Judgement: ନଭେମ୍ବର ୨୪ରେ ଦୀପ ଜାଳିବାକୁ ଅନୁମତି ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ତାମିଲନାଡ଼ୁର ମଦୁରାଇସ୍ଥିତ ତିରୁପରନକୁନ୍ଦ୍ରମ ପାହାଡ଼ ଶିଖରରେ ଥିବା ଦୀପଥୁନ୍ ନାମକ ପଥର ସ୍ତମ୍ଭରେ ପାରମ୍ପରିକ କାର୍ତ୍ତିଗାଇ ଦୀପମ୍ ଜାଳିବାକୁ ନେଇ ଲାଗି ରହିଥିବା ବିବାଦ ଉପରେ ଆଜି ସୁପ୍ରିମ୍କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।
ଆସନ୍ତା ନଭେମ୍ବର ୨୪ରେ ପାହାଡ଼ ଶିଖରରେ ଥିବା ଏହି ସ୍ତମ୍ଭରେ ଦୀପ ଜାଳିବାକୁ ଅଦାଲତ ଅନୁମତି ଦେଇଛନ୍ତି।
ତେବେ ଏହି ଅନୁମତି କେବଳ ଗୋଟିଏ ଥର ପାଇଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
Advertisment ଜଷ୍ଟିସ୍ ଅରବିନ୍ଦ କୁମାର ଓ ବିପୁଳ ଏମ୍ ପଞ୍ଚୋଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଦୀପ ଜାଳିବା ପାଇଁ କେବଳ ମନ୍ଦିର ପ୍ରଶାସନର ଏକ ଛୋଟ ପ୍ରତିନିଧି ଦଳ ଏବଂ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିବ।
ସାଧାରଣ ଲୋକଙ୍କ ପ୍ରବେଶ ନିଷିଦ୍ଧ ରହିବ।
ମଦୁରାଇ ଜିଲ୍ଲାପାଳ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରତ୍ନତତ୍ତ୍ୱ ବିଭାଗ ଓ ପୁଲିସ କମିସନରଙ୍କ ସହ ପରାମର୍ଶ କରି ଦୀପ ଜାଳିବା ପାଇଁ ଯିବାକୁ ଥିବା ବ୍ୟକ୍ତିଙ୍କୁ ଚୟନ କରିବେ।
ସମଗ୍ର ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତା ନିଆଯାଇପାରିବ।
ଏଥିସହ ସେହି ଅଞ୍ଚଳରେ ସାଧାରଣ ସମାବେଶ, ଶୋଭାଯାତ୍ରା, ପ୍ରଦର୍ଶନ ଓ ସ୍ଲୋଗାନ ଦେବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ଉଲ୍ଲେଖଯୋଗ୍ୟ, ପାହାଡ଼ ଶିଖର ଓ ସେଠାରେ ଥିବା ପୂଜାସ୍ଥଳର ମାଲିକାନାକୁ ନେଇ ହିନ୍ଦୁ ଶ୍ରଦ୍ଧାଳୁ ଏବଂ ହଜରତ ସିକନ୍ଦର ବଦୁଶା ଅଲିୟା ଦରଘା ମଧ୍ୟରେ ବିବାଦ ରହିଛି।
ତିରୁପରନକୁନ୍ଦ୍ରମ ପାହାଡ଼ ଉପରେ ଥିବା ଅରୁଳମିଗୁ ସୁବ୍ରମଣ୍ୟସ୍ୱାମୀ ମନ୍ଦିରର ପାରମ୍ପରିକ କାର୍ତ୍ତିଗାଇ ଦୀପ ଜାଳିବା ସ୍ଥାନକୁ ନେଇ ଏହି ବିବାଦ ଉପୁଜିଛି।
ପାହାଡ଼ ଶିଖରରେ ଥିବା ପଥର ସ୍ତମ୍ଭରେ ଦୀପ ଜାଳିବାକୁ ହିନ୍ଦୁ ଶ୍ରଦ୍ଧାଳୁମାନେ ଦାବି କରିଆସୁଛନ୍ତି।
ଏହି ସ୍ତମ୍ଭଟି ଦରଘାଠାରୁ ପ୍ରାୟ ୫୦ ମିଟର ଦୂରରେ ଅବସ୍ଥିତ।
ଅନ୍ୟପକ୍ଷରେ ପାହାଡ଼ ଶିଖରର ମାଲିକାନା ଦାବି କରି ଦରଘା ପରିଚାଳନା କମିଟି ସେଠାରେ ଦୀପ ଜାଳିବାକୁ ବିରୋଧ କରୁଛି।
ତାମିଲନାଡ଼ୁ ସରକାର ମଧ୍ୟ ଏହି ଦାବିକୁ ବିରୋଧ କରିଆସୁଛନ୍ତି।
ଭାରତ ଅର୍ଥନୀତିରେ ଆଗେଇଛି, ସ୍ୱଚ୍ଛତାରେ ପଛରେ: ସୁପ୍ରିମ୍କୋର୍ଟ ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ଦୀପଥୁନ୍ରେ ଦୀପ ଜାଳିବା ପରମ୍ପରାକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାକୁ ଚ୍ୟାଲେଞ୍ଜ କରି ତାମିଲନାଡ଼ୁ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ନଭେମ୍ବର ୨୪ରେ ଦୀପ ଜାଳିବା ପାଇଁ ଦିଆଯାଇଥିବା ଏହି ଅନୁମତି ଦ୍ୱାରା କୌଣସି ପକ୍ଷର ମାଲିକାନା, ଧାର୍ମିକ ପରମ୍ପରା କିମ୍ବା ସ୍ଥାୟୀ ଅଧିକାର ସ୍ଥାପିତ ହେବ ନାହିଁ।
ଏଥିସହ ପାହାଡ଼ ଉପରେ ଥିବା ଦରଘାର ନିୟମିତ ଧାର୍ମିକ କାର୍ଯ୍ୟକଳାପ ଯେପରି ବାଧାପ୍ରାପ୍ତ ନହୁଏ, ତାହା ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
