Job: ଏଆଇ ନେଇଛି କମ୍, ଦେଇଛି ଅଧିକ ଚାକିରି
"ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବରେ ବ୍ୟାପକ ଛଟେଇ ହେବ ଓ ହଜାର ହଜାର ଲୋକ ଚାକିରି ହରାଇବେ ବୋଲି ଆଶଙ୍କା କରାଯାଉଛି।
ସେହି ଆଶଙ୍କା ବର୍ତ୍ତମାନ ସୁଦ୍ଧା ସତ ପ୍ରମାଣିତ ହୋଇନାହିଁ। "ନୁମୋରା" ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ କହୁଛି ଯେ ଏଆଇ ଭାରତରେ ଯେତିକି ଚାକିରି ନେଇଛି, ତାଠାରୁ ଅଧିକ ଚାକିରି ସୃଷ୍ଟି କରିଛି।ରିପୋର୍ଟ ଅନୁସାରେ, ୨୦୨୨ରୁ ୨୦୨୬ ଜୁଲାଇ ପର୍ଯ୍ୟନ୍ତ ଭାରତରେ ୩୧,୯୨୧ ଛଟେଇ ହୋଇଥିଲା।
କିନ୍ତୁ ସେହି ସମୟରେ ଦେଶରେ ୮୩,୧୦୦ଟି ଏଆଇ ସମ୍ପର୍କିତ ଚାକିରି ସୃଷ୍ଟି ହୋଇଥିଲା।
Advertisment ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ରୋବଟ୍ ଯେତିକି ଚାକିରିର ସ୍ଥାନ ନେବା କଥା ଏପର୍ଯ୍ୟନ୍ତ ନେଇପାରିନାହିଁ।
ଭାରତରେ କେବଳ ସହାୟକ ଦଳର ସ୍ଥାନ ଏଆଇ ଚାଟ୍ବଟ୍ ନେଇଛି।
ଅନ୍ୟ ମୌଳିକ କାମଗୁଡ଼ିକ ପୂର୍ବଭଳି ଜାରି ରହିଛି।
ତେବେ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ ଏଆଇ ପ୍ରଭାବରେ ନିଯୁକ୍ତି ବଜାରର ଆଭିମୁଖ୍ୟ ବଦଳିଛି। ଫ୍ରେସର ବର୍ଗରେ ନିଯୁକ୍ତି ପରିମାଣ ହ୍ରାସ ପାଇଛି, କିନ୍ତୁ ଅଭିଜ୍ଞତା ଥିବା କର୍ମଚାରୀଙ୍କ ଚାହିଦା ବଢ଼ିଛି।
Odisha Reviews ପ୍ରମାଣଭିତ୍ତିକ ନୀତି ପ୍ରଣୟନ, କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରକୁ ନେଇ ସଚିବସ୍ତରୀୟ ସମୀକ୍ଷା ଏଆଇ ଜନିତ ନିଯୁକ୍ତି ପରିବର୍ତ୍ତନ ବର୍ତ୍ତମାନ ସୁଦ୍ଧା କେବଳ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସୀମିତ ରହିଛି।
ସମଗ୍ର ଏସିଆରେ ଆଲୋଚ୍ୟ ସମୟରେ ୧,୩୦,୭୫୮ ଏଆଇ ସମ୍ପର୍କିତ ନିଯୁକ୍ତି ସୃଷ୍ଟି ହୋଇଥିଲା।
ସେଥିରୁ ୯୦ ପ୍ରତିଶତ ଚାକିିରି ପ୍ରଯୁକ୍ତ ସମ୍ପର୍କିତ ଥିଲା।
ସେଥି ସମୟରେ ୬୦,୬୫୪ ଜଣ ଛଟେଇ ହୋଇଥିଲେ।
ଛଟେଇ ହୋଇଥିବା ୬୦ ପ୍ରତିଶତ କର୍ମଚାରୀ ଆର୍ଥିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିଲେ।
ରିପୋର୍ଟ ଅନୁସାରେ ଭାରତ, ଚୀନ, ମାଲେସିଆ ଓ ଫିଲିପାଇନ୍ସରେ ଛଟେଇ ତୁଳନାରେ ଏଆଇ ସମ୍ପର୍କିତ ଚାକିରି ଅଧିକ ସୃଷ୍ଟି ହୋଇଛି।
କିନ୍ତୁ ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, , ଇଣ୍ଡୋନେସିଆ, ତାଇୱାନ ଓ ହଂକଂରେ ସ୍ଥିତି ଭିନ୍ନ ରହିଛି।
ସେହି ଦେଶଗୁଡ଼ିକରେ ଛଟେଇ ହୋଇଥିବା କର୍ମଚାରୀ ସଂଖ୍ୟା ଏଆଇ ଦ୍ବାରା ସୃଷ୍ଟି ହୋଇଥିବା ଚାକିରିଠାରୁ ବହୁଗୁଣା ଅଧିକ ରହିଛି। କେଉଁ ଦେଶରେ କେମିତି ଦେଶ ଛଟେଇ ଏଆଇ ନିଯୁକ୍ତି ଭାରତ ୩୧,୯୦୦ ୮୩,୧୦୦ କୋରିଆ ୧୦,୪୦୦ ୨,୬୦୦ ଚୀନ ୯,୮୦୦ ୨୮,୯୦୦ ସିଙ୍ଗାପୁର ୪,୧୦୦ ୧,୧୦୦ ମାଲେସିଆ ୧,୩୦୦ ୧,୪୦୦ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
