juvenile escape କୋଡିଙ୍ଗା ଥାନାରୁ ହ୍ୟାଣ୍ଡକପ୍‌ ସହ ଅଭିଯୁକ୍ତ ନାବାଳକ ଚମ୍ପଟ

Jul 22, 2026 - 17:40
juvenile escape କୋଡିଙ୍ଗା ଥାନାରୁ ହ୍ୟାଣ୍ଡକପ୍‌ ସହ ଅଭିଯୁକ୍ତ ନାବାଳକ ଚମ୍ପଟ

"କୋଷାଗୁମୁଡା /କୋଡିଙ୍ଗା: ରୁଟି ଦୋକାନରୁ ଚୋରି କରିଥିବା ମାମଲାରେ ଗିରଫ ହୋଇଥିବା ଜଣେ ନାବାଳକ ଥାନା ପରିସରରୁ ଫେରାର୍‌ ହୋଇଯାଇଛି।

ନାବାଳକଙ୍କୁ ଖୋଜିବାକୁ ପୁଲିସ ନାକେଦମ ହୋଇଛି।

Advertisment Child Helpline 1098 ଦଶପଲ୍ଲାରୁ ୧୦ ବର୍ଷର ନାବାଳକକୁ ଉଦ୍ଧାର ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଗ୍ରାମର ଏକ ବିସ୍କୁଟ୍‌, ରୁଟି ଆଦି ବିକ୍ରି କରୁଥିବା ଦୋକାନରୁ ଚୋରି ହୋଇଥିବା ନେଇ କୋଡିଙ୍ଗା ଥାନାରେ ଏତଲା ଦିଆଯାଇଥିଲା।

ଏତଲାକୁ ଭିତ୍ତି କରି କୋଡିଙ୍ଗା ପୁଲିସ ଜୈନିକ ନାବାଳକକୁ ଗତକାଲି (ମଙ୍ଗଳବାର) ଥାନାରେ ଅଟକ ରଖିଥିଲେ।

Minor Rape and Trafficking Case ନାବାଳିକାଙ୍କୁ ଦୁଷ୍କର୍ମ ଓ ମଥୁରା ଚାଲାଣ ମାମଲା: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ପୁଲିସ ଉକ୍ତ ନାବାଳକ ହାତରେ ହ୍ୟାଣ୍ଡକପ୍‌ ମଧ୍ୟ ପକାଇଥିଲେ।

ପୁଲିସର ହୁଗୁଳା ବ୍ୟବସ୍ଥାର ସୁଯୋଗ ନେଇ ନାବାଳକଜଣକ ଥାନା ପରିସରରୁ ‌ଚମ୍ପଟ ମାରିଛି।

ବର୍ତ୍ତମାନ ସୁଦ୍ଧା ନାବାଳକ ଅଭିଯୁକ୍ତ ମିଳିନଥିବା କୋଡିଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।