13 SEPTEMBER 2026

Welcome!

Unlock your personalized experience.
Sign Up

Junior Women's Asia Cup: କନିଷ୍ଠ ମହିଳା ଏସିଆ କପ୍‌: ସୁପ୍ରିୟାଙ୍କ ହ୍ୟାଟ୍ରିକ୍, ଫାଇନାଲରେ ଭାରତ

Sep 13, 2026 - 06:24
Junior Women's Asia Cup: କନିଷ୍ଠ ମହିଳା ଏସିଆ କପ୍‌: ସୁପ୍ରିୟାଙ୍କ ହ୍ୟାଟ୍ରିକ୍, ଫାଇନାଲରେ ଭାରତ

ମୋକି (ଚୀନ): ଡ୍ରାଗ୍‌-ଫ୍ଲିକ୍‌ ବିଶେଷଜ୍ଞ ସୁପ୍ରିୟାଙ୍କ ଚମତ୍କାର ହ୍ୟାଟ୍ରିକ୍‌ ବଳରେ ଭାରତୀୟ ହକି ଦଳ ଏଏଚ୍‌ଏଫ୍‌ କନିଷ୍ଠ ମହିଳା ଏସିଆ କପ୍‌ ଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ୫-୧ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଏହି ବିଜୟ ସହ ଟାଇଟଲ୍‌ ବଜାୟ ରଖିବାର ଦାବିକୁ ଆହୁରି ମଜଭୁତ କରିଛି।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ସତର୍କତାର ସହ ଖେଳିଥିଲେ। ତେବେ ୧୩ତମ ମିନିଟ୍‌ରେ ମଧୁ ସିଦାରଙ୍କ ଗୋଲ୍‌ରେ ଭାରତ ଅଗ୍ରଣୀ ହୋଇଥିଲା।

Elephant: ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁରେ କପା ଫସଲ ଉଜାଡ଼ିଲେ ହାତୀପଲ

୧୭ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସୁପ୍ରିୟା ଚମତ୍କାର ଡ୍ରାଗ୍‌-ଫ୍ଲିକ୍‌ରେ ଗୋଲ୍‌ରେ ପରିଣତ କରି ଦଳର ଅଗ୍ରଣୀକୁ ୨-୦ କରିଥିଲେ। ୨୧ତମ ମିନିଟ୍‌ରେ ସୁଖବୀର କୌରଙ୍କ ଗୋଲ୍‌ରେ ଭାରତ ୩-୦ରେ ଆଗୁଆ ହୋଇଥିଲା। ଦ୍ୱିତୀୟାର୍ଦ୍ଧର ୩୩ତମ ମିନିଟ୍‌ରେ ସୁପ୍ରିୟା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ନିଜର ଦ୍ୱିତୀୟ ଗୋଲ୍‌ କରିଥିଲେ। ୪୧ତମ ମିନିଟ୍‌ରେ ୟୁରି ଜିଅଙ୍ଗ ଦକ୍ଷିଣ କୋରିଆ ପାଇଁ ଗୋଟିଏ ଗୋଲ୍‌ ଶୁଝାଇଥିଲେ। ଭାରତ ଶେଷ ପର୍ଯ୍ୟନ୍ତ ଚାପ ବଜାୟ ରଖି ୫୬ତମ ମିନିଟ୍‌ରେ ପୁଣି ପେନାଲ୍ଟି କର୍ଣ୍ଣର ପାଇଥିଲା। ସୁପ୍ରିୟା ଏହାକୁ ଗୋଲ୍‌ରେ ପରିଣତ କରି ହ୍ୟାଟ୍ରିକ୍‌ ପୂରଣ କରିବା ସହ ଭାରତକୁ ୫-୧ର ବଡ଼ ବିଜୟ ଦେଇଥିଲେ। ଭାରତ ରବିବାର ଫାଇନାଲରେ ଚୀନ୍‌କୁ ଭେଟିବ। ପୁରୁଷ ବର୍ଗ ଫାଇନାଲ୍‌ରେ ମଧ୍ୟ ଭାରତ ରବିବାର କୋରିଆକୁ ଭେଟିବ।

Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)