IRAN : ବହାଇମାନେ କିଏ , ଆଜିସୁଦ୍ଧା ଯାହାଙ୍କ ସହ ଇରାନରେ ହେଉଛି ଅତ୍ୟାଚାର , କେମିତି ସୃଷ୍ଟି ହେଲା ବିଶ୍ୱର ସବୁଠୁ ଏହି ନୂଆ ଧର୍ମ
ନୂଆଦିଲ୍ଲୀ – ୧୭୬ ବର୍ଷ ପୂର୍ବେ, ୯ ଜୁଲାଇ ୧୮୫୦ରେ, ସୟଦ ଅଲି ମହମ୍ମଦଙ୍କୁ ମାତ୍ର ୩୦ ବର୍ଷ ବୟସରେ ପାରସ୍ୟର ତାବ୍ରିଜ୍ (ବର୍ତ୍ତମାନର ଇରାନ)ରେ ଗୁଳି କରି ହତ୍ୟା କରାଯାଇ ଥିଲା। ବହାଇମାନେ ତାଙ୍କୁ ବାବ ବୋଲି ଡାକନ୍ତି ଏବଂ ତାଙ୍କୁ ଏକ ନୂତନ ଆଧ୍ୟାତ୍ମିକ ଯୁଗର ଦ୍ୱାର ଖୋଲି ଥିବା ଏବଂ ବାହାଉଲ୍ଲାଙ୍କ ଆଗମନ ଘୋଷଣା କରିଥିବା ଦୂତ ଭାବରେ ବିଶ୍ୱାସ କରନ୍ତି। ବାବ ୧୮୪୪ ମସିହାରେ ନିଜକୁ ପରମେଶ୍ୱରଙ୍କ ଦୂତ ଭାବେ ଘୋଷଣା କରି ଥିଲେ। ତାଙ୍କର ଶିକ୍ଷା ତତ୍କାଳୀନ ଧାର୍ମିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇଥିଲା, ଯେଉଁଥିପାଇଁ ହଜାର ହଜାର ଲୋକ ତାଙ୍କର ଅନୁଗାମୀ ହୋଇ ଥିଲେ। କୁହାଯାଏ ଯେ, ତାଙ୍କର ସହିଦ ହେବା ସମୟରେ ଅନେକ ଚମତ୍କାର ଘଟଣା ଘଟି ଥିଲା। ତାଙ୍କ ଅନୁଗାମୀମାନେ ଇସ୍ରାଏଲର ହାଇଫାରେ ତାଙ୍କ ମରଶରୀରକୁ କବର ଦେଇଥିଲେ, ଯେଉଁଠାରେ ଆଜି ତାଙ୍କର ପବିତ୍ର ତୀର୍ଥସ୍ଥଳ ରହିଛି।
ବାବଙ୍କ ସହିଦର କିଛି ବର୍ଷ ପରେ ବହାଉଲ୍ଲାହ ବହାଇ ଧର୍ମର ସ୍ଥାପନା କରି ଥିଲେ। ଏହାକୁ ବିଶ୍ୱର ସବୁଠୁ ନୂଆ ଧର୍ମ ଭାବେ ବିଶ୍ୱାସ କରାଯାଏ। ଏହି ଧର୍ମର ପ୍ରାୟ ୮୦ ଲକ୍ଷ ଅନୁଗାମୀ ବିଶ୍ୱର ଅନେକ ସ୍ଥାନରେ ରହନ୍ତି। ଭାରତରେ ବହାଇ ଧର୍ମର ପ୍ରବେଶ ୧୯ତମ ଶତାଦ୍ଦୀର ଶେଷ ଭାଗରେ ପାରସ୍ୟ ବ୍ୟବସାୟୀ ଓ ପ୍ରବାସୀଙ୍କ ମାଧ୍ୟମରେ ହୋଇଥିଲା। ସେବେଠାରୁ ସେ ବମ୍ୱଇ (ଏହେ ମୁମ୍ୱାଇ)ରେ ପହଞ୍ଚି ଥିଲେ ଏବଂ ଏହି ଠାରୁ ବହାଇ ଚିନ୍ତାଧାରାର ପ୍ରସାର ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଭାରତୀୟ ଅନୁଗାମୀଙ୍କ ମଧ୍ୟରେ ଅନେକ ପାରସ୍ୟ ଧର୍ମର ଲୋକ ମଧ୍ୟ ସାମିଲ ଥିଲେ , ଯିଏକି ବହାଇ ସଂସ୍ଥା ଗୁଡ଼ିକୁ ସଙ୍ଗଠିତ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇ ଥିଲେ। ଆଜି ଭାରତରେ ପ୍ରାୟ ୨୦ ଲକ୍ଷ ବହାଇ ରୁହନ୍ତି।
ଦିଲ୍ଲୀର ଲୋଟସ ଟେମ୍ପଲ କେବଳ ଯେ, ବହାଇ ଧର୍ମର ସବୁଠୁ ପ୍ରସିଦ୍ଧ ଉପାସନା ସ୍ଥଳ ନୁହେଁ , ତା ନୁହେଁ, ଏହାକୁ ଭାରତର ଧାର୍ମିକ ବିବିଧତା ଓ ସର୍ବଧର୍ମ ସମାନତାର ପ୍ରତୀକ ଭାବେ ଜଣାଯାଏ। ବହଇ ଧର୍ମ ଶିକ୍ଷା, ମହିଳା ସଶକ୍ତିକରଣ , ନୈତିକ ମୂଲ୍ୟବୋଧ ଓ ସାମାଜିକ ବିତାଶ ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମ ମଧ୍ୟ ଚଲାଇ ଯାଏ। କିନ୍ତୁ, ଅତ୍ୟାଚାରର ଲମ୍ୱା କାହାଣୀ ମଧ୍ୟ ଏହା ସହ ଜଡ଼ିତ। ବିଶେଷକରି ଇରାନରେ, ଯେଉଁଠି ଏହି ଧର୍ମର ଆରମ୍ଭ ହୋଇ ଥିଲା। ସେଠାରେ ଅନେକ ଦଶକରୁ ବହାଇ ଲୋକେ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ୧୯୭୯ର ଇସଲାମିକ ବିଦ୍ରୋହ ପରେ ଇରାନରେ ବହାଇ ଧର୍ମକୁ ସରକାରୀ ଭାବେ ମାନ୍ୟତା ମିଳି ନାହିଁ। ଏମିତି କି ଏହି ସମ୍ପ୍ରଦାୟର ଅନୁଗାମୀଙ୍କୁ ଉଚ୍ଚଶିକ୍ଷା, ସରକାରୀ ଚାକିରି ଏବଂ ଅନେକ ନାଗରିକ ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଇ ଥିଲା। କେତେକ ସମୟରେ, ସେମାନଙ୍କୁ ସେମାନଙ୍କ ମୃତ ସମ୍ପର୍କୀୟମାନଙ୍କୁ ଶ୍ମଶାନରେ କବର ଦେବାର ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଇଥିଲା।
ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ, ଭାରତରେ ରହୁଥିବା ବହାଇ ଲୋକଙ୍କୁ ଚିନ୍ତାରେ କରାଇ ଦେଇଥିଲା। ଅନେକ ଭାରତୀୟ ବହାଇ ପରିବାରର ବଂଶୋଦ୍ଭବ ଇରାନରେ ରୁହନ୍ତି ଏବଂ ତାଙ୍କର ସଂପର୍କୀୟ ଆଜି ମଧ୍ୟ ସେଠାରେ ରୁହନ୍ତି। ବହାଇ ମାନଙ୍କ ଅଭିଯୋଗ ଯେ, ଇରାନରେ ସଙ୍କଟର ପ୍ରତି କ୍ଷଣରେ ତାଙ୍କୁ ସନ୍ଦେହ ନଜରରେ ଦେଖାଯାଏ।
ଗତ କିଛି ମାସ ମଧ୍ୟରେ, ଅନେକ ବାହାଇ ନାଗରିକଙ୍କୁ ଗିରଫ ଏବଂ ନିର୍ଯାତନା ଦିଆଯାଇଥିବା ରିପୋର୍ଟ ଆସିଛି। ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି ଯେ, ନିରପେକ୍ଷ ଆଇନଗତ ପ୍ରକ୍ରିୟା ବିନା ବାହାଇ ନାଗରିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବାହାଇ ଇଣ୍ଟରନ୍ୟାସନାଲ କମ୍ୟୁନିଟି ଏବଂ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଭଳି ସଂଗଠନଗୁଡ଼ିକ ମଧ୍ୟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଇରାନୀ ବଂଶୋଦ୍ଭବର ଅନେକ ଭାରତୀୟ ବହାଇ ପରିବାର ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କର ଧାର୍ମିକ ପରିଚୟ ଯୋଗୁଁ ଦଶନ୍ଧି ଧରି ଇରାନରେ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ବିଡ଼ମ୍ବନାର ବିଷୟ ଯେ, ଯେଉଁ ଧର୍ମର ମୂଳରେ ମାନବ ଏକତା, ଶାନ୍ତି ଏବଂ ସମାନତା , ସେହି ଧର୍ମର ଅନୁଗାମୀମାନେ ଏପର୍ଯ୍ୟନ୍ତ ସମାନ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି। ଯେତେବେଳେ ସାରା ବିଶ୍ୱରେ ବହାଇମାନେ ବାବଙ୍କ ସହିଦ ଦିବସରେ ପ୍ରାର୍ଥନା ଏବଂ ଆତ୍ମଚିନ୍ତନ କରନ୍ତି, ସେଠାରେ ଏହି ଦିନ ଧାର୍ମିକ ସ୍ୱାଧୀନତା, ସହନଶୀଳତା ଏବଂ ମାନବାଧିକାର ଗୁଡ଼ିକର ମଧ୍ୟ ସ୍ମରଣ କରାଇଥାଏ।
ଆହୁରି ମଧ୍ୟ ପଢନ୍ତୁ - AI Success Story: ନା ଥିଲା MBA ଡିଗ୍ରୀ, ନା କୋଟି କୋଟି ଟଙ୍କା... ୬ ପିଲାଙ୍କ ମା’ AI ସାହାଯ୍ୟରେ ଠିଆ କରି ଦେଲେ କମ୍ପାନୀ!