Loot: ନୀଳକଣ୍ଠେଶ୍ଵରଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ
ବାଲିପାଟଣା : ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ଥାନା ପାଣିକଟା ନୀଳକଣ୍ଠେଶ୍ଵର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟେରାଦାନ ଟଙ୍କା ଲୁଟି ନେଇଛନ୍ତି | ଏନେଇ ଆଜି ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି | ଗତକାଲି ରାତିରେ କେହି ଦୁର୍ବୁତ୍ତ ହୁଣ୍ଡି ଭାଙ୍ଗି ନଗଦ ୩୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି | ଆଜି ସକାଳୁ ସ୍ଥାନୀୟ ଶ୍ରଦ୍ଧାଳୁ ମନ୍ଦିରକୁ ପୂଜା କରିବାକୁ ଆସିବା ସମୟରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ | ବାଲିପାଟଣା ଅଞ୍ଚଳରେ ମନ୍ଦିର ଚୋରି ଥମୁ ନାହିଁ |
ଆହୁରି ପଢନ୍ତୁ: New York: ନ୍ୟୁୟର୍କରେ ଘୋଡ଼ା ଗାଡ଼ି ଦୁର୍ଘଟଣାରେ ଭାରତୀୟ କିଶୋରଙ୍କ ମୃତ୍ୟୁ
କିଛି ଦିନ ତଳେ ଦେଉଳିଧରପୁର ବୁଦ୍ଧିକେଶ୍ୱର ମନ୍ଦିରରୁ ୨ ଥରରେ ଲକ୍ଷାଧିକ ଟଙ୍କାର ଚୋରି ହୋଇଛି | ସେହିପରି ରାଜସ ନୀଳକଣ୍ଠେଶ୍ଵର ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଲୁଟେରା କଳାକନା ବୁଲେଇଥିଲେ | ବନମାଳୀପୁର ବାସୁଦେବ ଜୁଏଲାରୀରୁ ୭ ଲକ୍ଷ ଟଙ୍କା ଗ୍ୟାରେଣ୍ଟି ଗହଣା ଲୁଟ ହୋଇଥିଲା | ସେହିପରି ଅଠାନ୍ତର ମେଡିକାଲ ଛକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଘରୁ ୬ ଭରିରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଏବଂ ଟଙ୍କା ଲୁଟ ହୋଇଛି | ପୁଲିସର ନିଷ୍କ୍ରିୟତା ପାଇଁ ଚୋରି, ଲୁଟ ବଢୁଥିବା ସାଧାରଣରେ ଦାବି ହେଉଛି |