22 JULY 2026

Welcome!

Unlock your personalized experience.
Sign Up

Iran Crisis: ବିମାନ ଶିଳ୍ପକୁ ୧୦ହଜାର କୋଟିର ବଳ

Jun 03, 2026 - 19:18
Iran  Crisis: ବିମାନ ଶିଳ୍ପକୁ ୧୦ହଜାର କୋଟିର ବଳ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଦେଶର ବିମାନ କମ୍ପାନି, ତୈଳ କମ୍ପାନି ଓ ବିମାନ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ୧୦ହଜାର କୋଟି ଟଙ୍କାର ବିମାନ ଟରବାଇନ୍ ଇନ୍ଧନ (ଏଟିଏଫ୍‌) ମୂଲ୍ୟ ସ୍ଥିରତା ପାଣ୍ଠିକୁ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହା ସହିତ ସରକାର ଘରୋଇ ବିମାନ ପାଇଁ ଏଟିଏଫ୍‌ ମୂଲ୍ୟ ପ୍ରତି ଲିଟର ୭୫ ଟଙ୍କା ୬୦ ପଇସାରେ ସୀମିତ କରିଛନ୍ତି। ବର୍ଦ୍ଧିତ ଏଟିଏଫ୍‌ ମୂଲ୍ୟକୁ ସ୍ଥିର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକପଢ଼ନ୍ତୁ:ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ରେ ମଞ୍ଜୁରୀ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଏହି ପାଣ୍ଠି ଏଟିଏଫ୍‌ ମୂଲ୍ୟରେ ହ୍ରାସକୁ ନିୟନ୍ତ୍ରଣ କରିବ। ଏହାକୁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ପରିଚାଳନା ପାଇଁ ବ୍ୟବହାର କରାଯିବ। ସରକାରଙ୍କ ଅନୁଯାୟୀ ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଏଟିଏଫ୍‌ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଏହାର ମୂଲ୍ୟ ଗତ ମାର୍ଚ୍ଚରେ ପ୍ରତି ଲିଟର ୬୦ ଟଙ୍କା ୫୦ ପଇସା ଥିଲା। ଏବେ ତାହା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ପ୍ରତି ଲିଟର ୧୪୨ ଟଙ୍କା ହୋଇଛି। ବର୍ଦ୍ଧିତ ମୂଲ୍ୟରୁ ଆଶ୍ବସ୍ତି ପାଇବା ପାଇଁ ସରକାର ଘରୋଇ ବିମାନ ପାଇଁ ଏଟିଏଫ୍‌ ମୂଲ୍ୟ ପ୍ରତି ଲିଟର ୭୫ ଟଙ୍କା ୬୦ ପଇସାରେ ରେ ସୀମିତ କରିଛନ୍ତି।

ପାଣ୍ଠି ବିମାନ ଚଳାଚଳ କ୍ଷେତ୍ରରେ ସ୍ଥିରତା ଆଣିବ

କେବଳ ଏଟିଏଫ୍‌ ବିମାନ କମ୍ପାନିଗୁଡ଼ିକର ମୋଟ ପରିଚାଳନା ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ। ଏହି ତୀବ୍ର ମୂଲ୍ୟ ବୃଦ୍ଧି ବିମାନ କମ୍ପାନି ଓ ତୈଳ କମ୍ପାନିଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚାପ ପକାଇଛି। ଏହି ପାଣ୍ଠି ବିମାନ ଚଳାଚଳ କ୍ଷେତ୍ରରେ ସ୍ଥିରତା ଆଣିବ। ବିମାନ ଯାତ୍ରୀମାନେ ଭଡ଼ା ବୃଦ୍ଧିରୁ ସୁରକ୍ଷା ପାଇବେ। ବିମାନ ଚଳାଚଳ ଶିଳ୍ପର ୭୭ ଲକ୍ଷ ଚାକିରି ସୁରକ୍ଷିତ ରହିବ। ବିମାନବନ୍ଦର ଭିତ୍ତିଭୂମିର ସୁରକ୍ଷା ହେବ। ପାକିସ୍ତାନ ଆକାଶମାର୍ଗ ବନ୍ଦ ରହିବା ସତ୍ତ୍ବେ ୟୁରୋପ, ଉତ୍ତର ଆମେରିକା ଓ ମଧ୍ୟ ଏସିଆକୁ ବିମାନ ଚଳାଚଳ ବଜାୟ ରହିପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।