FIFA World Cup: ଭୋଜିନ୍‌ହାଙ୍କ ପରିବାରକୁ ଦେଇଥିଲେ ଫାଇନାଲ୍‌ ଟିକଟ୍‌

Jul 22, 2026 - 20:55
FIFA World Cup: ଭୋଜିନ୍‌ହାଙ୍କ ପରିବାରକୁ ଦେଇଥିଲେ ଫାଇନାଲ୍‌ ଟିକଟ୍‌

"ନ୍ୟୁଜର୍ସି: ଫିଫା ବିଶ୍ବକପ୍‌ ୨୦୨୬ରେ ଆଫ୍ରିକୀୟ କ୍ଷୁଦ୍ର ଦେଶ କେପ୍‌ ବର୍ଡେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ନିଜର ପଦାର୍ପଣ ବିଶ୍ବକପ୍‌ରେ ଏହି ଦଳ ଯେଉଁଭଳି ଭାବେ ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଲଢ଼ିଥିଲା ତାହା ଚର୍ଚ୍ଚାର ବିଷୟ ହୋଇଥିଲା।

ଏପରିକି ଆର୍ଜେଣ୍ଟିନା ବିପକ୍ଷ ରାଉଣ୍ଡ ଅଫ୍‌ ୩୨ ମ୍ୟାଚ୍‌ରେ ଏହି ଦଳ ଯେପରି ଲଢ଼େଇ କରିଥିଲା ତାହା ସମସ୍ତଙ୍କ ହୃଦୟ ଜିଣିଥିଲା।

Advertisment ଏହି ମ୍ୟାଚ୍‌ରେ ଦଳର ଗୋଲି ଜୋସିମାର୍‌ ଭୋଜିନ୍‌ହା କିଂବଦନ୍ତି ଖେଳାଳି ଲିଓନେଲ୍‌ ମେସିଙ୍କ ସଟ୍‌କୁ ଯେପରି ଅଟକାଇ ଆଚମ୍ବିତ କରିଥିଲା।

ଏପରିକି ଖୋଦ୍‌ ମେସି ଆଶ୍ଚର୍ଯ୍ୟ ହେବା ସହ ଏହି ଆଫ୍ରିକୀୟ ଖେଳାଳିଙ୍କ ପ୍ରତି ତାଙ୍କର ସମ୍ମାନ ବଢ଼ିଯାଇଥିଲା।

ଏହାର ପ୍ରମାଣ ଉକ୍ତ ମ୍ୟାଚ୍‌ ପରେ ଦେଖିବାକୁ ମିଳିଥିଲା।

ଭୋଜିନ୍‌ହାଙ୍କୁ ଆଲିଙ୍ଗନ କରି ମେସି କହିଥିଲେ, “ତୁମେ ମହାନ, ତୁମ ଦେଶବାସୀ ନିଶ୍ଚିତ ଗର୍ବିତ ହେବେ""।

ମେସିଙ୍କ ଏହି କଥା ଜୀବନସାରା ମନେ ରହିବ ବୋଲି ଭୋଜିନ୍‌ହା କହିବା ସହ ତାଙ୍କ ସହିତ ଜର୍ସି ଅଦଳବଦଳ କରିଥିଲେ।

ତେବେ ଏହା ପରେ ବି ଭୋଜିନ୍‌ହାଙ୍କୁ ମନେ ରଖିଥିଲେ ମେସି।

ଭୋଜିନ୍‌ହାଙ୍କ ପରିବାରର ୪ ଜଣଙ୍କ ପାଇଁ ମେସି ଫାଇନାଲ୍‌ ଦେଖିବାର ବ୍ୟବସ୍ଥା କରିଥିଲେ।

ସେମାନେ ଷ୍ଟାଡିୟମ୍‌ରେ ରହି ମ୍ୟାଚ୍‌ ଉପଭୋଗ କରିଥିଲେ।

ଫାଇନାଲ୍‌ରେ ଆର୍ଜେଣ୍ଟିନା ୦-୧ରେ ପରାସ୍ତ ହୋଇଥିଲେ ବି ମେସିଙ୍କ ମହାନତା ଚର୍ଚ୍ଚାର ବିଷୟ ହୋଇଛି।

World Cup celebrations Spain: ସ୍ପେନ୍‌ରେ ବିଜୟୋତ୍ସବ ବେଳେ ଦୁର୍ଘଟଣା, ୧ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।