Jitendra Haripal ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ମିଳିଲା ପିଏମ୍ ଆବାସ କାର୍ଯ୍ୟାଦେଶ

ସମ୍ବଲପୁର: ସମ୍ବଲପୁରୀ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଜିତେନ୍ଦ୍ର ହରିପାଲଙ୍କୁ ଆଜି (ଶୁକ୍ରବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯେଜାନା (ସହର) ୨.୦ରେ ନୂତନ ବାସଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।
କଳାକାର ହରିପାଲ ନିଜ ବାସଗୃହ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ୍ରମେ ତାଙ୍କୁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) - ୨.୦' ମାଧ୍ୟମରେ ତାଙ୍କୁ ଏହି ଗୃହ ନିର୍ମାଣ ସୁବିଧା ଯୋଗାଇ ଦିଆଯାଇଛି।
‘ରଙ୍ଗବତୀ’ ଗୀତକୁ ୩ ପଦ୍ମଶ୍ରୀ : ଗୀତିକାର ଓ ଗାୟକଗାୟିକାଙ୍କୁ ଜାତୀୟ ସ୍ବୀକୃତି
ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର( ଭା.ପ୍ର.ସେ) ନିଜ କାର୍ଯ୍ୟାଳୟରେ ଶ୍ରୀହରିପାଲଙ୍କୁ ଏହି ମଞ୍ଜୁରି ପତ୍ର ପ୍ରଦାନ କରିଛନ୍ତି।
ହିତାଧିକାରୀ ଜିତେନ୍ଦ୍ର ହରିପାଲଙ୍କୁ ନୂତନ ଗୃହ ନିର୍ମାଣ ପାଇଁ ସର୍ବମୋଟ ୨,୫୦,୦୦୦/- (ଦୁଇ ଲକ୍ଷ ପଚାଶ ହଜାର) ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।
ରଚୟିତାଙ୍କ ଜନ୍ମଦିନରେ ପାଳନ ହେଲା ‘ରଙ୍ଗବତୀ’ ଦିନ୍
ଆର୍ଥିକ ବର୍ଷ ୨୦୨୬-୨୭ ନିମନ୍ତେ ସମ୍ବଲପୁର ମହାନଗର ନିଗମ ଅଧୀନରେ ଏହି କାର୍ଯ୍ୟାଦେଶ ମଞ୍ଜୁର କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଆବଶ୍ୟକ ସମସ୍ତ ସହଯୋଗ ପ୍ରଦାନ କରାଯିବ ।