Jaleswar rape: ଜଳେଶ୍ବର ଗଣଦୁଷ୍କର୍ମ ଘଟଣା; ୫୦ଲକ୍ଷ କ୍ଷତିପୂରଣ, ୨୭ରେ ୮ଘଣ୍ଟିଆ ଜଳେଶ୍ବର ବନ୍ଦ

Oct 24, 2026 - 19:47
Jaleswar rape: ଜଳେଶ୍ବର ଗଣଦୁଷ୍କର୍ମ ଘଟଣା; ୫୦ଲକ୍ଷ କ୍ଷତିପୂରଣ, ୨୭ରେ ୮ଘଣ୍ଟିଆ ଜଳେଶ୍ବର ବନ୍ଦ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରର ପଶ୍ଚିମବାଡ଼ସ୍ଥିତ ଦେବକୁମାର ଗାଁର ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ।

ଏହାସହ ଆସନ୍ତା ୨୭ ତାରିଖରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଜଳେଶ୍ବର ବନ୍ଦ ଡାକରା ଦିଆଯାଇଛି।

ରେଳ, ଜାତୀୟ ରାଜପଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଇତ୍ୟାଦିକୁ ବନ୍ଦରୁ ବାଦ୍‌ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ କହିଲେ, ଶାସକ ଦଳର ନେତାଙ୍କ ପୁଲିସ ଉପରେ ପ୍ରଭାବ ଦୁଷ୍କର୍ମ ଘଟଣାକୁ ପ୍ରଭାବିତ କରିଛି।

୧୬ରୁ ୨୨ତାରିଖ ଭିତରେ କେଉଁ ନେତାମାନେ ଆଇଆଇସିଙ୍କୁ ଫୋନ୍‌ କରିଛନ୍ତି ତା'ର ଯାଞ୍ଚ ହେବା ଜରୁରି।

ଦୁଷ୍କର୍ମ ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତ ରହିଥିବା କୁହାଯାଉଛି।

ପ୍ରମାଣ ଲୁଚାଇବା ପାଇଁ ଯେଉଁ କେମିକାଲ ଓ ଅନ୍ୟ ପଦ୍ଧତି ବ୍ୟବହାର କରାଯାଇଛି, ତାହା ମଧ୍ୟ ଘଟଣାକୁ ରହସ୍ୟ ଭିତରକୁ ନେଇଯାଇଛି।

ଏଥିପାଇଁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ।

ଏହାସହ ଦୋଷୀ ପୁଲିସ ଅଧିକାରୀଙ୍କ ବଦଳି ନୁହଁ, ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଉ।

Sexual Assault: ୧୩ ବର୍ଷର ଝିଅଙ୍କୁ ଦୁଷ୍କର୍ମ କଲା ବାପାଙ୍କ କାମାନ୍ଧ ବନ୍ଧୁ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ମନୀଷା ଦାସପଟ୍ଟନାୟକ କହିଲେ, ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମୃତ ଝିଅର ବଡ଼ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯାଉ।

ଜଳେଶ୍ୱର ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି।

ମଦର ପ୍ରସାର ସହିତ ବାଲି ଓ ମାଟିର ଚୋରା କାରବାର ପ୍ରଭୃତି ଅପରାଧ ବଢ଼ିବା ପଛର କାରଣ।

ବାଲେଶ୍ୱର ଜିଲ୍ଲା ପ୍ରଭାରୀ ବାଙ୍କ ବିହାରୀ ବେହେରା କହିଲେ, ଏହି ଜଘନ୍ୟ ଘଟଣାର ପ୍ରତିବାଦରେ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି।

ସକାଳ ୬ ଘଟିକାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ।

ସ୍ଥାନୀୟ ସଚେତନ ନାଗରିକ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ଏହାକୁ ସମର୍ଥନ କରିବାକୁ ନିବେଦନ କରାଯାଉଛି।

ବନ୍ଦ ପୂର୍ବରୁ ମଶାଲ ଶୋଭାଯାତ୍ରା, ପଥପ୍ରାନ୍ତ ସଭା, ବୈଠକ ଇତ୍ୟାଦି ଆୟୋଜନ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)