Jantar Mantar: ସୋନମ ୱାଙ୍ଗଚୁକଙ୍କୁ ହଟାଇବା ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓକିଲ

Jul 18, 2026 - 17:15
Jantar Mantar: ସୋନମ ୱାଙ୍ଗଚୁକଙ୍କୁ ହଟାଇବା ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓକିଲ

"ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଏବେ ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଶିକ୍ଷାବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକ୍ ଏବଂ ଅନ୍ୟ ପ୍ରଦର୍ଶନକାରୀଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ଏକ ଜରୁରୀ ଆବେଦନ ଦାଖଲ କରାଯାଇଛି।

ବରିଷ୍ଠ ଓକିଲ ନରେନ୍ଦ୍ର ମିଶ୍ର ସମ୍ବିଧାନର ଧାରା ୧୪, ୧୯, ୨୧ ଓ ୩୨ କୁ ଉଦ୍ଧୃତ କରି ଏହି ଆବେଦନ କରିଛନ୍ତି।

ପୋଲିସ ୱାଙ୍ଗଚୁକଙ୍କୁ ବେଆଇନ ଭାବେ ଅଟକ ରଖିଥିବା ଦର୍ଶାଇବା ସହ ସେଠାରେ ଉପସ୍ଥିତ ସମସ୍ତ ବିକ୍ଷୋଭକାରୀଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ଥିବା ନେଇ ଆବେଦନରେ ଚିନ୍ତା ପ୍ରକାଶ କରାଯାଇଛି ଏବଂ ଏହାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରାଯାଇଛି।Advertisment ଗତ ୨୦ ଦିନ ଧରି ଅନଶନରେ ବସିଥିବା ସୋନମ ୱାଙ୍ଗଚୁକଙ୍କୁ ଆଜି ସକାଳେ ଦିଲ୍ଲୀ ପୋଲିସ ଜୋରଜବରଦସ୍ତ ସେଠାରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରିଥିଲା।

ସୂତ୍ର ଅନୁସାରେ, ସେ ବର୍ତ୍ତମାନ ଚେତାଶୂନ୍ୟ ଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏହି ସମୟରେ ପ୍ରଶାସନ ପକ୍ଷରୁ ଜନ୍ତର ମନ୍ତରରୁ ଅନ୍ୟ ସମସ୍ତ ପ୍ରଦର୍ଶନକାରୀଙ୍କୁ ମଧ୍ୟ ବାହାର କରି ଦିଆଯାଉଛି।

ଅପରପକ୍ଷେ, ସରକାର ଓ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ "କୋକରୋଚ୍ ଜନତା ପାର୍ଟି" (ସିଜେପି) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ମଧ୍ୟ ଅନଶନ ଘୋଷଣା କରିଛନ୍ତି।

ସୋନମ ସାରଙ୍କୁ ହସ୍ପିଟାଲ ନେଇ ପ୍ରତିବାଦକୁ ଶେଷ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ଏଥିସହ ନିଜର ଅନଶନ ଜାରି ରଖିବା ସହିତ ଆସନ୍ତା ଜୁଲାଇ ୨୦ ତାରିଖରେ ଏକ ବଡ଼ ପଦଯାତ୍ରା କରାଯିବ ବୋଲି ଦୀପକେ ଚେତାବନୀ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।