Judgement: ପୁଲିସ ଯଦି ବଟି ଆଦାୟ କରିବ ତେବେ ସାଧାରଣ ଜନତା ଅଭିଯୋଗ ପାଇଁ କେଉଁଠାକୁ ଯିବେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିନି ଜଣ ପୁଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଖାରଜ କରିବା ସମୟରେ ସୁପ୍ରିମକୋର୍ଟ ଏକ କଡ଼ା ଟିପ୍ପଣୀ ଦେଇଛନ୍ତି। ଜଣେ ଜୁଏଲରଙ୍କଠାରୁ ବଟି ଆଦାୟ ମାମଲାରେ କୋର୍ଟ ସେମାନଙ୍କ ଜାମିନ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଆଇନ ଶୃଙ୍ଖଳା ଅଧିକାରୀମାନେ ନିଜେ ବଟି ଆଦାୟ କରିବେ ସେତେବେଳେ ନାଗରିକମାନେ ଅଭିଯୋଗ ପାଇଁ କାହା ପାଖକୁ ଯିବେ। ଏପରିସ୍ଥଳେ ନାଗରିକମାନଙ୍କ ପାଇଁ ଏକମାତ୍ର ବିକଳ୍ପ ବାକି ଅଛି ,ଚୁପଚାପ୍ ପୋଷାକ ପିନ୍ଧା ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବା।
ଜଣେ ବାପା ଏବଂ ତାଙ୍କ ନାବାଳକ ଝିଅ ତାଙ୍କ ଭାଇଭଉଣୀଙ୍କ ସହିତ ମୁମ୍ବାଇରୁ ଯାତ୍ରା କରୁଥିଲେ। ପୁଲିସ ସେମାନଙ୍କୁ ରେଳ ଷ୍ଟେସନରେ ଅଟକ ରଖିଥିଲା। ସେମାନଙ୍କ ବ୍ୟାଗ୍ ଯାଞ୍ଚ କରିବା ସମୟରେ ୧୪ ଗ୍ରାମ ସୁନା ବାର୍ ଏବଂ ୩୧,୯୦୦ ନଗଦ ମିଳିଥିଲା। ତା’ପରେ ସେମାନଙ୍କୁ ନିକଟସ୍ଥ ଏକ କୋଠରୀକୁ ନିଆଯାଇ ସୁନା ବାର୍ ବଦଳରେ ନଗଦ ଦେବାକୁ ବାଧ୍ୟ କରାଯାଇଥିଲା। ଘଟଣା ପରେ ବାପା ଏକ ଏଫ୍ଆଇଆର୍ ଦାୟର କରିଥିଲେ। ଏହି ମାମଲାରେ ସେସନ୍ସ କୋର୍ଟ ପୁଲିସ ଅଧିକାରୀମାନଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ।
ଆହୁରି ପଢ଼ନ୍ତୁ: Online betting: ଜୁଆକୁ ରାଜ୍ୟ ନିଷିଦ୍ଧ କରିପାରିବେ: ସୁପ୍ରିମକୋର୍ଟ
ତଦନ୍ତ ସମୟରେ ମିଳିଥିବା ସିସିଟିଭି ଫୁଟେଜ୍ ସମୀକ୍ଷା କରିବା ପରେ ବମ୍ବେ ହାଇକୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିଥିଲେ। ହାଇକୋର୍ଟଙ୍କ ଅନୁଯାୟୀ, ଅଭିଯୁକ୍ତମାନେ ପରିଚୟପତ୍ର ପିନ୍ଧିଥିଲେ। ମହାରାଷ୍ଟ୍ର ସରକାର ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ମାଧ୍ୟମରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୁଣାଣି ସମୟରେ, ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଭାରତ ବାଗଲା କହିଥିଲେ ଯେ, ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଉପଯୁକ୍ତ ଭିଡିଓ ରେକର୍ଡିଂ ସହିତ ସନ୍ଧାନ ଏବଂ ଜବତ ପ୍ରକ୍ରିୟା ପରିଚାଳିତ ହୋଇଥାଏ। ତେବେ ପୁଲିସ କର୍ମଚାରୀମାନେ ପିତା ଏବଂ ତାଙ୍କ ଝିଅଙ୍କୁ ଏକ କୋଠରୀକୁ ନେଇଗଲେ ଯେଉଁଠାରେ କୌଣସି କ୍ୟାମେରା ନଥିଲା। ସେ କହିଥିଲେ ଯେ, ନାଗରିକଙ୍କ ବିରୋଧରେ ୟୁନିଫର୍ମ ପିନ୍ଧା ପୁଲିସ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ଏପରି ଅତ୍ୟାଚାରକୁ ସହ୍ୟ କରାଯିବ ନାହିଁ ଏବଂ କୋର୍ଟକୁ ଅବଗତ କରାଇଥିଲେ ଯେ ଉପଯୁକ୍ତ ତଦନ୍ତ ପରେ, ତିନି ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।