Bahuda Yatra Also Expected to Be Rain-Soaked: ଶ୍ରୀଗୁଣ୍ଡିଚା ଭଳି ବାହୁଡାରେ ବି ଭିଜିବ ରାଜ୍ୟ, ପାଣିପାଗ ବିଭାଗର ପୂର୍ବାନୁମାନ
ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାକୁ ବି ଭିଜାଇବ ବର୍ଷା। କାରଣ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି। ସମ୍ଭାବ୍ୟ ବର୍ଷାକୁ ନେଇ ଆଜି ସକାଳ ଯାଏ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିଲା।
ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ପବନ ବହିବା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
ଏ ଜିଲ୍ଲାଗୁଡିକ ହେଲା ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା,ପୁରୀ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ବାଲେଶ୍ୱର ଓ ଭଦ୍ରକ। ଆଜି ଓ ବୁଧବାର ଦିନ ଉତ୍ତର ଓ ଊପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ନେଇ ୟେଲା ଆଲର୍ଟ ଜାରି ହୋଇଛି। ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ।
ସେହିପରି ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।...
ଶ୍ରୀଗୁଣ୍ଡିଚା ଭଳି ବାହୁଡାରେ ବି ଭିଜିବ ରାଜ୍ୟ....ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୨ ଦିନ ଯାଏଁ ବର୍ଷା ସମ୍ଭାବନା...
ଉପକୂଳ ଓଡ଼ିଶାକୁ ପ୍ରବଳ ବର୍ଷା ସମ୍ଭାବନା....ନିସ୍ତାର ପାଇବନି ଅଧା ଓଡ଼ିଶା....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।