Jail in Bribery Case ଦୁର୍ନୀତିଗ୍ରସ୍ତ ପୁଲିସ ଏଏସ୍‌ଆଇଙ୍କୁ ୪ ବର୍ଷ କାରାଦଣ୍ଡ

Jul 30, 2026 - 16:39
Jail in Bribery Case ଦୁର୍ନୀତିଗ୍ରସ୍ତ ପୁଲିସ ଏଏସ୍‌ଆଇଙ୍କୁ ୪ ବର୍ଷ କାରାଦଣ୍ଡ

"ଭୁବନେଶ୍ବର: ଯାଜପୁର ଜିଲ୍ଲା ଜେନାପୁର ଥାନାରେ କାମ କରିଥିବା ପୂର୍ବତନ ଏଏସ୍‌ଆଇ ଅମୀୟ କୁମାର ବେହେରାଙ୍କୁ ଆଜି ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛି।

Advertisment Suspend: ଗୋମାଫିଆଙ୍କୁ ସାହାଯ୍ୟ: ପୁଲିସ ଏଏସ୍‌ଆଇ-କନଷ୍ଟେବଳ ନିଲମ୍ବିତ ସମ୍ପ୍ରତି ଅମୀୟ ବେହେରା କଟକ ଜିଲ୍ଲା ଆଠଗଡ଼ ଥାନାରେ କାର୍ଯ୍ୟରତ।

ସେ ଜେନାପୁର ଥାନାରେ କାର୍ଯ୍ୟ କରୁଥିବା ସମୟରେ ଏକ ପ୍ରକୀର୍ଣ୍ଣ ଅଭିଯୋଗ (ମିସେଲେନିୟସ୍‌ ଏଲିଗେସନ୍‌)ର ଆପୋଷ ବୁଝାମଣା କରିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଇଥିଲେ।

ଏହି ମାମଲାରେ ଆଜି (ଗୁରୁବାର) ସ୍ବତନ୍ତ୍ର କୋର୍ଟ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), ୧୩(୧)(ଡି) ଓ ୭ରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଦଣ୍ଡାଦେଶରେ ୪ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।  disproportionate assets case ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପ୍ରାକ୍ତନ ପୁଲିସ ଏଏସ୍‌ଆଇ ଓ ପୂର୍ବତନ ସହକାରୀ ଶିକ୍ଷୟିତ୍ରୀଙ୍କୁ କାରାଦଣ୍ଡ କୋର୍ଟଙ୍କ ରାୟ ପରେ ଉକ୍ତ ଏଏସ୍‌ଆଇଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।