Kalbaisakhi Havoc ମୈଦଲପୁରରେ କାଳବୈଶାଖୀ, ବଜ୍ରାଘାତରେ ୮ ବଳଦ ମୃତ

Jun 10, 2026 - 19:12
Kalbaisakhi Havoc ମୈଦଲପୁରରେ କାଳବୈଶାଖୀ, ବଜ୍ରାଘାତରେ ୮ ବଳଦ ମୃତ

"ମୈଦଲପୁର: ପାପଡାହାଣ୍ଡି ବ୍ଲକ୍‌ ମୈଦଲପୁର ଅଂଚଳ ରେ ଆଜି (ବୁଧବାର) ଅପରାହ୍ନ ରେ ପ୍ରବଳ ଘଡ଼ଘଡ଼ି ସହ ପବନବର୍ଷା ଅନୁଭୂତ ହୋଇଥିଲା।

ବଜ୍ରାଘାତରେ ଗଛତଳେ ଆଶ୍ରୟ ନେଇଥିବା ୮ଟି ବଳଦର ମୃତ୍ୟୁଘଟିଛି।

Advertisment ସୂଚନାନୁସାରେ, ଅପରାହ୍‌ଣ ୨ଟା ବେଳେ ହଠାତ୍‌ ବର୍ଷାପବନ ମାଡ଼ି ଆସିଥିଲା।

ଘନଘନ ବଜ୍ରପାତ ହୋଇଥିଲା।

ସାନବାର୍ଲି ପଞ୍ଚାୟତର ବଡ଼ବାର୍ଲି ର ଡମୁ ଜାନି ଓ ଜୟ ଜାନିଙ୍କ ୨ଟି ବଳଦ, ଏବଂ ଲକି ଜାନି, ଦଶରଥ ଜାନି, ସରାଧୁ ଜାନି ଓ ଶିବ ଜାନି ଙ୍କ ଗୋଟିଏ ଲେଖାଏଁ ଏଭଳି ମୋଟ ୮ଟି ବଳଦ ଏକ ବରଗଛ ମୂଳେ ଆଶ୍ରୟ ନେଇଥିଲେ।

ବଜ୍ରପାତରେ ସମସ୍ତ ବଳଦଙ୍କ ମୃତ୍ୟୁ ଘଟିଛି।

ମୃତ ବଳଦଗୁଡ଼ିକର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବଳଦ ମାଲିକ ମାନେ କହିଛନ୍ତି।

ସେହିଭଳି, ପବନବର୍ଷାରେ ମାଝୀଗୁଡା ପଞ୍ଚାୟତର ଚାରଖୁଟିଆ ଗୁଡା ଗ୍ରାମରେ କମଳ ଲୋଚନ ଜାନିଙ୍କ ଘର ଆଜବେଷ୍ଟ ଭାଙ୍ଗି ଗୁଣ୍ଡ ହୋଇ ଯାଇଛି l ମୈଦଲପୁର ପଂଚାୟତର ଗୋପୀଗୁଡା ଗ୍ରାମରେ ପଦ୍ମନ ମାଝୀଙ୍କ ଘର ଉପରେ ତେନ୍ତୁଳି ଗଛ ପଡ଼ିଯାଇଛି।

ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇ ନ ଥିବା ଜଣା ପଡିଛି l ଉକ୍ତ ପଂଚାୟତ ର ସଦର କମର୍ଲା ସାହି ରେ ଡୁମୁରି ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ବିଦ୍ୟୁତ୍‌ ସରବରହ ସନ୍ଧ୍ୟା ସୁଦ୍ଧା ବନ୍ଦ ରହିଥିଲା l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।