IPS: ଆଇପିଏସ୍ ପ୍ରୋବେସନର୍ଙ୍କ ଇସ୍ତଫା
"ଭୁବନେଶ୍ବର: ରାଜ୍ୟରେ ଆଇପିଏସ୍ଙ୍କ ସମେତ ପୁଲିସ କର୍ମଚାରୀ ସଙ୍କଟ ସୃଷ୍ଟି ହୋଇଛି।
ନିକଟରେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଖବର ନ ଥମୁଣୁ ଆଉ ଜଣେ ଯୁବ ଆଇପିଏସ୍ ପ୍ରୋବେସନର୍ ଇସ୍ତଫା ଦେଇଛନ୍ତି।
ଓଡ଼ିଶା କ୍ୟାଡର୍ର ଏହି ଆଇପିଏସ୍ ହାଇଦ୍ରାବାଦରେ ପ୍ରଶିକ୍ଷଣ ନେଉଥିବା ସମୟରୁ ହିଁ ଚାକିରିରୁ ଅବ୍ୟାହତି ନେବାକୁ ଚାହିଛନ୍ତି।
ଆଇପିଏସ୍ ପାଇଁ ଚୟନ ହୋଇଥିବା ଏହି ଯୁବକ ହେଉଛନ୍ତି ମହାରାଷ୍ଟ୍ରର ସିଏ ରାମଦାସ।
୨୦୨୫ରେ ସେ ୟୁପିଏସ୍ସିରେ କୃତକାର୍ଯ୍ୟ ହୋଇଥିଲେ।
Advertisment Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା ସଂପ୍ରତି ସେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ୍ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି।
ନିକଟରେ ପ୍ରଶିକ୍ଷଣ ପର୍ଯ୍ୟାୟର ପ୍ରଥମ ସୋପାନ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର୍ରେ ସ୍ଥାନୀତ କରାଯାଇଥିଲା।
ମାତ୍ର ରାଜ୍ୟ ପୁଲିସ ବିଭାଗରେ ଯୋଗ ଦେବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।
ସିଏ ରାମଦାସଙ୍କ ଇସ୍ତଫା କଥାକୁ ପୁଲିସ ଡିଜି ୱାଇବି ଖୁରାନିଆ ସ୍ବୀକାର କରିଛନ୍ତି।
ପ୍ରଶିକ୍ଷଣ ସରି ନଥିବାରୁ ଏପର୍ଯ୍ୟନ୍ତ ସେ ଓଡ଼ିଶାରେ କାର୍ଯ୍ୟ କରିନାହାନ୍ତି।
ତେଣୁ ଇସ୍ତଫାର କାରଣ ମଧ୍ୟ ସ୍ପଷ୍ଟ ହୋଇ ପାରିନଥିବା ଡିଜିପି କହିଛନ୍ତି।
Nita Ambani: ଫର୍ଚ୍ୟୁନ୍ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।