Iran: ଆରମ୍ଭ ହେବ କି ମହାଯୁଦ୍ଧ? ଇରାନ ଉପରେ କୁଏତ-ବାହାରିନ୍‌ର ବିମାନ ଆକ୍ରମଣ

Jul 27, 2026 - 00:15
Iran: ଆରମ୍ଭ ହେବ କି ମହାଯୁଦ୍ଧ? ଇରାନ ଉପରେ କୁଏତ-ବାହାରିନ୍‌ର ବିମାନ ଆକ୍ରମଣ

"ତେହେରାନ: ଆମେରିକା-ଇରାନ ସଂଘର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଉପସାଗରୀୟ ଦେଶ କୁଏତ ଓ ବାହାରିନ୍‌ ସିଧାସଳଖ ଇରାନ ଉପରେ ବିମାନ ଆକ୍ରମଣ କରିଥିବା ସୂଚନା ସାମ୍ନାକୁ ଆସିଛି। "ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌"ର ରିପୋର୍ଟକୁ ଉଦ୍ଧୃତ କରି ଏହି ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଉଭୟ ଦେଶ ସାଉଦି ଆରବର ସାହାଯ୍ୟରେ ଇରାନର କ୍ଷେପଣାସ୍ତ୍ର ଭଣ୍ଡାର ଓ ସୈନ୍ୟ ଠିକଣା ଉପରେ ବିମାନ ଆକ୍ରମଣ କରିଛନ୍ତି।

ଏହାକୁ ଇରାନ ବିରୋଧରେ କୁଏତ ଓ ବାହାରିନ୍‌ର ପ୍ରଥମ ପ୍ରତ୍ୟକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।Advertisment ଆହୁରି ପଢନ୍ତୁ:Pakistan: ପାକିସ୍ତାନରେ ପରମାଣୁ କମାଣ୍ଡ ପ୍ରଧାନମନ୍ତ୍ରୀଙ୍କ ହାତରୁ ମୁନିରଙ୍କୁ ଗଲା ରିପୋର୍ଟରେ କୁହାଯାଇଛି, ଆକ୍ରମଣରେ ଇରାନର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରଭଣ୍ଡାର ସମେତ ଅନ୍ୟ କେତେକ ସାମରିକ ପ୍ରତିଷ୍ଠାନକୁ ନିଶାଣ କରାଯାଇଥିଲା।

ଏହି ଅଭିଯାନରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗୁଇନ୍ଦା ସୂଚନା ଓ ପ୍ରତିରକ୍ଷା ସହଯୋଗ ଯୋଗାଇଥିବା ମଧ୍ୟ ରିପୋର୍ଟରେ ଦାବି କରାଯାଇଛି।

ଆହୁରି ପଢନ୍ତୁ:Election: ବାଙ୍କିପୁର ଉପନିର୍ବାଚନରେ ନିର୍ଣ୍ଣାୟକ ଶକ୍ତି ହେବେ ଜେନ୍‌ ଜି ଗତ କିଛି ସପ୍ତାହ ଧରି ଇରାନ ପକ୍ଷରୁ କୁଏତ ଓ ବାହାରିନ୍‌ରେ ଥିବା ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଆସୁଥିଲା।

ଏହାର ପାଲଟା ପଦକ୍ଷେପ ସ୍ୱରୂପ ଉଭୟ ଦେଶ ଏହି ବିମାନ ଆକ୍ରମଣ କରିଥିବା କୁହାଯାଉଛି।

ଇରାନର ଲଗାତାର ଆକ୍ରମଣ ପରେ ନିଜ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବାକୁ କୁଏତ ଓ ବାହାରିନ୍‌ ବାଧ୍ୟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ରବିବାର କୁଏତ ସରକାର ଇରାନ ବିରୋଧୀ କୌଣସି ସାମରିକ ଅଭିଯାନରେ ନିଜ ସେନା କିମ୍ବା ଯୁଦ୍ଧବିମାନ ସାମିଲ ଥିବା ଖବରକୁ ଖଣ୍ଡନ କରିଛନ୍ତି।

ଆହୁରି ପଢନ୍ତୁ:Blast: ଆସାମ ରଡ୍‌ କାରଖାନାରେ ବିସ୍ଫୋରଣ, ୪ ମୃତ  କୁଏତ କହିଛି ଯେ, ସେ ଆଞ୍ଚଳିକ ସ୍ଥିରତା ଓ ଶାନ୍ତିପୂର୍ଣ୍ଣ ସମାଧାନ ନୀତିରେ ଅଟଳ ରହିଛି ଏବଂ ତାହାର ଭୂଭାଗ କିମ୍ବା ସାମରିକ ବାହିନୀକୁ କୌଣସି ଆକ୍ରମଣାତ୍ମକ ଅଭିଯାନ ପାଇଁ ବ୍ୟବହାର କରାଯାଇନାହିଁ।

ଏହି ଘଟଣା ଉପସାଗରୀୟ ଅଞ୍ଚଳର ସଂଘର୍ଷକୁ ଆହୁରି ବ୍ୟାପକ କରିପାରେ ବୋଲି ଆଶଙ୍କା କରାଯାଉଛି।

ଆମେରିକା, ଇରାନ ଓ ସେମାନଙ୍କ ସହଯୋଗୀ ଦେଶମାନଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ସମଗ୍ର ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।