Journalist Family dies ନଦୀରେ କାର୍ ଖସି ସାମ୍ବାଦିକଙ୍କ ସହ ପରିବାରର ୪ସଦସ୍ୟଙ୍କ ମୃତ୍ୟୁ
ରାଇଘର (ଦେବେନ୍ଦ୍ର ମିଶ୍ର) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଦ ଜିଲ୍ଲାର ରାଜିମ ଠାରେ ଦୀପାବଳୀ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ସମ୍ପୂର୍ଣ୍ଣ ପରିବାରଙ୍କ ମୃତ୍ୟୁ ଘଟିଛି।
Advertisment Car Accident ଡାବୁଗାଁରେ ମର୍ମନ୍ତୁଦ କାର୍ ଦୁର୍ଘଟଣା: ଏଲ୍ଆଇସି ଏଜେଣ୍ଟ ସୁଶାନ୍ତ ଓ ପତ୍ନୀଙ୍କ ମୃତ୍ୟୁ ଦୀପାବଳି ରାତିରେ କାରଟି ଡ୍ୟାମ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଯିବା ଫଳରେ ଗୋଟିଏ ପରିବାରର ଚାରିଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।
ରାଜିମ ଅଞ୍ଚଳର ଟିଲା ଆନିକଟ(ଚେକ ଡ୍ୟାମ)ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଜଣେ ସାମ୍ବାଦିକ ନିଜ ପରିବାରକୁ ନେଇ ରାୟପୁରରୁ ପାସୋଉଡକୁ ଦୀପାବଳି ପାଳନ କରିବାକୁ ଯାଉଥିଲେ l Accident Ollywood Actor Ashrumochan: ଓଲିଉଡ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ସୂଚନା ଅନୁଯାୟୀ.
ପାସୋଉଡ ଗ୍ରାମର ବାସିନ୍ଦା ଶୀତଲ ସାହୁ, ବୃତ୍ତିରେ ସାମ୍ବାଦିକ।
ରାୟପୁରରେ ନିଜ ପରିବାର ସହ ରୁହନ୍ତି।
ଦୀପାବଳି ରାତିରେ ସେ ନିଜ କାର୍ରେ ରାୟପୁରରୁ ନିଜ ଗାଁ ପାସୋଉଡ୍ ଯାଉଥିଲେ।
ସାଥିରେ ଥିଲେ ପତ୍ନୀ ଭାରତୀ, ପୁଅ ବିକାଶ (୧୯), ଝିଅ ପୂର୍ବା (୨୧)।
ବିଳମ୍ବିତ ରାତି ଯାଏଁ ସେମାନେ ଘରକୁ ଫେରିନଥିବାରୁ ସମ୍ପର୍କୀୟମାନେ ଖୋଜାଖୋଜି କରି ବିଫଳ ହୋଇଥିଲେ।
Car Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ ଆଜି (ସୋମବାର) ପୂର୍ବାହ୍ଣରେ ଟିଲା ଚେକ୍ଡ୍ୟାମ୍ ଠାରେ କାର୍ଟି ନଦୀରେ ବୁଡ଼ି ରହିଥିବା ଲୋକମାନେ ଦେଖି ପୁଲିସକୁ ସୂଚିତ କରିଥିଲେ।
ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।
ମୃତକଙ୍କୁ ଚିହ୍ନଟ କରି ସମ୍ପର୍କୀୟଙ୍କୁ ସୂଚିତ କରିଥିଲା।
ରାତିରେ କାର୍ଟି ରାସ୍ତାର ଦିଗ ନଜାଣିପାରି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି।
ନୟାପାରାର ଚମ୍ପାରଣ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।
Car Accident: ପୋଖରୀରେ ପଶିଲା ଫରଚୁନର କାର୍!
କାଚ ଭାଙ୍ଗି ବର୍ତ୍ତିଲେ ଚାଳକ ଉଲ୍ଲେଖଯୋଗ୍ୟ, ଆନିକଟ(ଚେକ ଡ୍ୟାମ)ରେ ପ୍ରାୟ ସମୟରେ ଅନେକ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହୋଇଥିବା ନଜିର ରହିଛି l ଡ୍ୟାମ ନିକଟରେ କୌଣସି ସାଇନବୋର୍ଡ ନଥିବା ସହିତ କୌଣସି ସୁରକ୍ଷା ବ୍ୟବସ୍ଥା ଏବଂ ଆଲୋକୀକରଣ ନଥିବା ଯୋଗୁଁ ପ୍ରାୟ ସମୟରେ ଲୋକମାନେ ଏଠାରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
