Gen Z: ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାରେ ଭାରତୀୟ ‘ଜେନ୍‌ ଜେଡ୍‌’ଙ୍କୁ ପ୍ରବଳ ପ୍ରଶଂସା

Jul 26, 2026 - 20:20
Gen Z: ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାରେ ଭାରତୀୟ ‘ଜେନ୍‌ ଜେଡ୍‌’ଙ୍କୁ ପ୍ରବଳ ପ୍ରଶଂସା

"ନୂଆଦିଲ୍ଲୀ: ଭାରତର ଜେନ୍ ଜେଡ୍‌ ଆନ୍ଦୋଳନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କାରଣ ହୋଇଥିଲା।

ଏହି ଆନ୍ଦୋଳନ କେବଳ ଦେଶର ଆକର୍ଷଣ ନୁହେଁ ବରଂ ସୀମା ଡେଇଁ ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି।

ଭାରତୀୟ ଯୁବପିଢ଼ି କିପରି ମାସକ ଧରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଗୋଟିଏ ପ୍ରସଙ୍ଗରେ ଆନ୍ଦୋଳନ କରି ସେମାନଙ୍କ ଲକ୍ଷ୍ୟ ହାସଲ କରିଥିଲେ ତା"ର ପ୍ରଶଂସା କରାଯାଇଥିଲା।

ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ନେପାଳରେ ପୂର୍ବରୁ ଜେନ୍‌ ଜେଡ୍‌ ଆନ୍ଦୋଳନ‌ ଦେଖିବାକୁ ମିଳିଥିଲା; କିନ୍ତୁ ଭାରତରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପଡ଼ୋଶୀ ଦେଶମାନଙ୍କ ଯୁବପିଢ଼ିକୁ ଅଧିକ ପ୍ରଭାବିତ କରିଛି। "ବିବିସି"କୁ ପାକିସ୍ତାନର ଜଣେ ମହିଳା କହିଛନ୍ତି, "କହିଁ ପ୍ୟାର୍‌ ନା ହୋ ଯାଏ....ତୁମେମାନେ ଯଦି ଏ‌ତେ ଭଲ କରିବ ତାହାହେଲେ ମୁଁ ତୁମକୁ କେମିତି ଘୃଣା କରିବି?" ନେପାଳ ଓ ଶ୍ରୀଲଙ୍କାର ମଧ୍ୟ ଭାରତୀୟ ପ୍ରତିବାଦକାରୀଙ୍କୁ ପ୍ରଶଂସା କରିଛନ୍ତି।Advertisment ଆହୁରି ପଢନ୍ତୁ:China: ଦକ୍ଷିଣ ଚୀନ୍‌ ସାଗରରେ ଭିଏତନାମ ଜାହାଜ ବୁଡ଼ିଲା, ୨୩ ନିଖୋଜ  ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟକୁ ନେଇ ୨୦୨୨ରେ ଛାତ୍ର ଆନ୍ଦୋଳନ ଦେଖାଯାଇଥିଲା।

ଏବେ ଶ୍ରୀଲଙ୍କାରେ କାର୍ଟୁନ ଓ ଇନଷ୍ଟାଗ୍ରାମ କାହାଣୀ ମାଧ୍ୟମରେ ଭାରତର କକ୍ରୋଚ ଜନତା ପାର୍ଟିର ପ୍ରତିବାଦ ପ୍ରତିଧ୍ୱନିତ ହୋଇଛି।

ଚଳିତ ସପ୍ତାହର ଆରମ୍ଭରେ ଶ୍ରୀଲଙ୍କାର କାର୍ଟୁନିଷ୍ଟ ଅବନ୍ତ ଆର୍ଟିଗାଲା କକ୍ରୋଚକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିପରି ସଂଘର୍ଷ କରୁଛନ୍ତି ତାହାର ଏକ କାର୍ଟୁନ ପୋଷ୍ଟ କରିଥିଲେ।

କକ୍ରୋଚ ପାର୍ଟି ନେତୃତ୍ବାଧୀନ ଛାତ୍ର ଆନ୍ଦୋଳନର ଗୋଟିଏ ଛବି ଭାରତ ବାହାରେ ଅଧିକ ପସନ୍ଦ କରାଯାଇଥିଲା, ତାହା ହେଉଛି ମୁମ୍ବାଇରେ ଜଣେ ଯୁବତୀ କିପରି ରାସ୍ତା ଉପରେ ପୁଲିସ ଭ୍ୟାନ ଉପ‌ରେ ଗୋଟିଏ ହାତ ରଖି ଏହାକୁ ରୋକିବାକୁ ଚେଷ୍ଟା କରୁଥିଲେ।

