Kanya Pujan: କନ୍ୟା ପୂଜନ ସମୟରେ ଜଣେ ଛୋଟ ବାଳକଙ୍କୁ ବସା ଯିବାର କ’ଣ ରହିଛି ମହତ୍ତ୍ବଜାଣନ୍ତୁ
"ଶାରଦୀୟ ନବରାତ୍ରୀରେ ମା" ଦୁର୍ଗାଙ୍କ ଆରାଧନା ସହ କନ୍ୟା ପୂଜନର ବିଶେଷ ମହତ୍ତ୍ୱ ରହିଛି।
ଏହି ପରମ୍ପରାରେ ନଅ ଜଣ କନ୍ୟାଙ୍କୁ ଦେବୀଙ୍କ ନଅଟି ସ୍ୱରୂପ ଭାବେ ପୂଜା କରାଯାଇ ଭୋଜନ କରିବାକୁ ଦିଆଯାଏ।
ତେବେ ଅନେକ ସ୍ଥାନରେ କନ୍ୟାମାନଙ୍କ ସହ ଜଣେ ଛୋଟ ବାଳକଙ୍କୁ ମଧ୍ୟ ବସାଯାଏ ।
ଏହି ବାଳକଙ୍କୁ ଲୋକପରମ୍ପରାରେ "ଲଙ୍ଗୁର" ବା "ବଟୁକ ଭୈରବ" ବୋଲି କୁହାଯାଏ।
ଏହା ପଛରେ ରହିଛି ଏକ ଧାର୍ମିକ ମାନ୍ୟତା।Advertisment ମା" ଦୁର୍ଗାଙ୍କ ରକ୍ଷକ ବଟୁକ ଭୈରବ ପୌରାଣିକ ମାନ୍ୟତା ଅନୁଯାୟୀ, ଭୈରବ ବାବାଙ୍କୁ ଭଗବାନ ଶିବଙ୍କ ଏକ ସ୍ୱରୂପ ଭାବେ ଗ୍ରହଣ କରାଯାଏ।
ବଟୁକ ଭୈରବଙ୍କୁ ମା" ଦୁର୍ଗାଙ୍କ ଦ୍ୱାରପାଳ ଓ ରକ୍ଷକ ଭାବେ ପୂଜା କରାଯାଏ।
ଏହି ବିଶ୍ୱାସ ଅନୁସାରେ, କନ୍ୟା ପୂଜନ ସମୟରେ କନ୍ୟାମାନଙ୍କ ସହ ବଟୁକ ଭୈରବଙ୍କ ପ୍ରତୀକ ଭାବେ ଜଣେ ବାଳକଙ୍କୁ ବସାଇ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ପୂଜା କରିବା ସହ ବଟୁକ ଭୈରବଙ୍କ ପ୍ରତୀକ ରୂପୀ ବାଳକଙ୍କୁ ସମ୍ମାନର ସହ ଭୋଜନ କରାଇଲେ ପୂଜା ସମ୍ପୂର୍ଣ୍ଣ ହୁଏ।
ଏହାଦ୍ୱାରା ମା" ଦୁର୍ଗାଙ୍କ ଆଶୀର୍ବାଦ ମିଳିବା ସହ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହେ ବୋଲି ଲୋକବିଶ୍ୱାସ ରହିଛି।
ହନୁମାନଙ୍କ ପ୍ରତୀକ କେତେକ ଲୋକପରମ୍ପରାରେ ଏହି ବାଳକଙ୍କୁ ବାଲ୍ୟ ହନୁମାନଙ୍କ ପ୍ରତୀକ ଭାବେ ମଧ୍ୟ ଗ୍ରହଣ କରାଯାଏ।
ନବରାତ୍ରିରେ କନ୍ୟା ପୂଜନ ସମୟରେ ତାଙ୍କୁ ଆଦରସତ୍କାର କରିବା, ଭୋଜନ କରାଇବା ଓ ଦକ୍ଷିଣା ପ୍ରଦାନ କରିବା ଶୁଭ ବୋଲି ବିଶ୍ୱାସ ରହିଛି।
ଏହି ପରମ୍ପରା ମାଧ୍ୟମରେ ଶକ୍ତି ଓ ରକ୍ଷାର ପ୍ରତୀକ ଭାବେ ଦେବୀଙ୍କ ସହ ଭୈରବ ବା ହନୁମାନଙ୍କୁ ସମ୍ମାନ ଜଣାଯାଏ।
Life-Mantra: ଜୀବନ-ମନ୍ତ୍ର: ନବଦୁର୍ଗା କାତ୍ୟାୟନୀ ଏହି ପରମ୍ପରା ସବୁ ଅଞ୍ଚଳରେ ସମାନ ନୁହେଁ।
ଏହା ଅଞ୍ଚଳଭେଦରେ ପ୍ରଚଳିତ ଧାର୍ମିକ ବିଶ୍ୱାସ ଓ ଲୋକପରମ୍ପରା ସହ ଜଡ଼ିତ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
