Iran:ଯୁଦ୍ଧର କ୍ଷତକୁ ପଛରେ ପକାଇ ସ୍ୱାଭାବିକ ହେଉଛି ଇରାନ

Jul 07, 2026 - 21:49
Iran:ଯୁଦ୍ଧର କ୍ଷତକୁ ପଛରେ ପକାଇ ସ୍ୱାଭାବିକ ହେଉଛି ଇରାନ

"ତେହେରାନ:ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହତ୍ୟା ପରେ ଦେଶରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ଏବେ ଧୀରେ ଧୀରେ ବଦଳିବାରେ ଲାଗିଛି।

ଖେମିନିଙ୍କ ଐତିହାସିକ ଶେଷକୃତ୍ୟ ପରେ ଏବେ ରାଜଧାନୀ ତେହେରାନ ସମେତ ସମଗ୍ର ଇରାନ ଏବେ ନୂତନ ସ୍ୱାଭାବିକ ସ୍ଥିତିକୁ ଫେରୁଛି।

ସହରର ବଜାରଗୁଡ଼ିକ ପୁଣି ଥରେ ଖୋଲିଥିବା ବେଳେ ରାସ୍ତାଘାଟରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

ଶୋକ ସମୟରେ ଲାଗୁ ହୋଇଥିବା ସମସ୍ତ କଟକଣାକୁ ପ୍ରଶାସନ ପକ୍ଷରୁ କୋହଳ କରାଯାଇଛି।

ତେବେ ଏହି ବାହ୍ୟ ଶାନ୍ତି ମଧ୍ୟରେ ଆଞ୍ଚଳିକ ତିକ୍ତତା ଏବଂ ସୁରକ୍ଷା ଆଶଙ୍କାକୁ ନେଇ ସହରର ପ୍ରତିଟି କୋଣରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।Advertisment ଆହୁରି ପଢନ୍ତୁ: Ethanol:ଇଥାନଲ ପାଇଁ କୌଣସି କାରରେ ସମସ୍ୟା ଦେଖାଦେଇନି: ଗଡ଼କରୀ ଗତ ଫେବୃଆରି ୨୮ ତାରିଖରେ ଏକ ବିମାନ ଆକ୍ରମଣରେ ଖେମିନିଙ୍କମୃତ୍ୟୁ ଇରାନରେ ୩୬ ବର୍ଷର ଶାସନରେ ପୂର୍ଣ୍ଣଛେଦ ପକାଇବା ସହ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା।

ଏହା ପରେ ସମଗ୍ର ତେହେରାନ କଳା ପୋଷାକଧାରୀ ଶୋକାକୁଳ ଜନସମୁଦ୍ରରେ ପରିଣତ ହୋଇଥିଲା।

ଖେମିନିଙ୍କ ପାର୍ଥିବ ଶରୀରକୁ ପ୍ରଥମେ ପବିତ୍ର ସହର କୋମ, ତା"ପରେ ଇରାକ ଏବଂ ଶେଷରେ ମସହାଦ୍‌ ନିଆଯାଇ ରାଷ୍ଟ୍ରୀୟ ବିଦାୟ ଦିଆଯାଇଥିଲା।

ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ପରେ ଏବେ ଜନଗହଳି ହ୍ରାସ ପାଇଛି।

ଲୋକମାନେ କଳା ପୋଷାକ ପରିହାର କରି ପୁଣି ସାଧାରଣ ପୋଷାକରେ ନିଜ ନିଜର ଦୈନନ୍ଦିନ କାମ, ବ୍ୟବସାୟ ଓ ବଜାରକୁ ଫେରିଛନ୍ତି।

ରାଜଧାନୀ ତେହେରାନରୁ ଲକ୍‌ଡାଉନ ଭଳି କଟକଣା ହଟିଥିଲେ ମଧ୍ୟ ଭିତରେ ଏକ ଅଜ୍ଞାତ ଆଶଙ୍କା ଓ ସତର୍କତା ଜାରି ରହିଛି।

ଆମେରିକା ଏବଂ ଇସ୍ରାଏଲସହିତ ବଢୁଥିବା ବିବାଦ କାରଣରୁ ସେନା ଓ ସୁରକ୍ଷାକର୍ମୀମାନେ ହାଇ-ଆଲର୍ଟରେ ଅଛନ୍ତି।

ଆହୁରି ପଢନ୍ତୁ:Snake Bite: ସାପ କାମୁଡ଼ାରେ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଜୀବନଯାତ୍ରା ପୂର୍ବପରି ଚାଲିଥିଲେ ମଧ୍ୟ ଯେକୌଣସି ସମୟରେ ଆଞ୍ଚଳିକ ପରିସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ।

ଅପରପକ୍ଷରେ ଇସ୍ରାଏଲ ପକ୍ଷରୁ ଲେବାନନରେ ସାମରିକ ଅଭିଯାନ ଜାରି ରହିଥିବା ବେଳେ ସୀମାପାର ଉତ୍ତେଜନା ସ୍ଥିତିକୁ ଅଧିକ ଜଟିଳ କରିଛି।

ଏହା ମଧ୍ୟରେ ହର୍ମୁଜପ୍ରଣାଳୀରେ ଦୁଇଟି ବାଣିଜ୍ୟିକ ତେଲ ଟ୍ୟାଙ୍କର ଉପରକୁ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ରିପୋର୍ଟ ସମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ଟ୍ୟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।