Judgement: ମେଟ୍ରୋ ଓ ଟ୍ରେନ୍‌ ଚଳାଚଳ କଟକଣା ନେଇ କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

Oct 13, 2026 - 21:06
Judgement: ମେଟ୍ରୋ ଓ ଟ୍ରେନ୍‌ ଚଳାଚଳ କଟକଣା ନେଇ କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ୍‌ ବନ୍ଦ ଓ ଟ୍ରେନ୍‌ ଚଳାଚଳରେ କଟକଣା ଲଗାଯିବା ସମ୍ପର୍କିତ ମାମଲାର ଶୁଣାଣିକୁ ସୁପ୍ରିମ୍‌କୋର୍ଟ ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ବିଚାରପତି ଜଷ୍ଟିସ୍‌ ଭି.

ମୋହନା ଅସୁସ୍ଥ ଥିବାରୁ ଶୁଣାଣି ଘୁଞ୍ଚାଇବାକୁ ପଡ଼ିଛି।

ଏଥିସହିତ ମେଟ୍ରୋ ଓ ରେଳ ସେବା ବନ୍ଦ ସମ୍ପର୍କରେ ଆବେଦନକାରୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ ଅଧିକ ସମୟ ଦିଆଯାଇଛି।Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲା।

ଜଷ୍ଟିସ୍‌ ମୋହନା ଅସୁସ୍ଥ ଥିଲେ ମଧ୍ୟ ଅଦାଲତକୁ ଆସିଥିବା କଥା ପ୍ରଧାନ ବିଚାରପତି ଓକିଲମାନଙ୍କୁ ଜଣାଇଥିଲେ।

ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସ୍ୱାସ୍ଥ୍ୟଗତ କାରଣକୁ ଗୁରୁତ୍ୱ ଦେଇ ଶୁଣାଣି ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ।

ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ମଧ୍ୟ ଏଥିରେ ସହମତି ଜଣାଇଥିଲେ।

ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନଅକ୍ଟୋବର ୧୦ରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଷ୍ଟେସନ୍‌ ବନ୍ଦ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଦାଖଲ ହୋଇଥିବା ଆବେଦନରେ ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ କରାଯାଇଥିବା ଦାବି କରାଯାଇଛି।

ମେଟ୍ରୋ ଓ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ନ କରିବାକୁ କୋର୍ଟ ପୂର୍ବରୁ କହିଥିଲେ।  "ସିଏଏ" ବିରୋଧରେ ପ୍ରତିବାଦ କରିବାକୁ ଦିଲ୍ଲୀର ଜାଫ୍ରାବାଦ ମେଟ୍ରୋ ଷ୍ଟେସନ୍‌ ବାହାରେ ମହିଳା ସମାଗମ ଅବମାନନା ଆବେଦନର ଜରୁରି ଶୁଣାଣିଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଜଣେ ସାମ୍ବାଦିକଙ୍କ ପକ୍ଷରୁ ଦାଖଲ ଅବମାନନା ଆବେଦନର ଜରୁରି ଶୁଣାଣି ଦାବି କରିଥିଲେ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଜବାବୀ ସତ୍ୟପାଠ ମଙ୍ଗଳବାର ସୁଦ୍ଧା ଦାଖଲ ହେବାର ଥିଲା।

ସଲିସିଟର ଜେନେରାଲ ମେହେଟ୍ଟା କହିଥିଲେ ଯେ ସତ୍ୟପାଠ ପ୍ରସ୍ତୁତ ଅଛି, କିନ୍ତୁ ଏହାକୁ ଅଧିକ ସମ୍ପୂର୍ଣ୍ଣ କରିବା ପାଇଁ କିଛି ତଥ୍ୟ ଯୋଡ଼ିବାକୁ ଚାହୁଛନ୍ତି।

ଖଣ୍ଡପୀଠ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମୟ ବଢ଼ାଇବା ସହ ଜବାବର ନକଲ ଆବେଦନକାରୀଙ୍କ ଓକିଲମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)