ଆ‌ନ୍ଦୋଳନକାରୀଙ୍କୁ ଗିରଫ କରି ନେଇଯାଉଥିବା ପୁଲିସ ଭ୍ୟାନକୁ ଅଟକାଇବାରେ ରିୟା ଅହିରଙ୍କ ଚିତ୍ର ଯୁକ୍ତିଯୁକ୍ତ ଭାବରେ ଛାତ୍ର ଆନ୍ଦୋଳନକୁ ପରିଭାଷିତ କରିଛି।

ଅନେକ ଏହାକୁ ଚୀନର ତିଆନାନମେନ ସ୍କୋୟାର ନିକଟରେ ୧୯୮୯ ମସିହାରେ ନିର୍ମିତ ପ୍ରତୀକାତ୍ମକ ''ଟ୍ୟାଙ୍କ୍ ମ୍ୟାନ୍'' ଫଟୋଗ୍ରାଫ ସହିତ ତୁଳନା କରିଛନ୍ତି।

ଆହୁରି ପଢନ୍ତୁ:France: ଫ୍ରାନ୍ସର ଭୟଙ୍କର ଜଙ୍ଗଲ ନିଆଁ: ୨.୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ନେପାଳ ମଧ୍ୟ ଭାରତର ଜେନ୍‌ ଜେଡ୍‌ଙ୍କ ସମର୍ଥନରେ ବାହାରିଛି।

କାଠମାଣ୍ଡୁରେ ରହୁଥିବା କଣ୍ଟେଣ୍ଟ କ୍ରିଏଟର ଅଭିନାଶ ମିଶ୍ର କହିଛନ୍ତି ଯେ, ପ୍ରତିବାଦକାରୀଙ୍କ କ୍ରୋଧ ଓ ଭାବନା ଯଥାର୍ଥ ଥିଲା।

ଆହୁରି ପଢନ୍ତୁ:Revant Reddy : ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧ କରିବାକୁ ରେବନ୍ତ ରେଡ୍ଡୀଙ୍କ ପ୍ରସ୍ତାବ ସେହିପରି ଭାରତର ଛାତ୍ର ଆନ୍ଦୋଳନକୁ ନେଇ ଜଣେ ପାକିସ୍ତାନୀ ଯୁବକ କହିଥିଲେ, ଯଦି ଆମକୁ କେବେ ସୁଯୋଗ ମିଳେ, ଆମେ ମଧ୍ୟ ଏହିପରି ରାସ୍ତାରେ ଓହ୍ଲାଇବା ଉଚିତ।

କକ୍ରୋଚ ଜନତା ପାର୍ଟି...

ପ୍ରକୃତରେ ମହାନ୍‌।

ଅନ୍ୟ ଜଣେ ଯୁବକ ପାକିସ୍ତାନର ଜେନ୍‌ ଜେଡଙ୍କୁ ଭାରତୀୟ ଛାତ୍ରମାନଙ୍କଠାରୁ ଶିଖିବାକୁ ଅନୁରୋଧ କରିଥିଲେ।

ଭାରତୀୟ ଛାତ୍ରମାନେ କିପରି ଧର୍ମ ଓ ଜାତି ବିଭାଜନକୁ ଅଣଦେଖା କରି ଏକାଠି ଠିଆ ହୋଇଥିଲେ ତାହା ଦର୍ଶାଇଛନ୍ତି।

ସେ କହିଛନ୍ତି, ସେମାନଙ୍କର ଏକତା ସବୁଠାରୁ ବଡ଼ ପ୍ରୟାସ ଥିଲା।

ଏହା ପାକିସ୍ତାନରେ ବଡ଼ ଚ୍ୟାଲେଞ୍ଜ କାରଣ ଆମେ ପଞ୍ଜାବୀ, ପସ୍ତୁନ୍, ସୁନ୍ନି ଓ ସିଆରେ ବିଭାଜିତ ବୋଲି ଉକ୍ତ ଯୁବକ ଦର୍ଶାଇଥିଲେ।

ମୁଁ ଭାବୁନାହିଁ ଯେ ପାକିସ୍ତାନର ଜେନ ଜେଡ୍‌ ଏପରି ଏକତ୍ରିତ ହୋଇପାରିବେ ବୋଲି ସେ ସ୍ପଷ୍ଟ ଭାବରେ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।