Mini Truck Runs Over Child; ୪ ବର୍ଷର ଶିଶୁକନ୍ୟା ଉପରେ ଚଢ଼ିଗଲା ମିନି ଟ୍ରକ; ଘଟଣାସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ

Jun 28, 2026 - 18:47
Mini Truck Runs Over Child; ୪ ବର୍ଷର ଶିଶୁକନ୍ୟା ଉପରେ ଚଢ଼ିଗଲା ମିନି ଟ୍ରକ; ଘଟଣାସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଛି ଦୁଃଖଦ ଖବର। ୪ ବର୍ଷର ଏକ ଶିଶୁକନ୍ୟା ଉପରେ ଚଢ଼ିଗଲା ମିନିଟ୍ରକ। ଫଳରେ ଘଟଣାସ୍ଥଳରେ ହିଁ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଘଟିଛି ଏହି ଦୁର୍ଘଟଣା। 

ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ଡ଼ଙ୍ଗରିଗୁଡ଼ା ପଂଚାୟତ କୋଈଗାଁ ଅଞ୍ଚଳର ଜଣେ ମା' ନିଜର ୩ ପିଲାଙ୍କୁ ସହ ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତାରେ ଯାଉଥିଲେ । ଏହି ସମୟରେ ଏକ ମିନି ଟ୍ରକ୍ ହଠାତ ୪ ବର୍ଷର ଶିଶୁକନ୍ୟା ଙ୍କୁ ଧକା ଦେଇ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଜଣେ ଅଟୋ ଚାଳକ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗାଡିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

  • ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦୁର୍ଘଟଣା
  • ୪ ବର୍ଷର ଶିଶୁକନ୍ୟା ଉପରେ ଚଢ଼ିଗଲା ମିନି ଟ୍ରକ
  • ଘଟଣାସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