Drawn: ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଯାଇ ଯୁବକ ନିଖୋଜ
"ବେତନଟୀ (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୁଢ଼ାବଳଙ୍ଗ ନଦୀରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି।
ନାଖରା ସେତୁ ନିକଟରେ ଜଣେ ଯୁବକଙ୍କୁ ପାଣିର ପ୍ରଖର ସ୍ରୋତ ଭସାଇ ନେଇଛି।Advertisment ସୂଚନା ଅନୁଯାୟୀ ଭାଇରଲ ଭିଡିଓ ଦେଖି ବାଲେଶ୍ୱର ସଦର ଥାନା ଅଧୀନ ବୁଆଁଳ ଅଞ୍ଚଳରୁ ଆକାଶ ଜେନା, ଚିନ୍ମୟୀ ଜେନା, ସିଲୁ ଜେନା, ବଳରାମ ଜେନା ଓ ମୁନା ଜେନା ଆଜି ଅପରାହ୍ନରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଗାଧୋଇବାକୁ ଆସିଥିଲେl ସେମାନେ ଗାଧୋଉଥିବା ସମୟରେ ଆକାଶଙ୍କ ସମେତ ୪ଜଣଙ୍କର ଗୋଡ଼ ଖସିଯିବାରୁ ହଠାତ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ।
୩ଜଣ କୌଶଳ କ୍ରମେ ପହଁରି ପହଁରି ପାଣିରୁ ବାହାରି ଆସିଥିବାବେଳେ ଆକାଶ ପାଣିରୁ ବାହାରି ପାରିନଥିଲେ।
ଅନ୍ୟ ଚାରି ସାଙ୍ଗ ତାକୁ ଉଦ୍ଧାର କରିବାକୁ ଚାହିଁ ଥିଲେ ବି ପାରିନଥିଲେl କେବଳ ଥରେ ମାତ୍ର ଆକାଶ ପାଣି ଉପରକୁ ଉଠିଥିବାବେଳେ ପରେ ପାଣି ଭିତରେ ବୁଡି ରହି ଯାଇଥିଲେl ସ୍ଥାନୀୟ ଶତାଧିକ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ବି ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ କେହି ନଦୀରେ ପଶି ଉଦ୍ଧାର କାର୍ଯ୍ୟ କରିବାକୁ ସାହସ ଜୁଟାଇ ପାରିନଥିଲେ l ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା: ବାଦ୍ ପଡ଼ିଲା ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ ଅନ୍ୟପଟେ ଖବର ପାଇବାର ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲାl ତେବେ ୨ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ତାର କିଛି ସମୟ ପରେ ସ୍କୁବା ଡ୍ରାଇଭର ସହିତ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଯୋଗଦାନ କରିଥିଲାl ଅନ୍ୟପଟେ ସନ୍ଧ୍ୟାରେ ଖବର ପାଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହରା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି l ସେହିପରି ଯୁବକଙ୍କ ପରିବାର ବର୍ଗ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ତେବେ ସନ୍ଧ୍ୟା ହେବାପରେ ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଲା ଓ ସବୁ ବିଭାଗର କର୍ମଚାରୀ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଶ୍ରାମ ନେଇଥିବାବେଳେ ଆସନ୍ତାକାଲି ଭୋର ସମୟରୁ ସର୍ଚ୍ଚ ଅପରେସନ ଆରମ୍ଭ ହେବ।
ସୂଚନାଯୋଗ୍ୟ କି ବର୍ଷା ଋତୁ ପୂର୍ବରୁ ଏହି ସ୍ଥାନରେ ପୂର୍ବରୁ ଜଳସ୍ତର କମ ସ୍ଥିର ଜଳ ଥିବା ସମୟରେ ବାହାର ରାଜ୍ୟ ଓ ଜିଲ୍ଲାରୁ ଦୈନିକ ଶତାଧିକ ଲୋକ ଏଠାକୁ ଆସି ଗାଧୋଇବାର ମଜା ନେଉଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।