Welcome!

Unlock your personalized experience.
Sign Up

Kandhamal: କନ୍ଧମାଳର ପୁଣି ଯୋଡ଼ାମୁଣ୍ଡ ଶିଶୁ ଚର୍ଚ୍ଚା: ଏମ୍‌କେସିଜିରେ ଜନ୍ମ, ଚିକିତ୍ସା ପାଇଁ ସ୍ବତନ୍ତ୍ର ଟିମ୍‌

Oct 14, 2026 - 02:52
Kandhamal: କନ୍ଧମାଳର ପୁଣି ଯୋଡ଼ାମୁଣ୍ଡ ଶିଶୁ ଚର୍ଚ୍ଚା: ଏମ୍‌କେସିଜିରେ ଜନ୍ମ, ଚିକିତ୍ସା ପାଇଁ ସ୍ବତନ୍ତ୍ର ଟିମ୍‌

ବ୍ରହ୍ମପୁର: ଯୋଡ଼ାମୁଣ୍ଡ ଶିଶୁଙ୍କୁ ନେଇ କନ୍ଧମାଳଜିଲ୍ଲା ପୁଣି ଚର୍ଚ୍ଚାକୁ ଆସିଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଏହି ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ନେଇଛନ୍ତି। ତୁମୁଡିବନ୍ଧ ବ୍ଲକ ତିଡ଼ିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ରୁନି ମାଝୀଙ୍କ ପ୍ରସବ ବେଦନା ହେବାରୁ ଗତ ରବିବାର ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ଯୋଡ଼ାମୁଣ୍ଡ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ଓଜନ ୨.୬ କିଲୋଗ୍ରାମ ରହିଛି। ଶିଶୁଙ୍କର ମେରୁଦଣ୍ଡ ଦୁଇଟି, ହାତ ତିନିଟି ଓ ଗୋଡ଼ ଦୁଇଟି ଅଛି। କିନ୍ତୁ ହୃତ୍‌ପିଣ୍ଡ, ଯକୃତ ଓ ଯୌନାଙ୍ଗ ‌ଗୋଟିଏ ରହିଛି। ତେବେ ମଳଦ୍ବାର ନାହିଁ। ଶ୍ବାସକ୍ରିୟାରେ ସମସ୍ୟା ହେଉଥିବାରୁ ଏସ୍‌ଏନ୍‌ସିୟୁରେ ରଖାଯାଇଛି। ଆବଶ୍ୟକସ୍ଥଳେ ଭୁବନେଶ୍ବର ଏମ୍‌ସକୁ ରେଫର କରାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ଅସ୍ତ୍ରୋପଚାର ଜରିଆରେ ରୁନି ସନ୍ତାନ ପ୍ରସବ କରିଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। 

SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା

ଶିଶୁ ଶଲ୍ୟ ବିଭାଗର ମୁଖ୍ୟ ଡା.ମାନସ ରଞ୍ଜନ ଦାଶ କହିଛନ୍ତି, ଏଭଳି ଅବସ୍ଥାରେ ଶିଶୁ ଜନ୍ମଗ୍ରହଣ କରିବା ଅତ୍ୟନ୍ତ ବିରଳ। ଏହିପରି ମାମଲା ତିନି ଲକ୍ଷରୁ ଚାରିଲକ୍ଷରେ ଗୋଟିଏ ଆସିଥାଏ। ଡାକ୍ତରୀ ପାଠରେ ଏହାକୁ ‘ପାରାପାଗସ’ ବୋଲି କୁହାଯାଏ। ଏହା ‘କନଜୋଇନଡ ଟ୍ୱିନସ’। ଯାହାକି ଅତ୍ୟନ୍ତ ବିରଳ। ଏଭଳି ଶିଶୁଙ୍କୁ ଚିକିତ୍ସା କରିବା ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ। ଅଲଟ୍ରାସାଉଣ୍ଡ ପରେ ଶରୀରରେ ଥିବା ଅନ୍ୟାନ୍ୟ ସମସ୍ୟା ବିଷୟରେ ଜଣାପଡ଼ିଛି। ଯୌନାଙ୍ଗ ଗୋଟିଏ ଥିବାରୁ ଅସ୍ତ୍ରୋପଚାର ସହ ବିକଳ୍ପ ବ୍ୟବସ୍ଥା ଚିନ୍ତା କରାଯାଉଛି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। ଏହା ସାଧାରଣତଃ ଡିଏନ୍‌ଏ ଗତ ସମସ୍ୟା କାରଣରୁ ହେଉଥିବା ମନେ ହେଉଛି। ସ୍ୱତନ୍ତ୍ର ଟିମ୍‌ ଜରିଆରେ ଚିକିତ୍ସା ଜାରି ରହିଥିବା ଡା.ଦାଶ କହିଛନ୍ତି। ସୂଚନା ଥାଉକି, ୨୦୧୭ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆ ଚର୍ଚ୍ଚାକୁ ଆସିଥିଲେ। ଦିଲ୍ଲୀ ଏମ୍‌ସରେ ୪୫ ଘଣ୍ଟାରୁ ଅଧିକ ସମୟ ଧରି ଅସ୍ତ୍ରୋପଚାର ପରେ ସେହିବର୍ଷ ଅକ୍ଟୋବର ମାସରେ ଉଭୟଙ୍କୁ ଅଲଗା କରାଯାଇଥିଲା। ତେବେ ଏହି ବିରଳ ଅସ୍ତ୍ରୋପଚାରର ୩ ବର୍ଷ ପରେ ୨୦୨୦ ନଭେମ୍ବର ୨୫ରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ମୃତ୍ୟୁ ଘଟିଥିଲା। ଜଗା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛି।

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)