Israel Parliament: ଇସ୍ରାଏଲର ନୂତନ ସଂସଦରେ ‘ଇହୁଦୀ-ଇସଲାମିକ ସହଯୋଗ ମଡେଲ’!

Oct 31, 2026 - 13:50
Israel Parliament: ଇସ୍ରାଏଲର ନୂତନ ସଂସଦରେ ‘ଇହୁଦୀ-ଇସଲାମିକ ସହଯୋଗ ମଡେଲ’!

ତେଲ ଅଭିଭ: ସାମ୍ପ୍ରତିକ ନିର୍ବାଚନ ପରେ ଗଠିତ ଇସ୍ରାଏଲର ନୂତନ ସଂସଦ ଏକ ଆକର୍ଷଣୀୟ ପରୀକ୍ଷଣର ସାକ୍ଷୀ ହୋଇପାରେ।

ନିଜକୁ ଜାୟୋନିଷ୍ଟ ବୋଲି କହୁଥିବା ପୂର୍ବତନ ଇହୁଦୀ ପୁଲିସ ଅଧିକାରୀ ୟୋଆଭ ସେଗାଲୋଭିଜ୍ ଇସ୍ରାଏଲୀ ସଂସଦରେ ଆରବ ଦଳର ପ୍ରତିନିଧିତ୍ୱ କରିବେ।

ସେ ଆରବ ଦଳ ରା'ଆମ୍‌ର ସଦସ୍ୟ ଭାବରେ ଇସ୍ରାଏଲୀ ସଂସଦ ନେସେଟ୍‌ରେ ବସିବେ।

ରା'ଆମ୍ ପୂର୍ବ ଅପେକ୍ଷା ଯଥେଷ୍ଟ ଭଲ ପ୍ରଦର୍ଶନ କରି ଆଠଟି ଆସନ ଜିତିଛି।ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ,ଇହୁଦୀ ନେତୃତ୍ୱାଧୀନ କେନ୍ଦ୍ରବାଦୀ ଦଳ ଛାଡି ଆରବ ନେତୃତ୍ୱାଧୀନ ରକ୍ଷଣଶୀଳ ଦଳରେ ଯୋଗଦେବାର ୟୋଆଭ୍‌ଙ୍କ ନିଷ୍ପତ୍ତି ଇସ୍ରାଏଲୀ ଏବଂ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଛି।

ନିର୍ବାଚନ ଫଳାଫଳ ସ୍ପଷ୍ଟ ନିଷ୍କର୍ଷରେ ପହଞ୍ଚିବା ପରିବର୍ତ୍ତେ ଝୁଲା ହୋଇ ରହିଛି।

ତେଣୁ ନୂତନ ସରକାରରେ ଆରବ ଦଳଗୁଡ଼ିକର ଭୂମିକା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।

Advertisment ୟୋଆଭ କହିଛନ୍ତି ତାଙ୍କର ରା'ଆମ୍ ନେତା ମନସୁର ଆବାସଙ୍କ ସହ ମିଶିବାରେ ମୁଖ୍ୟ ଲକ୍ଷ୍ୟ ଥିଲା ଇହୁଦୀ ଏବଂ ଆରବଙ୍କ ମଧ୍ୟରେ ଥିବା ଜାତିଗତ ଏବଂ ଧାର୍ମିକ ପାର୍ଥକ୍ୟରୁ ଉପରକୁ ଉଠି ଏକ ରାଜନୈତିକ ମେଣ୍ଟ ଗଠନ କରିପାରିବେ।

ଆବାସ ଜଣେ ଆରବୀୟ ଏବଂ ମୁଁ ଜଣେ ଇହୂଦୀ।

ମୁଁ ଧର୍ମନିରପେକ୍ଷ ଯେତେବେଳେ ସେ ଜଣେ ଧାର୍ମିକ।

କିନ୍ତୁ ଆମେ ଇସ୍ରାଏଲର ନାଗରିକ ଏବଂ ଆମକୁ ଏକାଠି କାମ କରିବାକୁ ପଡିବ।

ସେ କହିଛନ୍ତି।

ଏହି ନିର୍ବାଚନରେ ​​ଇସ୍ରାଏଲର ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ଆରବ ନେତୃତ୍ୱାଧୀନ ଦଳଗୁଡ଼ିକ ରେକର୍ଡ ୧୮ ଆସନ ଜିତିଛନ୍ତି।

ଯଦି ଦେଶର ଇହୁଦୀ ନେତୃତ୍ୱାଧୀନ ବିରୋଧୀ ଦଳ ସେମାନଙ୍କ ସହିତ ମିଶିବାକୁ ରାଜି ହୁଅନ୍ତି, ତେବେ ଏହି ଦଳଗୁଡ଼ିକ ପରବର୍ତ୍ତୀ ସରକାରଙ୍କୁ ସଂଖ୍ୟାଗରିଷ୍ଠତା କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ।

ସରକାରରେ ୟୋଆଭଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।

ଆମେ ସମସ୍ତେ ଇସ୍ରାଏଲୀ ରା'ଆମ୍ ପାର୍ଟି ଏକ ରାତ୍ରୀଭୋଜି ଆୟୋଜନ କରି ନିର୍ବାଚନ ଫଳାଫଳ ପାଳନ କରିଥିଲା।

ୟୋଆଭ ଏକମାତ୍ର ରାଜନେତା ଥିଲେ ଯିଏ ଆରବି ଭାଷାରେ ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରି ନଥିଲେ।

ତେବେ ଏହା କାହାକୁ ଅସନ୍ତୋଷ କରିନଥିଲା।

ଯେତେବେଳେ ସେ ହିବ୍ରୁ ଭାଷାରେ 'କୁଲାନୁ ୟିସରାଲିମ୍' ଅର୍ଥାତ୍ ଆମେ ସମସ୍ତେ ଇସ୍ରାଏଲୀ ବୋଲି କହିଥିଲେ, ହଲ୍ କରତାଳିରେ ଫାଟି ପଡ଼ିଥିଲା।

ଉଦାରବାଦୀମାନେ ୟୋଆଭଙ୍କ ପଦକ୍ଷେପକୁ ସ୍ୱାଗତଯୋଗ୍ୟ ଇଙ୍ଗିତ ଭାବରେ ପ୍ରଶଂସା କରୁଛନ୍ତି, ଯେତେବେଳେ ଦକ୍ଷିଣପନ୍ଥୀ ସମାଲୋଚକମାନେ କହିଛନ୍ତି ଯେ, ୟୋଆଭଙ୍କ ପଦକ୍ଷେପ ଇସ୍ରାଏଲ ପ୍ରତି ବିଶ୍ୱାସଘାତକତା ପରି।

ରା'ଆମ୍ ସହିତ ନିର୍ବାଚନ ଲଢ଼ିଥିବା ଆରବ ନେତୃତ୍ୱାଧୀନ ବାମପନ୍ଥୀ ଦଳର କିଛି ଲୋକ ଏହାକୁ କେବଳ ଏକ ବ୍ରାଣ୍ଡିଂ ଅଭ୍ୟାସ ବୋଲି କହିଛନ୍ତି।

ସେମାନେ ବିଶ୍ୱାସ କରନ୍ତି ଯେ, ଏହା ଦ୍ବାରା ଆରବ ସମ୍ପ୍ରଦାୟର ସମସ୍ୟା ସମାଧାନ କରିବା ପରିବର୍ତ୍ତେ ମୁଖ୍ୟଧାରାର ଦଳଗୁଡ଼ିକୁ ସନ୍ତୁଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଇସ୍ରାଏଲର ଭବିଷ୍ୟତ ପାଇଁ ଏକ ଭିନ୍ନ ଦୃଷ୍ଟିକୋଣ ଆମର ମେଣ୍ଟ ଇସ୍ରାଏଲର ଭବିଷ୍ୟତ ପାଇଁ ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରେ।

ଏହା ଶାସକ ମେଣ୍ଟରେ ଯୋଗଦେବା ପାଇଁ ରା'ଆମ୍ ପାର୍ଟିର ପ୍ରୟାସକୁ ମଧ୍ୟ ମଜବୁତ କରେ ବୋଲି ୟୋଆଭ କହିଛନ୍ତି।

ରା'ଆମ୍‌କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା ଦାବି କରିଥିବା ଲୋକଙ୍କ ମଧ୍ୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦଳ ମଧ୍ୟ ସାମିଲ ଥିଲା।

ତାଙ୍କ ପ୍ରଚାର ସମୟରେ ସେ କହିଥିଲେ, ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନହାୱର ବହୁମତ ହାସଲ କରିବା ପାଇଁ ଆବାସଙ୍କ ସହ ମିଶିପାରନ୍ତି।

ନିର୍ବାଚନ ଫଳାଫଳ ପରେ ନେତାନ୍ୟାହୁଙ୍କ ଦଳ ମଧ୍ୟ ଦାବି କରିଥିଲା ​​ଯେ, ଆରବ ନେତୃତ୍ୱାଧୀନ ଦଳଗୁଡ଼ିକ ନିର୍ବାଚନ ଚୋରି କରିଛନ୍ତି।

ତେବେ ଅଧିକାଂଶ ଅନ୍ୟ ଦଳ ଏହି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି।

ନେତାନ୍ୟାହୁ ଏବଂ ଦକ୍ଷିଣପନ୍ଥୀ ଗୋଷ୍ଠୀ ଆରବ ଦଳଗୁଡ଼ିକୁ ବିଶ୍ୱାସଘାତକ ଭାବରେ ଚିତ୍ରଣ କରି ସମାଲୋଚନା କରିଛନ୍ତି।

ଇସ୍ରାଏଲ ରାଜ୍ୟର ଶକ୍ତି ଏବଂ ସ୍ଥିରତା ପାଇଁ ଉତ୍ତେଜନା, ଜାତିଭେଦ ଏବଂ ବହିଷ୍କାର ଭାବନା ସବୁଠାରୁ ବଡ଼ ବିପଦ ମଧ୍ୟରୁ ଗୋଟିଏ ବୋଲି ୟୋଆଭ କହିଛନ୍ତି।

Trump Administration: ରୁଷ ଉପରେ କଟକଣା ହଟାଇବା ଦିଗରେ ଟ୍ରମ୍ପ ପ୍ରଶାସନ: ବନ୍ଦୀ ମୁକ୍ତି ପରେ କଡ଼ା ପ୍ରତିକ୍ରିୟା ଇସ୍ରାଏଲରେ ଇହୁଦୀ ନେତୃତ୍ୱାଧୀନ ଦଳଗୁଡ଼ିକ ଆରବ ଦଳଗୁଡ଼ିକଠାରୁ ଦୂରତା ବଜାୟ ରଖଥାନ୍ତି।

ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଇହୁଦୀ ଦଳଗୁଡ଼ିକ ଆରବ ଦଳଗୁଡ଼ିକ ସହିତ ମେଣ୍ଟ ଗଠନ କରିବାକୁ ଅନିଚ୍ଛୁକ ଅଛନ୍ତି।

ଇତିହାସରେ କେବଳ ଥରେ ୨୦୨୧ ମସିହାରେ ଆରବ ଦଳ ଶାସକ ମେଣ୍ଟର ଅଂଶ ହୋଇଥିଲା, ଯାହା ୧୮ ମାସ ପର୍ଯ୍ୟନ୍ତ ଚାଲିଥିଲା।

୧୯୪୮ ମସିହାରେ ଇସ୍ରାଏଲ ପ୍ରତିଷ୍ଠା ହେବା ସମୟରେ ଯେଉଁ ପାଲେଷ୍ଟାଇନୀମାନେ ରହିଥିଲେ ସେମାନେ ଆରବ ଭାବରେ ଜଣାଶୁଣା।

ସେମାନେ ଇସ୍ରାଏଲର ଜନସଂଖ୍ୟାର ୨୦ ପ୍ରତିଶତ ଏବଂ ସେମାନଙ୍କର ଇସ୍ରାଏଲୀ ନାଗରିକତା ତଥା ଭୋଟ ଦେବାର ଅଧିକାର ଅଛି।

ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲିମ୍।

ତେବେ ଖ୍ରୀଷ୍ଟିଆନ ଏବଂ ଅନ୍ୟ କିଛି ସମ୍ପ୍ରଦାୟ ମଧ୍ୟ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)