Jennifer Winget's wedding sparks: ଜେନିଫର ୱିଙ୍ଗେଟଙ୍କ ନୂଆ ବିବାହ ପରେ ପୁଣି ଚର୍ଚ୍ଚାରେ କରଣ ସିଂ ଗ୍ରୋଭରଙ୍କ ସହ ପୁରୁଣା ସମ୍ପର୍କ

Jul 21, 2026 - 11:42
Jennifer Winget's wedding sparks: ଜେନିଫର ୱିଙ୍ଗେଟଙ୍କ ନୂଆ ବିବାହ ପରେ ପୁଣି ଚର୍ଚ୍ଚାରେ କରଣ ସିଂ ଗ୍ରୋଭରଙ୍କ ସହ ପୁରୁଣା ସମ୍ପର୍କ

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଇଲଙ୍କୁ ବିବାହ କରିଥିବା ନିଶ୍ଚିତ କରିଛନ୍ତି। ବିବାହ ଉତ୍ସବର ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ଏହି ଖୁସି ଖବର ସହ ଜେନିଫରଙ୍କ ପୂର୍ବତନ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ ଥିବା ସମ୍ପର୍କ ଏବଂ ସେତେବେଳର ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ଜେନିଫର ଓ କରଣ ସିଂ ଗ୍ରୋଭର ଏକ ସମୟରେ ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଦମ୍ପତି ଥିଲେ। ସେମାନଙ୍କ ବିଚ୍ଛେଦ ପରେ କରଣଙ୍କ ପ୍ରେମ ସମ୍ପର୍କକୁ ନେଇ ବିଭିନ୍ନ ଗୁଜବ ପ୍ରଚାରିତ ହୋଇଥିଲା। ସେତେବେଳେ କିଛି ଗଣମାଧ୍ୟମରେ ଏପରି ମଧ୍ୟ ଖବର ପ୍ରକାଶ ପାଇଥିଲା ଯେ, କରଣଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଜେନିଫର ତାଙ୍କୁ ଚାପୁଡ଼ା ମାରିଥିଲେ। 

ଏହି ଦାବିଗୁଡ଼ିକୁ ଜେନିଫର କିମ୍ବା କରଣ କେହି କେବେ ସାର୍ବଜନୀନ ଭାବେ ନିଶ୍ଚିତ କରିନାହାନ୍ତି।  ଜେନିଫର ୱିଙ୍ଗେଟ୍ ଓ କରଣ ସିଂ ଗ୍ରୋଭରଙ୍କ ପ୍ରେମ କାହାଣୀ ଲୋକପ୍ରିୟ ଧାରାବାହିକ 'ଦିଲ୍ ମିଲ୍ ଗୟେ'ର ସେଟରୁ ଆରମ୍ଭ ହୋଇଥିଲା। ପରଦାର କେମିଷ୍ଟ୍ରି ପରେ ବାସ୍ତବ ଜୀବନରେ ମଧ୍ୟ ଉଭୟ ନିକଟତର ହୋଇଥିଲେ।

କିଛି ବର୍ଷ ଡେଟିଂ କରିବା ପରେ ୨୦୧୨ରେ ଦୁହେଁ ବିବାହ କରିଥିଲେ। ବିବାହର ମାତ୍ର ଦୁଇ ବର୍ଷ ପରେ ୨୦୧୪ରେ ଜେନିଫର ଓ କରଣ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ପରେ ୨୦୧୫ରେ ସେମାନଙ୍କ ଡିର୍ଭୋସ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା। ବିଚ୍ଛେଦ ପରେ କରଣ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିଥିଲେ।

ଅନ୍ୟପଟେ ଜେନିଫର ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇଥିଲେ, ପରେ ବିଭିନ୍ନ ଓଟିଟି ପ୍ରୋଜେକ୍ଟରେ ନଜର ଆସିଥିଲେ। ୨୦୨୬ ଆରମ୍ଭରେ ସୋସିଆଲ ମିଡିଆରେ ଜେନିଫର ଓ କରଣ ପୁଣି ଏକାଠି ହେବେ ବୋଲି ଗୁଜବ ଜୋର ଧରିଥିଲା। ବିଶେଷ କରି ଏକ ପ୍ରୋଜେକ୍ଟରେ ଦୁହେଁ ଏକାଠି କାମ କରିବା ପରେ ଏହି ଚର୍ଚ୍ଚା ବଢ଼ିଥିଲା।

କିନ୍ତୁ ଉଭୟ କଳାକାର ସ୍ପଷ୍ଟ କରିଥିଲେ ଯେ ସେମାନେ କେବଳ ଭଲ ବନ୍ଧୁ। କରଣ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ଗୁଜବକୁ ଖଣ୍ଡନ କରିଥିଲେ। ଏବେ ୱିଲିୟମ ଇସମାଇଲଙ୍କ ସହ ବିବାହ କରି ଜେନିଫର ୱିଙ୍ଗେଟ୍ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ତାଙ୍କ ବିବାହକୁ ନେଇ ପ୍ରଶଂସକମାନେ ଖୁସି ପ୍ରକାଶ କରୁଥିବା ବେଳେ, କରଣ ସିଂ ଗ୍ରୋଭରଙ୍କ ସହ ତାଙ୍କ ପୁରୁଣା ସମ୍ପର୍କ ଓ ବିଚ୍ଛେଦକୁ ନେଇ ବର୍ଷ ପୁରୁଣା ଚର୍ଚ୍ଚା ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।