ସମସ୍ତ ଫର୍ମାଟ୍ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।
ଆଡିଲେଡ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଖେଳିବା ପରେ ବମିଂହାମରେ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳିଥିଲେ।
ସେହିବର୍ଷ ଶ୍ରୀଲଙ୍କା ବିପକ୍ଷରେ ୨ଟି ଯାକ ଦିନିକିଆ ଖେଳିଥିଲେ।
ଘରୋଇ କ୍ରିକେଟ୍ରେ ଏହି ଭେଟରାନ୍ ୯୭ ପ୍ରଥମ ଶ୍ରେଣୀରେ ୨୭୦, ୧୨୩ ଲିଷ୍ଟ୍-ଏ"ରେ ୧୨୩ ଓ ୧୯୧ ଟ୍ବେଣ୍ଟି-୨୦ରେ ୧୬୮ ୱିକେଟ୍ ଅକ୍ତିଆର କରିଛନ୍ତି।
ରେଳବାଇ, ଆନ୍ଧ୍ରପ୍ରଦେଶ ଓ ବିଦର୍ଭ ପକ୍ଷରୁ ସେ ଘରୋଇ କ୍ରିକେଟ୍ ଖେଳିଥିଲା ବେଳେ ଉତ୍ତରପ୍ରଦେଶ ପକ୍ଷରୁ ବୟସ ଗ୍ରୁପ୍ରେ ଖେଳିଥିଲେ।
ସେ ପ୍ରଥମ ଖେଳାଳି ଭାବେ ଲଗାତାର ୩ ଆଇପିଏଲ୍ ମୁକୁଟ ଜିତିବାର ଗୌରବ ପାଇଥିଲେ।
୨୦୧୬ରେ ସନ୍ରାଇଜର୍ସ ହାଇଦ୍ରାବାଦ, ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରୁ ସେ ଏହି ସଫଳତା ପାଇଥିଲେ।
୨୦୨୧ରେ ନିଜର ଚତୁର୍ଥ ଆଇପିଏଲ୍ ଟ୍ରଫି ଚେନ୍ନାଇ ଦଳରେ ରହି ପାଇଥିଲେ।
୨୦୨୬ରେ ଅନ୍ସୋଲ୍ଡ ଥିବା କର୍ଣ୍ଣ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ।
German: ବେୟର୍ନ ମୁନିକ୍ ଜିତିଲା ଜର୍ମାନ ସୁପରକପ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

