Rathkhala: ରଥଖଳା: ରଥରେ ଲାଗିଲା କଳସ, ଓଲଟ ଶୁୁଆ

Jul 12, 2026 - 06:39
Rathkhala: ରଥଖଳା: ରଥରେ ଲାଗିଲା କଳସ, ଓଲଟ ଶୁୁଆ

"ପୁରୀ: ଆଜି ଥିଲା ରଥ ନିର୍ମାଣର ୮୨ ତମ ଦିବସ।

ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ କାମ ଆରମ୍ଭ କରିଥିଲେ।

ଆଜି ତିନି ରଥରେ କଳସ ଓ ଓଲଟ ଶୁଆ ଲଗାଯାଇଛି।

ଭୋଇ ସେବକମାନେ କଳସ ଉଠାଇ ଅଷ୍ଟମ ହରିବୋଲ ପକାଇଛନ୍ତି।

ଦୁଇଟି ଲେଖାଏଁ ବ୍ରେକ୍‌ ପୁଲି ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଛି।

ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ସହ ଘୋଡ଼ାର ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।

ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଦର୍ଜି ସେବକମାନେ ବତା କନାରେ ଲେସ୍ ଫିଟିଂ କାର୍ଯ୍ୟ ଶେଷ କରିଛନ୍ତି।

Advertisment Workshop: "ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି" ବାକି ଥିବା ମହାପ୍ରଭୁଙ୍କ ବିଜେ ତୁଳୀ ଏବଂ ସିପର ତୁଳୀଗୁଡ଼ିକର ସିଲେଇ କାର୍ଯ୍ୟ ଶେଷ ପରେ  ଦୁଆର ବେଢ଼ା ଓ ଚନ୍ଦ୍ରଶାଳିରେ ଜରି ଫୁଲ, ଲେସ୍, ଡାଳି ଲତା ପକା କାର୍ଯ୍ୟ ଜାରି ରହିଛି।

ମହାପ୍ରଭୁଙ୍କ ପହଣ୍ଡି ନିମନ୍ତେ କୁସୁମୀ, ଧଳା ଗଡ଼ା ସିଲେଇ କାର୍ଯ୍ୟ ସହ ମହାପ୍ରଭୁଙ୍କ ଭୁଜ ପାଇଁ ମୁଠି ବେଣ୍ଟ ଦୁଇଟି ଲେଖାଏଁ ୪ଟିର ସିଲେଇ କାର୍ଯ୍ୟ ଶେଷ କରିଛନ୍ତି।

ଏଥିସହ ରଥର ସାରଥି ପୋଷାକରେ ଚିକଣ ଜରି ଲେସ୍ ଫିଟିଂ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।

ଦୋଳବେଦି ଅସ୍ଥାୟୀ କମାରଶାଳରେ କମାର ସେବକମାନେ ରଥ ପାଇଁ ସମସ୍ତ ଲୁହା କଣ୍ଟା ସରଞ୍ଜାମ ଶେଷ କରିଛନ୍ତି।

ଏଥିସହ ଜରୁରୀ  ଆବଶ୍ୟକ ଅନୁଯାୟୀ ଲୁହା କଣ୍ଟା ସରଞ୍ଜାମ ନିର୍ମାଣ ‌କରୁଛନ୍ତି।

ଦୋଳବେଦିଠାରେ ପାହି ମହାରଣାମାନେ ରଥଯାତ୍ରା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।

Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।