Journalists honoured: ୫ ସାମ୍ବାଦିକ, ୨ ଆନ୍ତର୍ଜାତିକ ଖେଳାଳି ଓ ଅଧିକାରୀ ସମ୍ମାନିତ

Aug 30, 2026 - 17:54
Journalists honoured: ୫ ସାମ୍ବାଦିକ, ୨ ଆନ୍ତର୍ଜାତିକ ଖେଳାଳି ଓ ଅଧିକାରୀ ସମ୍ମାନିତ

"ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ଠାରେ ସ୍କୁଲ୍‌ର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଓଡ଼ିଶା ଅଲମ୍ପିକ୍‌ ସଂଘର ସଭାପତି ସମୀର ମହାନ୍ତି, ଓଡ଼ିଶା ପୁଲିସର ଇନ୍ସପେକ୍ଟର ଜେନେରାଲ (ଆଇଜି) ଉମାଶଙ୍କର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟର କ୍ରୀଡ଼ା ବିକାଶ ଦିଗରେ ଉତ୍କଳ କରାଟେ ସ୍କୁଲ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରତିବର୍ଷ ଭଳି ୫ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରଯାଇଥିଲା।

Advertisment "ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ"ର ଗ୍ରୁପ ଏଡିଟର ଶିବ ମହାନ୍ତି, ଦୈନିକ ଖବରକାଗଜ "ସମ୍ବାଦ"ର କ୍ରୀଡ଼ା ସାମ୍ବାଦିକ ପ୍ରଫୁଲ୍ଲ କିଶୋର ସାହୁ, "ସକାଳ"ର ତୁଷାର କୁମାର ସେନାପତି, ଡିଜିଟାଲ ଚ୍ୟାନେଲ୍‌ ସ୍ପୋର୍ଟ୍ସ ଟୁଡେ ଚକ୍ରଧର ମାଝି ଏବଂ ନ୍ୟୁଜ୍‌ ୧୮ର ଭିଡିଓ ସାମ୍ବାଦିକ ଗୌରପ୍ରସାଦ ରାଜଗୁରୁ ସମ୍ମାନିତ ହୋଇଥିଲେ।

ଏମାନଙ୍କ ସହ ଚଳିତ ବର୍ଷ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ସ୍କୁଲର ୨ ଛାତ୍ରୀ ଅନୁପମା ସ୍ଵାଇଁ (ଜୁ –ଜିତ୍‌ଷୁ ଏସିୀୟ ଓ ବିଶ୍ଵ ପ୍ରତିଯୋଗିତାରେ କାଂସ୍ୟ ଓ ରୋପ୍ୟ ପଦକ), ଲୋମା ସ୍ଵାଇଁ (ବଧିର ଅଲମ୍ପିକ୍‌ କରାଟେ କ୍ରୀଡ଼ାରେ କାଂସ୍ୟ) ସହ କରାଟେର ୨ ଅନ୍ତର୍ଜାତୀୟ ଅଧିକାରୀ ରାଜୀବ କୁମାର ସିଂହ ଓ ଦୀପକ କୁମାର ସାମନ୍ତରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ମଧ୍ୟ ପୁରୁଷ ଓ ମହିଳାମାନଙ୍କ ଭିତରେ ଫିଟ୍‌ନେସ୍‌ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା।

ପୁରୁଷ ୬୮ କିଲୋରୁ କମ୍‌ରେ ଲାଲ ସବୀର ପ୍ରଥମ, ଚିନ୍ମୟ ପଲାଇ ଦ୍ବିତୀୟ ଏବଂ ରାଜ କୁମାର ସିଂହ ଓ ଶଙ୍କର ନାୟକ ତୃତୀୟ ସ୍ଥାନ ଅଧିକାର କରିଥି‌ଲେ।

୬୮ କିଲୋରୁ ଅଧିକ ରଞ୍ଜନ ମଙ୍ଗରାଜ, ଦେବୀ ଦାସ ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନରେ ରହିଥିଲା ବେଳେ ଯୁଗ୍ମ ତୃତୀୟ ହୋଇଥିଲେ ସୌରଭ ରାଜ ପଣ୍ଡା ଓ ସୁଶାନ୍ତ ଘଡ଼ାଇ।

ମହିଳା ୨୫ ବର୍ଷରୁ କମ୍‌ ପଲକ ପ୍ରିୟଦର୍ଶିନୀ ମହାନ୍ତି ପ୍ରଥମ, ଶର୍ମିଷ୍ଠା ନାୟକ ଦ୍ବିତୀୟ ଓ ତନାଲି ମିଶ୍ର ଓ ପ୍ରତ୍ୟାଶା ବିଶ୍ଵାଳ ତୃତୀୟରେ ରହିଥିଲେ।

ମହିଳା ୪୫ ବର୍ଷରୁ କମ୍‌ରେ ଶ୍ଵେତାଲୀନା ମହାପାତ୍ର, ପ୍ରଥମ, ମନ୍ଦାକିନି ମିଶ୍ର ଦ୍ବିତୀୟ ଏବଂ ମନ୍ଦାକିନି ଦାଶ ଓ ସସ୍ମିତା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ।

୪୫ ବର୍ଷରୁ ଅଧିକରେମିନା ସାହୁ ସ୍ବର୍ଣ୍ଣ, ଶର୍ମିଷ୍ଠା ସେନାପତି ରୌପ୍ୟ ଏବଂ ରାଜଲକ୍ଷ୍ମୀ ପଣ୍ଡା ଓ ବବିତା ମହାନ୍ତି କାଂସ୍ୟ ପଦକ ହାସଲ କରିଥିଲେ।

ସ୍କୁଲ୍‌ର ପ୍ରତିଷ୍ଠାତା ଡ.

ହରିପ୍ରସାଦ ପଟ୍ଟନାୟକଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଇଂ ଚିତ୍ତରଞ୍ଜନ ସ୍ଵାଇଁ, ଖାରବେଳ ମଲ୍ଲିକ, ମୀର ଅଜମତ ଅଲୀ, ଦେବାଶିଷ ଆଚାର୍ଯ୍ୟ, ସନ୍ତୋଷ ମହାରଣା , ଗୋରୀ ମହାନ୍ତି , ଅବିନାଶ ପୁନ୍ଦିର , ପୀୟୂଷ ମହାନ୍ତି, ଚିନ୍ମୟ ବେହେରା, ସନ୍ଦୀପ ଦାଶ, ରଜନୀ ବିଶି, ସଂଜୀବ ପୁଟେଲ ଓ ଦୀପ୍ତିମୟୀ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)