ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ...ଦେଖନ୍ତୁ ଲାଇଭ୍ ପ୍ରସାରଣ

Jul 18, 2026 - 17:15
ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ...ଦେଖନ୍ତୁ ଲାଇଭ୍ ପ୍ରସାରଣ

"ପୁରୀ: ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବିରାଜିବେ ଚତୁର୍ଦ୍ଧା ବିଗ୍ରହ।

ଆଡ଼ପ ମଣ୍ଡପରେ ମହାପ୍ରଭୁ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବେ।

ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିବେ।

ଗୋଟି ପହଣ୍ଡିରେ ଏହି ନୀତି ଅନୁଷ୍ଠିତ ହେବ।

ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିବେ।

ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର।

ମହାପ୍ରଭୁ ଆଡ଼ପ ମଣ୍ଡପରେ ବିରାଜିବେ ଏବଂ ଆଡ଼ପ ଅବଢ଼ା ମିଳିବ ବୋଲି ଭକ୍ତମାନଙ୍କର ମନରେ ଆନନ୍ଦ କହିଲେ ନସରେ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।