Jharsuguda: ଲଇକେରା ବ୍ଲକରେ ଦୁର୍ନୀତିର ଗନ୍ଧ! ଉଚ୍ଚସ୍ତରୀୟ ତଦନ୍ତ ଓ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

Jun 18, 2026 - 15:06
Jharsuguda: ଲଇକେରା ବ୍ଲକରେ ଦୁର୍ନୀତିର ଗନ୍ଧ! ଉଚ୍ଚସ୍ତରୀୟ ତଦନ୍ତ ଓ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

"ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ଚାଲିଥିବା ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ନିମ୍ନମାନର କାମ ଏବଂ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗକୁ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।

ବ୍ଲକ ପ୍ରଶାସନର ଭୂମିକାକୁ ନେଇ ଗୁରୁତର ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର ଆଞ୍ଚଳିକ ବିକାଶ ପରିଷଦ ଲଇକେରା , କିର୍ମିରା, କୋଲାବିରା ପକ୍ଷରୁ ଏକ ବିଶାଳ ଗଣଧାରଣା ଆୟୋଜନ କରାଯାଇ ପ୍ରଶାସନ ବିରୋଧରେ ଜୋରଦାର ସ୍ୱର ଉଠାଯାଇଛି।Advertisment ପରିଷଦର ଅଭିଯୋଗ ଅନୁଯାୟୀ ଲଇକେରା ବ୍ଲକରେ ଭାତଲଇଡ଼ା ପଂଚାୟତର କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଅନେକ ପ୍ରକଳ୍ପରେ ଆସ ପାଉଁଶ ବ୍ୟବହାର ନିମ୍ନମାନର ସାମଗ୍ରୀ ବ୍ୟବହାର, ନିୟମ ଉଲ୍ଲଂଘନ ଓ ଆର୍ଥିକ ଅନିୟମିତତାର ଅଭିଯୋଗ ଲଗାତାର ସାମ୍ନାକୁ ଆସୁଛି।

ଅଭିଯୋଗ ହେଉଛି, ଲୋକଙ୍କ ଟିକସ ଟଙ୍କାରେ ହେଉଥିବା ଉନ୍ନୟନ କାର୍ଯ୍ୟ କାଗଜପତ୍ରରେ ସୀମିତ ରହିଯାଇଥିବା ବେଳେ ଭୂମିସ୍ତରରେ ତାହାର ବାସ୍ତବ ଚିତ୍ର ଭିନ୍ନ ଦେଖିବାକୁ ମିଳୁଛି।

ଏହି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷରୁ ହୋଇଥିବା ସମସ୍ତ ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ଏବଂ ସ୍ୱାଧୀନ ତଦନ୍ତ ଦାବି କରାଯାଇଛି।

ତଦନ୍ତକୁ ପ୍ରଭାବମୁକ୍ତ ରଖିବା ପାଇଁ ବର୍ତ୍ତମାନର ବିଡ଼ିଓ, ସମସ୍ତ ନିର୍ବାହୀ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯିବାକୁ ମଧ୍ୟ ଦାବି ହୋଇଛି।

ଆହୁରି ପଢନ୍ତୁ: Visa Rules: ୱାର୍କ ଭିସା ନିୟମ ପରିବର୍ତ୍ତନ କଲା ସାଉଦି ଆରବ: ଭାରତୀୟ ହେବେ ପ୍ରଭାବିତ ଗଣଧାରଣାରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ ଯେ, ବ୍ଲକରେ ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଉନାହିଁ।

ଏହା ଦୁର୍ନୀତିକୁ ପରୋକ୍ଷ ଭାବେ ପ୍ରଶ୍ରୟ ଦେଉଥିବା ଭଳି ମନେ ହେଉଛି।

ଫଳରେ ଉନ୍ନୟନ ନାମରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ସାଧାରଣ ଲୋକ ତାହାର ସୁଫଳ ପାଇ ପାରୁନାହାନ୍ତି।

ପରିଷଦ ଦାବି କରିଛି ଯେ, ନିମ୍ନମାନରେ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟକୁ ଚିହ୍ନଟ କରାଯାଇ ପୁନଃ ନିର୍ମାଣ କରାଯାଉ, ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସରକାରୀ ଅର୍ଥର କ୍ଷତି ପାଇଁ ଦାୟୀ ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ଆଦାୟ କରାଯାଉ।

ଆହୁରି ପଢନ୍ତୁ: New York: ନ୍ୟୁୟର୍କରେ ଘୋଡ଼ା ଗାଡ଼ି ଦୁର୍ଘଟଣାରେ ଭାରତୀୟ କିଶୋରଙ୍କ ମୃତ୍ୟୁ ଆଞ୍ଚଳିକ ବିକାଶ ପରିଷଦ ଲଇକେରା, କୋଲାବିରା ଓ କିର୍ମିରାର ସଭାପତି ଜିତେନ୍ଦ୍ରିୟ ଧୁରୁଆ, ସମ୍ପାଦକ ସମ୍ବିତ ନାଏକ, ତ୍ରୀନାଥ  ଗୋଏଲ, ପ୍ରଶାନ୍ତ ମହାନନ୍ଦ , ପ୍ରେମଶାଗର ଧୁରୁଆ , ପ୍ରଭାକର ଓରାମ ତ୍ରିଲୋଚନ ଡନସେନା, ବେଣୁଧର ଲାକ୍ରାଙ୍କ ସମେତ ବହୁ ସଦସ୍ୟ ଏହି ଗଣଧାରଣାରେ ସାମିଲ ହୋଇଥିଲେ। "ତଦନ୍ତ ନୁହେଁ, କାର୍ଯ୍ୟାନୁଷ୍ଠାନ ଦରକାର" ବୋଲି ସ୍ଲୋଗାନ ଦେଇ ସଂଗଠନ ସତର୍କ କରିଛି ଯେ, ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିସ୍ତାର କରାଯିବ।

ଲଇକେରା ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠିଥିବା ଏହି ସଙ୍ଗୀନ ଅଭିଯୋଗ ପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସାଧାରଣ ଲୋକଙ୍କ ନଜର ରହିଛି।

"