Jajpur: ଦୁଇ ଦଶନ୍ଧିରେ ଯାଜପୁର ଦେଖିଲାଣି ୬ ବଡ଼ ବନ୍ୟା: ଗଲାଣି ୪୩ରୁ ଅଧିକ ଜୀବନ

Aug 23, 2026 - 05:56
Jajpur: ଦୁଇ ଦଶନ୍ଧିରେ ଯାଜପୁର ଦେଖିଲାଣି ୬ ବଡ଼ ବନ୍ୟା: ଗଲାଣି ୪୩ରୁ ଅଧିକ ଜୀବନ

"ଯାଜପୁର: ଯାଜପୁର ଜିଲ୍ଲାରେ ପ୍ରବାହିତ ପ୍ରମୁଖ ନଦୀ ବୈତରଣୀ, ଖର‌ସ୍ରୋତା ଓ ବ୍ରାହ୍ମଣୀ ମଧ୍ୟରୁ ଅଧିକ ବିପଦ ସୃଷ୍ଟି କରୁଛି ବୈତରଣୀ।

ପ୍ରତିବର୍ଷ ଏହି ନଦୀରେ ଏକାଧିକ ଘାଇ ହୋଇ ଦଶରଥପୁର ବ୍ଲକ୍‌ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ପ୍ରଭାବିତ କରୁଛି।

ପରିସଂଖ୍ୟାନ ସୂଚନା ମୁତାବକ ଗତ ଦୁଇ ଦଶନ୍ଧିରେ ଏଠାରେ ୬ଟି ବଡ଼ ବନ୍ୟାରେ ୪୩ରୁ ଅଧିକ ଜୀବନ ଯାଇଛି।

Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା ଜିଲ୍ଲାର ୮ ବ୍ଲକ୍‌ ବାସିନ୍ଦା ପ୍ରତିବର୍ଷ ବନ୍ୟାକୁ ପାଖରୁ ଦେଖି ଆସୁଛନ୍ତି।

ଚଳିତବର୍ଷର ବନ୍ୟା ବିଗତ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ଓ ଲମ୍ବା ସମୟ ଧରି କ୍ଷତି ଘଟାଇଛି।

ଚଳିତ ବନ୍ୟାରେ ଦଶରଥପୁର ବ୍ଲକ୍ ତରପଦା ପଞ୍ଚାୟତ ପାଟଣାଠାରେ କାଣୀ ନଦୀର ଦକ୍ଷିଣ ପାର୍ଶ୍ବ ବନ୍ଧ ଓ ଜରି ପଞ୍ଚାୟତ ନାଉବାଙ୍କ ନିକଟରେ ଘାଇ ଯୋଗୁଁ ଲକ୍ଷାଧିକ ଲୋକ ଜଳବନ୍ଦି ରହିଥିଲେ।

ବନ୍ୟାରେ ୧୧୮ ପଞ୍ଚାୟତ ୩୪୨ ଗ୍ରାମର ୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ନଦୀରୁ ଧୀରେ ଧୀରେ ଜଳସ୍ତର ଖସୁଥିଲେ ମଧ୍ୟ ଅନେକ ଗାଁରୁ ପାଣି ଖସିନାହିଁ।

ଏବେ ବି କୟାଁ ଓ ନିଜାମପୁର ପଞ୍ଚାୟତର କିଛି ଗାଁ ଜଳଘେର‌ରେ ରହିଛି।

ଏଭଳି ସ୍ଥିତିରେ ପୁଣି ଲଘୁଚାପ ବର୍ଷା ସମ୍ଭାବନା  ବିପନ୍ନଙ୍କୁ ଚିନ୍ତାରେ ପକାଇଛି।

ସୂଚନା ଅନୁସାରେ, ୨୦୦୫ର ବଡ଼ ବନ୍ୟା ଯାଜପୁରବାସୀଙ୍କୁ ଡରାଇ ଦେଇଥିଲା।

ଏଥିରେ ଜିଲ୍ଲାର ୨୧୯ ଗ୍ରାମର ଦେଢ଼ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।

ସେତେବେଳେ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ନଥିବାରୁ ଲୋକେ ଦହଗଞ୍ଜ ହୋଇଥିଲେ।

