Joint 15-Day Raids in Nabarangpur ନବରଙ୍ଗପୁରରେ ୧୫ଦିନିଆ ଯୁଗ୍ମଚଢ଼ାଉ, ୬୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନିଶା ସାମଗ୍ରୀ ଜବତ
ନବରଙ୍ଗପୁର (ସୁରେଶ ନାଇଡ଼ୁ): ଗତ ୮ମାସ ହେବ ଜିଲ୍ଲାରେ ସବୁ ବ୍ଲକରେ ମହିଳାମାନେ ଜିଲ୍ଲାବ୍ୟାପି ମଦବନ୍ଦ ଆନ୍ଦୋଳନ କରି ଆସୁଛନ୍ତି।
ବାରମ୍ବାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ବି ଦେଇ ଆସୁଛନ୍ତି।
ଶେଷରେ ଜିଲ୍ଲା ପୁଲିସ, ଅବକାରୀ ବିଭାଗ ତତ୍ପରତା ପ୍ରକାଶ କରିଛି।
ଗତ ନଭେମ୍ବର ୧ରୁ ୧୫ତାରିଖ ଯାଏଁ ମିଳିତ ଚଢ଼ାଉରେ ନିଶା ବେପାରୀଙ୍କ ନିଦ ହଜାଇବା ସହ ୨୮୬ଟି ମାମଲା ରୁଜୁ କରିବା ସହ ୬୭୯୧ହଜାର ୩୫୨ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
Advertisment anti liquor movement ଠେଙ୍ଗାଧାରୀ ମହିଳାଙ୍କ ରଣହୁଙ୍କାର: ଖାଲି ପଞ୍ଚାୟତ ନୁହେଁ, ଏବେ ସମଗ୍ର ଜିଲ୍ଲାରେ ମଦ ବନ୍ଦ କର ଆଜି (ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏସ୍ପି ଓ ଅପକାରୀ ଏସ୍ପି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି।
ଜିଲ୍ଲାରେ ବେଆଇନ ନିଶାକାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ମଧୁମିତା , ପୁଲିସ ଏସପି ପାର୍ଥ କାଶ୍ୟପ ଓ ଅବକାରୀ ଏସପି ପ୍ରତାପ କୁମାର ଦାଶ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। anti liquor movement ମଦ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ନାରୀ ମହାସଙ୍ଘର ଦାବିପତ୍ର ୧୫ ଦିନରେ ଜିଲ୍ଲାପୁଲିସ ପକ୍ଷରୁ ୧୪୪ଟି ମାମଲା ରୁଜୁ କରି ୧୪୩ଜଣଙ୍କୁ ଧରିବା ସହ ୩ଜଣଙ୍କୁ କୋର୍ଟକୁ ଚାଳାଣ କରିଛି।
୧୪୦ଜଣଙ୍କୁ ୩୫ ବିଏନ୍ଏସ୍ ଦଫାରେ ନୋଟିସ ଦେଇ ଛାଡିଛନ୍ତି।
୧୭୮୨ଲିଟର ମହୁଲ ପୋଚ, ୧୬୦୨ଲିଟର ଦେଶୀ ମଦ, ବେନିୟମ ଭାବେ ନେଉଥିବା ସରକାରୀ ଦେଶୀ ମଦ (ପୁଢ଼ୀମଦ) ୨୮୧ଲିଟର, ବିଦେଶୀ ମଦ ୮୫.୨୩୦ଲିଟର ଜବତ କରିଛନ୍ତି ବୋଲି କହିଛନ୍ତି ପୁଲିସ ଏସପି।
ନିଶା ବନ୍ଦ ପାଇଁ ହିନ୍ଦୁ ମହାସଂଘର ଏତଲା ଅବକାରୀ ବିଭାଗ ୧୪୨ଟି ମାମଲା ରୁଜୁ କରି ୮୩ଜଣଙ୍କୁ ଧରିବା ସହ ୩୪ଜଣଙ୍କୁ କୋର୍ଟକୁ ଚାଳାଣ କରିଥିବା ବେଳେ ୪୯ଜଣଙ୍କୁ ୩୫ ବିଏନଏସରେ ନୋଟିସ ଦେଇ ଛାଡିଛନ୍ତି।
୮୨,୫୬୫ଲିଟର ମହୁଲ ପୋଚ, ୯୦୫୨ଲିଟର ଦେଶୀ ମଦ, ବେନିୟମ ଭାବେ ନେଉଥିବା ସରକାରୀ ଦେଶୀ ମଦ (ପୁଢ଼ୀମଦ) ୩୯୬ଲିଟର, ବିଦେଶୀ ମଦ ୧୨.୪୬୦ଲିଟର, ୯କ୍ବିଣ୍ଟାଲ ମହୁଲ , ଗୋଟିଏ ବାଇକ ଜବତ କରିଛନ୍ତି।
ସେହିପରି ରାଇଘର ଥାନା ଅଂଚଳରେ ଗଂଜେଇ ଚାଷ କରୁଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ଅବକାରୀ ଏସପି। anti liquor protest Odisha ମଦ ବନ୍ଦ ପ୍ରତିବାଦ ସଭାରେ ଅସ୍ତ୍ରଧାରୀ ନିଶାଡ଼ିଙ୍କ ଦୌରାତ୍ମ୍ୟ ସୂଚନାଯୋଗ୍ୟ, ୨୦୨୫ମସିହାରେ ୨୫୦୦ମାମଲା ରୁଜୁ ହୋଇଥିବା ବେଳେ ୭୩୨, ୨୦୨୬ମସିହାରେ ୩୦୦୦ମାମଲା ରୁଜୁ ହୋଇଥିବା ବେଳେ ୧୧୬୦ଜଣଙ୍କୁ ଗିରଫ କରାଯାଇଥିଲା।
ଶୀତଳଷଷ୍ଠୀ ଯାତ୍ରା ଶାନ୍ତି ଓ ସମନ୍ବୟ ସମିତି ବୈଠକ, ଟ୍ରାଫିକ୍, ଆଇନ୍ଶୃଂଖଳା, ନିଶା ବନ୍ଦ ଉପରେ ଗୁରୁତ୍ବ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଆଦିତ୍ୟ ସେନ,ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଟାଉନଥାନା ଅଧିକାରୀ ସମ୍ବିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
