Judgement: ମାନସିକ ବିକୃତ କନ୍ୟାକୁ ନିର୍ଯ୍ୟାତନା; ଜେଲ୍ରେ ୨୦ ବର୍ଷ ବିତାଇବେ ଯୁବକ
ପୁରୀ (ଶିବ ପ୍ରସାଦ ଦାସ): ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳର ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜରେ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି।
ଜରିମାନା ଅନାଦେୟ ହେଲେ ଆଉ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।
Advertisment ଅତିରିକ୍ତ ଜିଲ୍ଲା ଜଜ୍ କମ୍ ସେସନ୍ସ ଜଜ୍ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ, ପୁରୀର ବିଚାରପତି ହୃଷିକେଶ ସାହୁ ଆଜି ଟିଆର୍ ୭୪/୨୦୧୮ ମାମଲାର ରାୟ ଶୁଣାଇ ଅଭିଯୁକ୍ତ ନିମାପଡା ଦିଘୋଲ ବସ୍ତି ଶେଖ୍ ଜାନୁ (୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କ'ଣ ଥଲା ମାମଲା ମାମଲାରୁ ଜଣାଯାଏ ୨୦୧୮ ମସିହା ମେ ମାସ ୧୩ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ନିମାପଡ଼ା ଥାନାରେ ଜଣେ ବିଧବା ନିରାଶ୍ରୟା ମହିଳା ଅଭିଯୋଗ କରିଥିଲେ।
ଅଭିଯୋଗରେ ସେ କହିଥିଲେ, ତାଙ୍କର ଦୁଇ ଝିଅ।
ସାନ ଝିଅ ମାନସିକ ବିକୃତ।
ସେ ଓ ବଡ଼ ଝିଅ ଘରେ ନ ଥିବାର ସୁଯୋଗ ନେଇ ଦିଘାଳୋ ବସ୍ତିର ଶେଖ୍ ଜିଲିଙ୍କ ପୁଅ ଶେଖ୍ ଜାନୁ ତାଙ୍କ ଘରେ ପଶି ସାନ ଝିଅକୁ ଘରୁ ଉଠାଇ ନେଇ ଟଣାଓଟରା କରି ଅମାନୁଷିକ ନିର୍ଯ୍ୟାତନା ଦେଇଥିଲା।
ମୁହଁକୁ ଚାପି ଧରି ଇଜ୍ଜତ ବରବାଦ କରିବାକୁ ଉଦ୍ୟମ କରୁଥିବା ବେଳେ ସାହିର ଜଣେ ମହିଳା ପହଞ୍ଚି ହୋହାଲ୍ଲା କରି ଲୋକଙ୍କୁ ଡାକିଥିଲେ।
Sexual Abuse: ଅଶ୍ଳୀଳ ଭିଡିଓ ପଠାଇ ଯୌନଶୋଷଣ; ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ୩୦ ବର୍ଷ ଜେଲ୍ଦଣ୍ଡ ହତ୍ୟା ଧମକ ଦେଇଥିଲା ଯୁବକ ଏହା ପରେ ରାଗରେ ଅଭିଯୁକ୍ତ ପୀଡ଼ିତାଙ୍କୁ ତଳେ ଫୋପାଡ଼ି ମାଡ଼ ମାରି, ଏକଥା କାହାକୁ କହିଲେ ମା' ଝିଅ ଦୁହିଁଙ୍କୁ ହତ୍ୟା କରିବାକୁ ଧମକ ଦେଇ ଫେରାର ହୋଇଯାଇଥିଲା।
ଏହି ମାମଲାରେ ମୋଟ ୧୮ ଜଣ ସାକ୍ଷୀଙ୍କୁ ପରୀକ୍ଷା କରାଯାଇଥିଲା।
ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି।
ନିମାପଡ଼ା ଥାନା ଆଇଆଇସିଙ୍କ ନେତୃତ୍ୱାଧୀନ ଟିମ୍, ସ୍ୱତନ୍ତ୍ର ସରକାରୀ ଓକିଲ ଦିଗ୍ଦର୍ଶନ ପଟ୍ଟନାୟକ ଏବଂ ତଦନ୍ତକାରୀ ଅଧିକାରୀ ନିରଞ୍ଜନ ପାଢ଼ୀଙ୍କ ଶୀଘ୍ର ବିଚାର, ସାକ୍ଷୀ ଉପସ୍ଥାପନ ଓ ୱାରେଣ୍ଟ କାର୍ଯ୍ୟକାରୀ ଯୋଗୁଁ ଏହା ସମ୍ଭବ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
