Iran : ହର୍ମୁଜ୍ ପ୍ରଣାଳୀରେ ବ୍ୟବସାୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଇରାନର ନୂଆ କୌଶଳ

Oct 14, 2026 - 16:20
Iran : ହର୍ମୁଜ୍ ପ୍ରଣାଳୀରେ ବ୍ୟବସାୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଇରାନର ନୂଆ କୌଶଳ

"ତେହେରାନ୍: ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ୍ ପ୍ରଣାଳୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଇରାନ୍ ନୂଆ କୌଶଳ ଆପଣାଇଥିବା ରିପୋର୍ଟରୁ ପ୍ରକାଶ ପାଇଛି।

ଦୁଇଜଣ ବରିଷ୍ଠ ଇରାନୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୦ ଦିନ ପୂର୍ବରୁ ଇରାନ୍ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଛି।

ନିଜ ନିୟମାବଳୀ ଉଲ୍ଲଂଘନ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣର ଗତି ଏବଂ ଶୈଳୀକୁ ବୃଦ୍ଧି କରାଯାଇଛି।

ଆମେରିକାରେ ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ଉଚ୍ଚା ରଖିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ବୋଲି ଅଧିକାରୀମାନେ କହିଛନ୍ତି।Advertisment  ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କରିବା ଲକ୍ଷ୍ୟ ବିଶ୍ୱ ବଜାରରେ ତୈଳ ଦର କମାଇବା ପାଇଁ ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକର ଉଦ୍ୟମକୁ ବିଫଳ କରିବା ଆମର ଲକ୍ଷ୍ୟ ବୋଲି ଜଣେ ଇରାନୀ ଅଧିକାରୀ ରଏଟର୍ସକୁ କହିଛନ୍ତି।

ଆମେରିକା ସେନାର ଜଣେ ଅଧିକାରୀ ମଧ୍ୟ ଇରାନର ଏହି କୌଶଳଗତ ପରିବର୍ତ୍ତନକୁ ସ୍ୱୀକାର କରିଛନ୍ତି।

ଆମେରିକୀୟ ଆକ୍ରମଣରେ ଇରାନର ରାଡାର୍ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବା ପରେ, ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କୋର୍ (ଆଇଆରଜିସି) ଏବେ ଛୋଟ ଡଙ୍ଗାରେ ନିରସ୍ତ୍ର ନାଗରିକ ସ୍ପୋଟର (ନଜର ରଖୁଥିବା ବ୍ୟକ୍ତି) ମାନଙ୍କୁ ନିୟୋଜିତ କରୁଛି।

ଏହି ସ୍ପୋଟରମାନେ ବ୍ୟବସାୟିକ ଓ ସାମରିକ ଜାହାଜଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସ୍ଥିତି ଆଇଆରଜିସି ୟୁନିଟକୁ ପଠାଉଛନ୍ତି।

ଗତ ସପ୍ତାହରେ ଆମେରିକୀୟ ସେନା ଏପରି ଏକ ଇରାନୀ ସ୍ପୋଟର ଡଙ୍ଗାକୁ ଚିହ୍ନଟ କରି ଅଟକାଇଥିଲା ଏବଂ ସେଥିରେ ଥିବା ଲୋକଙ୍କୁ ଓହ୍ଲାଇ ଦେବା ପରେ ଡଙ୍ଗାଟିକୁ ଧ୍ୱଂସ କରିଦେଇଥିଲା, ଯେଉଁଥିରେ କୌଣସି ମୃତାହତର ଖବର ନାହିଁ।

ଏହାସହ ଇରାନ୍ ନିଜର କାର୍ଯ୍ୟକଳାପକୁ ହର୍ମୁଜ୍ ପ୍ରଣାଳୀ ବାହାରକୁ, ଯଥା କାତାର ଏବଂ ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ଜଳଭାଗ ପର୍ଯ୍ୟନ୍ତ ବ୍ୟାପକ କରିଛି।

ତଥ୍ୟ ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଡ୍ରୋନ୍ ଆକ୍ରମଣ ଓ ଜାହାଜକୁ ହଇରାଣ କରିବା ଭଳି ଅତିକମରେ ୫ଟି ଘଟଣା ରେକର୍ଡ କରାଯାଇଛି।

ଇରାନୀ ଅଧିକାରୀମାନେ ସଙ୍କେତ ଦେଇଛନ୍ତି ଯେ ସେମାନଙ୍କ ନିୟମାବଳୀ ଉଲ୍ଲଂଘନ କରୁଥିବା ଜାହାଜଗୁଡ଼ିକ ଉପରେ କଟକଣା ଆହୁରି କଡ଼ାକଡ଼ି କରାଯିବ ଏବଂ ଶୀଘ୍ର ଏହି ସାମୁଦ୍ରିକ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ।

ଦିଲ୍ଲୀ ପ୍ରତିବାଦକୁ ନେଇ ହାର୍ଭାର୍ଡର ଦୁଇ ଗୋଷ୍ଠୀ ମଧ୍ୟରେ ମତଭେଦ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)