Jahangir Khan Arrested: ଟିଏମସିର ‘ପୁଷ୍ପା’ ଜାହାଙ୍ଗୀର ଖାନ ନେପାଳରୁ ଗିରଫ: ଭୟରେ ଫାଲଟାରେ ନିର୍ବାଚନ ମଇଦାନ ଛାଡି ପଳାଇଥିଲେ
"କୋଲକାତା: ପଶ୍ଚିମବଙ୍ଗ ସ୍ପେଶାଲ୍ ଟାସ୍କ ଫୋର୍ସ(ଏସ୍ଟିଏଫ୍)କୁ ବଡ଼ ସଫଳତା ମିଳିଛି।
ଟିଏମସି ନେତା ଜାହାଙ୍ଗୀର ଖାନଙ୍କୁ ପୁଲିସ ନେପାଳରୁ ଗିରଫ କରିଛି।
ଜାହାଙ୍ଗୀର ପଶ୍ଚିମବଙ୍ଗ-ନେପାଳ ସୀମାର ପଶୁପତିନାଥ ମାର୍କେଟ ରାସ୍ତା ଦେଇ ନେପାଳ ପଳାଇ ଯାଇଥିଲେ।
ସେ ପୁଲିସକୁ ଚକମା ଦେଇ ନେପାଳରେଲୁଚି ରହିଥିଲେ।
ଏସ୍ଟିଏଫ୍ ଏକ ଗୁପ୍ତସୂତ୍ରରୁ ସୂଚନା ପାଇ ତାଙ୍କୁ ଗିରଫ କରିଛି।
ଜାହାଙ୍ଗୀର ଖାନଙ୍କୁ ଟିଏମସି ସାଂସଦ ଏବଂ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଏ।
ତାଙ୍କ ବିରୋଧରେ ଡକାୟତି ଏବଂ ବଟି ଆଦାୟ ସମେତ ଅନେକ ଅଭିଯୋଗ ରହିଛି।
ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ଜାହାଙ୍ଗୀର ଘରୁ ଦୂରରେ ଥିଲେ।
ତାଙ୍କୁ ଖୋଜାଖୋଜି ଚାଲିଥିଲା।Advertisment ଭୟରେ ଫାଲଟାରେ ନିର୍ବାଚନ ମଇଦାନ ଛାଡି ପଳାଇଥିଲେ ନିଜକୁ ପୁଷ୍ପା ବୋଲି ପରିଚୟ ଦେଉଥିବା ଜାହାଙ୍ଗୀର ଖାନ ଶୁଭେନ୍ଦୁ ଅଧିକାରୀଙ୍କ ଭୟରେ ଫାଲଟାରେ ନିର୍ବାଚନ ମଇଦାନ ଛାଡି ପଳାଇଥିଲେ ।
ଫାଲଟାରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ଜାହାଙ୍ଗୀର ଖାନଙ୍କ ନାମ ବହୁଳ ଭାବରେ ଚର୍ଚ୍ଚା ହୋଇଥିଲା।
ତାଙ୍କୁ ସ୍ଥାନୀୟ ଭାବରେ ଜଣେ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ନେତା ଭାବରେ ବିବେଚନା କରାଯାଉଥିଲା।
ଅଭିଯୋଗ ହେଉଛି ଯେ,ତାଙ୍କ ଗ୍ୟାଙ୍ଗ ଅଞ୍ଚଳର ଲୋକଙ୍କୁ ଭୟଭୀତ କରିବା ସହ ସେମାନଙ୍କ ଉପରେ ଚାପ ପକାଉଥିଲେ।
ନିର୍ବାଚନ ପ୍ରଚାର ସମୟରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଦାଖଲ ହୋଇଥିଲା।
ନିର୍ବାଚନ ସମୟରେ ଜାହାଙ୍ଗୀର ଖାନ ଜଣେ ପୁଲିସ ଅଧିକାରୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ଘଟଣା ସବୁଠାରୁ ଚର୍ଚ୍ଚିତ ହୋଇଥିଲା।
ଏହି ଘଟଣାର ଭିଡିଓ ଏବଂ ଖବର ଶିରୋନାମା ପାଲଟିଥିଲା।
ବିରୋଧୀ ଦଳଗୁଡ଼ିକ ସେତେବେଳେ ଆଇନ ଶୃଙ୍ଖଳା ଏବଂ ରାଜନୈତିକ ପୃଷ୍ଠପୋଷକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
ଆହୁରି ପଢ଼ନ୍ତୁ:Drug Trade: ଡ୍ରଗ୍ସ ବେପାରୀଙ୍କ ଘର ଭାଙ୍ଗିଲା ଜିଲ୍ଲା ପ୍ରଶାସନ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।