୨୦୧୧ରେ ଆଉ ଏକ ପ୍ରଳୟଙ୍କରୀ ବନ୍ୟା ଆସି ୧୩ ଜଣଙ୍କ ଜୀବନ ନେଇଥିଲା।

୧୪୨ଟି ପଞ୍ଚାୟତ ୪୯୯ ଗ୍ରାମର ୪ ଲକ୍ଷ ୫୦ ହଜାର ୫୨୦ ଜଣ ଲୋକ ପ୍ରଭାବିତ ହୋଇଥିଲେ।

୨୦୧୫ ବନ୍ୟାରେ ୫୭ ପଞ୍ଚାୟତ ୨୧୯ ଗ୍ରାମର ୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା।

ଏଥିରେ ଘରଭାଙ୍ଗି, ସାପ କାମୁଡ଼ା ଓ ବନ୍ୟାରେ ଭାସି ୪ ଜଣଙ୍କର ଜୀବନ ଯାଇଥିଲା।

୨୦୧୭ ବନ୍ୟାରେ ୫୬ ପଞ୍ଚାୟତର ୧୩୨ ଗ୍ରାମର ଲୋକ ଯନ୍ତ୍ରଣା ଭୋଗିବା ସହ ନଦୀରେ ବୁଡ଼ି ୩ ଜଣଙ୍କର ଜୀବନ ଯାଇଥିଲା।

୨୦୨୦ ଅଗଷ୍ଟରେ ହୋଇଥିବା ବନ୍ୟା ଯାଜପୁରର ନଦୀକୂଳିଆ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା।

ଅଧା ଯାଜପୁର ବନ୍ୟା ଆଁରେ ରହିଥିଲା।

୧୪୩ ପଞ୍ଚାୟତ ୬୧୨ ଗ୍ରାମର ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ।

ହେକ୍ଟର ହେକ୍ଟର ଚାଷଜମିରେ ଫସଲ ଉଜୁଡ଼ି ଯାଇଥିଲା।

Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ ବୈତରଣୀ ଓ ବ୍ରାହ୍ମଣୀ ସମେତ ଶାଖାନଦୀରେ ୨୫ଟି ଘାଇ ହୋଇ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଜଳମଗ୍ନ କରିଥିଲା।

ଏହି ବନ୍ୟାରେ ୧୨ ଜଣଙ୍କର ଜୀବନ ଯାଇଥିଲା।

ତେବେ ୨୦୨୦ରୁ ବଡ଼ ବନ୍ୟା ନ ହେଲେ ବି ଚଳିତବର୍ଷ ୪ ଥର ଲଗାତାର  ନଦୀ ବଢ଼ିବାରୁ ଏକମାସ ହେଲା ଗାଁଗୁଡ଼ିକ ଜଳମଗ୍ନ ହୋଇଛି।

ଯାଜପୁର ବ୍ଲକ୍‌ ବାଙ୍କସାହିଠାରେ ବ୍ରାହ୍ମଣୀରେ ୨ ଶହ ଫୁଟର ଘାଇ ୧୦ଟି ପଞ୍ଚାୟତକୁ ପ୍ରଭାବିତ କରିଥିଲା।

କାଣୀ ନଦୀରେ ଘାଇ ଯୋଗୁଁ ଦଶରଥପୁର ବ୍ଲକ୍‌ର ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତ ଏବଂ ଖରସ୍ରୋତାର ଶାଖାନଦୀ ନୂଆମାହାରାରେ ଘାଇ ହୋଇ ବିଂଝାରପୁର ବ୍ଲକ୍‌ର ୧୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି।

ଚଳିତ ବନ୍ୟାରେ ନଦୀରେ ଭାସିଯାଇ ୭ ଜଣ, କୁମ୍ଭୀର ଆକ୍ରମଣରେ ଜଣେ ଓ ସାପ କାମୁଡ଼ାରେ ୩ ଜଣଙ୍କର ଜୀବନ ଯାଇଛି।

ବିଭିନ୍ନ ନଦୀରୁ ମିଳିଥିବା ୨ଟି ମୃତଦେହର ପରିଚୟ ମିଳିନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)