Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୭ ଗୁରୁତର

Jul 18, 2026 - 19:32
Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୭ ଗୁରୁତର

"ମୈଦଲପୁର: ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଜାତୀୟ ରାଜପଥ ମୈଦଲପୁର ଥାନା ଡୁମୁରିପଦର ଗାଁ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି।

ଫଳରେ ଦୁଇ ବାଇକ୍‌ରେ ଥିବା ୭ ଜଣ ଗୁରୁତର ହୋଇଛନ୍ତି।

ଘଟଣାସ୍ଥଳରେ ମୈଦଲପୁର ପୁଲିସ ପହଞ୍ଚି ସମସ୍ତ ଗୁରୁତରମାନଙ୍କୁ ପୁଲିସ ଗାଡ଼ିରେ ନବରଙ୍ଗପୁର ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ।

Advertisment ସୂଚନା ପ୍ରକାରେ ଡୁମୁରିପଦର ପାଣି ଟାଙ୍କିରେ କାର୍ଯ୍ୟରତ ରବୀନ୍ଦ୍ର ଖସଲା ବାଇକ୍‌ରେ ମୈଦଲପୁରକୁ ଆସୁଥିଲେ।

ଏହି ସମୟରେ ବିପରୀତ ଦିଗରୁ ଗୋଟିଏ ବାଇକରେ ଝରିଗାଁ ବୟାପଦର ଗ୍ରାମର ପୁସ୍ତ ସାନ୍ତାଙ୍କ ପରିବାରର ୬ ଜଣ ଝରିଗୁମ୍ମା ଗ୍ରାମକୁ ଯାଉଥିଲେ।

ଏହି ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ପୁସ୍ତ ସାନ୍ତାଙ୍କ ବାଇକ୍‌ରେ ଶିଶୁମାନେ ରହିଥିବା ବେଳେ ସମସ୍ତେ ଗୁରୁତର ହୋଇଛନ୍ତି।

ଉଭୟ ବାଇକ୍‌ର ସମସ୍ତେ ରାସ୍ତାକଡ଼ରେ ଛିଟିକି ପଡ଼ିଥିବା ସମୟରେ ସ୍ଥାନୀୟ ଗ୍ରାମବାସୀ ଓ ପୁଲିସ ସହାୟତାରେ ଉଦ୍ଧାର କରି ପୁଲିସ ଗାଡ଼ିରେ ମେଡିକାଲ ନେଇଥିଲେ।

ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ରହିଛି।

Hormuz: ହର୍ମୁଜକୁ ନେଇ ଆମେରିକା-ଇରାନ ମୁହାଁମୁହିଁ: ଭୀଷଣ ହେଉଛି ଯୁଦ୍ଧ, ତେହେରାନକୁ ସ୍ବତନ୍ତ୍ର ବିମାନ ଦେଲା ରୁଷ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।