Jharkhand Road Accident: ରାମଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା; ଯାତ୍ରୀବାହୀ ଗାଡ଼ିକୁ ପିଟିଲା ଟ୍ରକ୍, ୭ ମୃତ

Jun 26, 2026 - 08:25
Jharkhand Road Accident: ରାମଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା; ଯାତ୍ରୀବାହୀ ଗାଡ଼ିକୁ ପିଟିଲା ଟ୍ରକ୍, ୭ ମୃତ

ରାମଗଡ଼, ୨୬।୬: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ୍ ଏବଂ ଯାତ୍ରୀବାହୀ ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଭୟଙ୍କର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ବଡ଼ ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି, ଯାହାଙ୍କ ଅବସ୍ଥା ଏବେ ସଂକଟାପନ୍ନ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଟି ରାମଗଡ଼-ବୋକାରୋ ଜାତୀୟ ରାଜପଥ-୨୩ ରଜରପ୍ପା ଥାନା ଅନ୍ତର୍ଗତ ଲାରୀ ନିକଟରେ ଘଟିଛି । ଗୁରୁବାର ମଧ୍ୟରାତ୍ରି ପ୍ରାୟ ୧୨ଟା ସମୟରେ, ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଯାତ୍ରୀବାହୀ ଗାଡ଼ିଟି ଟ୍ରକ୍ ମାଡ଼ରେ ସମ୍ପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି ।