IranIsrael: ପୁଣି ଇରାନ-ଇସ୍ରାଏଲ ଯୁଦ୍ଧ: ଉଭୟ ଦେଶକୁ ଟ୍ରମ୍ପଙ୍କ ଚେତାବନୀ

Jun 09, 2026 - 05:51
IranIsrael: ପୁଣି ଇରାନ-ଇସ୍ରାଏଲ ଯୁଦ୍ଧ: ଉଭୟ ଦେଶକୁ ଟ୍ରମ୍ପଙ୍କ ଚେତାବନୀ

"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନା ନେଉନାହିଁ।

ଗତ ଏପ୍ରିଲ ୮ ତାରିଖରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ପ୍ରଥମ ଥର ପାଇଁ ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ପୁଣି ଆକ୍ରମଣ କରିଛନ୍ତି।

ଇସ୍ରାଏଲ ଇରାନର କେନ୍ଦ୍ରୀୟ ଓ ପଶ୍ଚିମ ଅଞ୍ଚଳରେ ହମଲା କରିଛି।

କ୍ଷେପଣାସ୍ତ୍ର ଲଞ୍ଚର ସମେତ ଏକ ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଟାର୍ଗେଟ୍‌ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା।

ଏହାପରେ ଇସ୍ରାଏଲ ଉପରେ ଇରାନ ଏକାଧିକ କ୍ଷେପଣାସ୍ତ୍ର ନି‌କ୍ଷେପ କରିଛି।

ଇସ୍ରାଏଲର ଦୁଇଟି ସାମରିକ ଘାଟିକୁ ଟାର୍ଗେଟ୍‌ କରି ଇରାନ ଆକ୍ରମଣ କରିଛି ବୋଲି ଦାବି କରିଛି।Advertisment ପାରାମିଲିଟାରି ରିଭଲ୍ୟୁସନାରି ଗାର୍ଡ ପକ୍ଷରୁ କୁହାଯାଇଛି ଯେ, ଅପରେସନ ନସର ବା ବିଜୟ ଅଧୀନରେ ଏହି ଅଭିଯାନ ହୋଇଥିଲା।

ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶମାର୍ଗରେ ପ୍ରତିରୋଧ କରିବା ସମୟରେ ପ୍ରବଳ ବିସ୍ଫୋରଣ ହୋଇଥିଲା।

ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିବାର କିଛି ସମୟ ପରେ ଉଭୟ ଦେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ଦୁଇ ଦେଶ ତୁରନ୍ତ ସୁଟିଂ ବନ୍ଦ କରିବା ଆବଶ୍ୟକ ବୋଲି ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ ଉଲ୍ଲେଖ କରିଥିଲେ।

ଏହାର ପ୍ରାୟ ଘଣ୍ଟା‌ଏ ପରେ ଟ୍ରମ୍ପ ତାଙ୍କର ଅନ୍ୟ ଏକ ପୋଷ୍ଟ୍‌ରେ ଲେଖିଥିଲେ ଯେ ଯେକୌଣସି ଶାନ୍ତି ଆଲୋଚନା ପଥରେ ଅଜ୍ଞତା ଓ ମୂର୍ଖତା ପ୍ରତିବନ୍ଧକ ହେବ।

ଉଭୟ ଇରାନ ଓ ଇସ୍ରାଏଲ ତୁରନ୍ତ ଯୁଦ୍ଧବିରତି ଚାହୁଛନ୍ତି।

ଶାନ୍ତି ପ୍ରସଙ୍ଗରେ ଚୂଡ଼ାନ୍ତ ଆଲୋଚନା ଚାଲିଛି।

ଅଜ୍ଞତା ଓ ମୂର୍ଖତା ଏଥିରେ ବାଧା ସୃଷ୍ଟି କରିପାରେ।

ତେବେ ଚୂଡ଼ାନ୍ତ ରାଜିନାମା ନ ହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀରେ ଆମେରିକା ନୌସେନାର ଅବରୋଧ ଜାରି ରହିବ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: Ujjwala: ଉଜ୍ଜ୍ବଳା ହିତାଧିକାରୀ ଝଟକା: ବର୍ଷକୁ ମିଳିବ ୪ଟି ଏଲ୍‌ପିଜି ସିଲିଣ୍ଡର ଇସ୍ରାଏଲୀ ସେନାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଇରାନ ୩ଟି ପର୍ଯ୍ୟାୟରେ ପାଖାପାଖି ୩୦ଟି କ୍ଷେପଣାସ୍ତ୍ର ଇସ୍ରାଏଲ ଉପରକୁ ଗତକାଲି ରାତିରୁ ନିକ୍ଷେପ କରିଛି।

ଲେବାନନ ରାଜଧାନୀ ବେରୁତ୍‌ରେ ହେଜବୁଲ୍ଲା ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି।

ଅନ୍ୟପକ୍ଷରେ ୟେମେନର ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ଉପରକୁ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି।

ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଥିବା କୁହାଯାଉଛି।

କିନ୍ତୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ରାତିରେ ସୁରକ୍ଷା କ୍ୟାବିନେଟ୍ ବୈଠକ ଡାକିଥିବା କୁହାଯାଉଛି।

ମଧ୍ୟପ୍ରାଚ୍ୟରେ ପୁନର୍ବାର ଦେଖାଦେଇଥିବା ଉ‌ତ୍ତେଜନାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚିନ୍ତାବ୍ୟକ୍ତ କରିବା ସହ ଉଭୟ ପକ୍ଷକୁ ସଂଯମ ଅବଲମ୍ବନ ପାଇଁ କହିଛନ୍ତି।"