Jagatpur Series Theft Case ଜଗତପୁର ସିରିଜ୍‌ ଚୋରି ମାମଲା: କୁଖ୍ୟାତ ‘ସାନ ବୁଟୁରୁ’ ସମେତ ୨ ଗିରଫ

Aug 17, 2026 - 17:27
Jagatpur Series Theft Case ଜଗତପୁର ସିରିଜ୍‌ ଚୋରି ମାମଲା: କୁଖ୍ୟାତ ‘ସାନ ବୁଟୁରୁ’ ସମେତ ୨ ଗିରଫ

"କଟକ: ଜଗତପୁର ଥାନା ଅଞ୍ଚଳରେ ଏକାଧିକ ଚୋରି ପୁଲିସ ନିମନ୍ତେ ଖୋଲା ଚାଲେଞ୍ଜ୍‌ ଥିଲା।

ଚଳିତ ମାସ ୧୧ତାରିଖରେ ଘଟିଥିବା ଏକ ଚୋରିମାମଲାର ତଦନ୍ତରେ ପୁଲିସ ସିରିଜ୍‌ ଚୋରି ଉପରୁ ପରଦା ଉଠାଇଛି।

ଆଜି (ସୋମବାର) ଜଗତପୁର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ଚୋରି ହୋଇଥିବା ପ୍ରାୟ ୬ଶହ ଗ୍ରାହ ସୁନା ଓ ରୁପା ଅଳଙ୍କାର ଜବତ କରିଛି।Advertisment There will be ample parking in Infocity: ଇନ୍‌ଫୋସିଟିରେ ହେବ ବହୁତଳ ପାର୍କିଂ: ଜଗତପୁର ଶିଳ୍ପାଞ୍ଚଳ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ, କେନ୍ଦୁଝର ଜିଲ୍ଲା ଟମକା ଥାନା ଅଧୀନ ବାଗପାଟିଆ ଗାଁର ରବୀନ୍ଦ୍ର ପାତ୍ର (୩୦) ଏବଂ ଯାଜପୁର ଜିଲ୍ଲା ଯାଜପୁର ରୋଡ୍‌ ଥାନା ଅଧୀନ ଲକ୍ଷ୍ମୀନଗରର କୃଷ୍ଣ ଦାସ (୨୭) ଓରଫ ସାନବୁଟୁରୁ।

ସାନବୁଟୁରୁ ନାମରେ ବିଭିନ୍ନ ଥାନାରେ ୨୬ଟି ଅପରାଧିକ ମାମଲା ରହିଥିବା ବେଳେ ରବୀନ୍ଦ୍ର ନାମରେ ୧୨ଟି ମାମଲା ରହିଛି।

ହୋଲିରେ ରଙ୍ଗ ଖେଳିବାକୁ ନେଇ କଟକର ଜଗତପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜଗତପୁର ଥାନାରେ ଭାସ୍କର ପାଢ଼ୀଙ୍କ ଲିଖିତ ଅଭିଯୋଗ ଦାୟର କରିଥିଲେ।

ଅଭିଯୋଗ ଅନୁଯାୟୀ ପୁଲିସ ନଂ ୫୨୯/୨୦୨୬ରେ ବିଏନ୍‌ଏସ୍‌ର ଦଫା ୩୩୧(୪), ୩୦୫(କ)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ଭାସ୍କରଙ୍କ ଅଭିଯୋଗ ଅନୁସାରେ, ୧୧ ତାରିଖ ପୂର୍ବାହ୍‌ଣ ପ୍ରାୟ ଟାରେ ସେ ନିଜ ଦୋକାନକୁ ଯାଇଥିଲେ।

ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତ ଘରେ ପଶି ଆଲମାରୀରେ ରଖାଯାଇଥିବା ସୁନା ଓ ରୂପା ଗହଣା ଚୋରି କରି ନେଇଥିଲେ।

ପୂର୍ବରୁ ମଧ୍ୟ ଜଗତପୁର ଥାନା ଅଞ୍ଚଳରେ ସମାନ ଢଙ୍ଗରେ ଏକାଧିକ ଗୃହ ଚୋରି ଘଟଣା ଘଟିଥିଲା।

ଜଗତପୁରରେ ନକଲି ମୋବିଲ କାରଖାନା ଠାବ, ପୁଲିସ  ଏବଂ ଓଜନମାପ ବିଭାଗର ମିଳିତ ଚଢଉ ଧରପଗଡ଼ ନେଇ ଜଗତପୁର ଥାନା ଆଇଆଇସି କହିଛନ୍ତି, ମାମଲା ରୁଜୁ ହେବା ମାତ୍ରେ ଏକ ସୂକ୍ଷ୍ମ ଏବଂ ବହୁମୁଖୀ ତଦନ୍ତ ଆରମ୍ଭ କରାଯାଇଥିଲା।

ଜଗତପୁର ପୁଲିସ ଟିମ୍ ଓ ଜିଲ୍ଲା ଫୋରେନ୍ସିକ୍ ଟିମ୍‌ର ସହାୟତାରେ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ।

ଆସିବା ଓ ଯିବାର ସମ୍ଭାବ୍ୟ ସମସ୍ତ ରାସ୍ତାର ସିସିଟିଭି ଫୁଟେଜ୍‌କୁ ସାବଧାନତାର ସହ ଯାଞ୍ଚ କରାଯାଇଥିଲା।

ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଓ ବ୍ୟବହୃତ ଗାଡ଼ିର ବିବରଣୀ ବିଶ୍ଳେଷଣ କରାଯାଇଥିଲା।

ତଦନ୍ତକାରୀ ଟିମ୍ ଆର୍‌ଟିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରିଥିଲେ।

ଏହାସହିତ, ଏହିପରି ଅପରାଧରେ ସମ୍ପୃକ୍ତ ପେଷାଦାର/ଅଭ୍ୟାସଗତ ଅପରାଧୀଙ୍କ ପରିଚୟ ଓ ସ୍ଥିତି ନିଶ୍ଚିତ କରିବା ପାଇଁ ବ୍ୟାପକ ଡିଜିଟାଲ୍ ବିଶ୍ଳେଷଣ କରାଯାଇଥିଲା।

ଏହି ସମ୍ମିଳିତ ଉଦ୍ୟମ ଫଳରେ ଅଭ୍ୟାସଗତ ଅପରାଧୀମାନଙ୍କୁ କାବୁ କରାଯାଇଥିଲା।

ଘନଘନ ଜେରା ସମୟରେ ଅଭିଯୁକ୍ତମାନେ ଅପରାଧରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିଲେ ଏବଂ ପୋଲିସକୁ ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ଜବତ କରିବାରେ ସହଯୋଗ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media