IPO: ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହେଲା ସିଏସ୍‌ଏମ୍ ଟେକ୍ନୋଲୋଜି

Jul 03, 2026 - 23:37
IPO: ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହେଲା ସିଏସ୍‌ଏମ୍ ଟେକ୍ନୋଲୋଜି

ଭୁବନେଶ୍ବର: ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜିର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି। କମ୍ପାନି ପାଣ୍ଠି ସଂଗ୍ରହ କରିବାକୁ ଇନିସିଆଲ ପବ୍ଲିକ୍‌ ଅଫରିଂ (ଆଇପିଓ) ଘୋଷଣା କରିଥିଲା। ତାହାର ଅବଧି ଶେଷ ହେବା ପରେ କମ୍ପାନିର ସେୟାରକୁ ତାଲିକାଭୁକ୍ତ କରାଯାଇଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନିର ସିଇଓ ପ୍ରିୟଦର୍ଶୀ ପାଣି ଯୋଗଦେଇଥିଲେ। ସେ କହିଥିଲେ ଯେ ଏହା କେବଳ ଏକ ସାଧାରଣ ଲିଷ୍ଟିଂ କାର୍ଯ୍ୟକ୍ରମ ନୁହେଁ। ଏହା ହେଉଛି ଓଡ଼ିଶାର ପ୍ରଯୁକ୍ତି ଅଭିଳାଷର ପ୍ରତିଫଳନ। ଭୁବନେଶ୍ବରରୁ ବିନମ୍ର ଆରମ୍ଭ ସହିତ ବିଭିନ୍ନ ମହାଦେଶର ସରକାର ଓ ସଂସ୍ଥାଗୁଡ଼ିକୁ ସେବା ପ୍ରଦାନ କରିବା ପର୍ଯ୍ୟନ୍ତ ଏହି ଯାତ୍ରା ଗ୍ରାହକ, ନିବେଶକ, କର୍ମଚାରୀ ଓ ସହଯୋଗୀଙ୍କ ବିଶ୍ବାସ ଦ୍ବାରା ସମ୍ଭବ ହୋଇଛି ବୋଲି ସେ କହିଥିଲେ।

ସୁନ୍ଦରରମଣ ରାମମୂର୍ତ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଏମ୍‌ଡି