JP Nadda Admitted To AIIMS: ଅସୁସ୍ଥତା ଅନୁଭବ କରିବା ପରେ ଦିଲ୍ଲୀ ଏମ୍ସରେ ଜେପି ନଡ୍ଡାଙ୍କ ଆଞ୍ଜିଓଗ୍ରାଫି
"ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥତା ଅନୁଭବ କରିବାରୁ ଗୁରୁବାର ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ନଡ୍ଡାଙ୍କୁ ଗୁରୁବାର ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି କରାଯିବା ପରେ ତାଙ୍କର କରୋନାରୀ ଆଞ୍ଜିଓଗ୍ରାଫି କରାଯାଇଥିଲା।
ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ଓ ନଡ୍ଡାଙ୍କୁ ଏମ୍ସର ହୃଦରୋଗ ବିଭାଗରେ ପର୍ଯ୍ୟବେକ୍ଷଣ ପାଇଁ ଭର୍ତ୍ତି କରାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ ବିବୃତି ଜାରି କରାଯାଇଛି।Advertisment ଗେଟ୍ ଖୋଲିବା ମାତ୍ରେ ଆକ୍ରମଣ କଲା କୁକୁର ନଡ୍ଡା ହିମାଚଳ ପ୍ରଦେଶର ମୂଳ ବାସିନ୍ଦା।
ସେ ଡିସେମ୍ବର ୧୯୬୦ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ।
ପାଟନା ବିଶ୍ବବିଦ୍ୟାଳୟରେ ସ୍ନାତକ କରିବା ପରେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ବି କରିଥିଲେ।
ସେ ଯୁବ ବୟସରେ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ।
ନଡ୍ଡା ଏବିଭିପି ଓ ପରେ ତାଙ୍କୁ ୧୯୯୧ ମସିହାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି କରାଯାଇଥିଲା।
୧୯୯୩ ମସିହାରେ ସେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ ବିଧାନସଭାରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଓ ବିରୋଧୀ ଦଳ ନେତା ହୋଇଥିଲେ।
୧୯୯୮ ମସିହାରେ ସେ ପୁନଃନିର୍ବାଚିତ ହୋଇଥିଲେ ଓ ବିଜେପି ରାଜ୍ୟ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ।
୨୦୧୦ ମସିହାରେ ନଡ୍ଡାଙ୍କୁ ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ କରାଯାଇଥିଲା।
୨୦୧୨ ମସିହାରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।
ନଡ୍ଡା ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ।
ଜୁନ୍ ୨୦୧୯ରେ ବିଜେପିର କାର୍ଯ୍ୟକାରୀ ଜାତୀୟ ସଭାପତି ହୋଇଥିଲେ।
୨୦୨୦ ଜାନୁଆରିରେ ବିଜେପି ଜାତୀୟ ସଭାପତି ହୋଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
