Invisible drone: ଅଦୃଶ୍ୟ ଡ୍ରୋନ୍
"ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଇଂଜିନିଅର୍ମାନେ ଏକ ପରୀକ୍ଷାମୂଳକ ଡ୍ରୋନ୍ ନିର୍ମାଣ କରିଛନ୍ତି ଯାହା ଉଡ଼ିବା ବେଳେ ଅଦୃଶ୍ୟପ୍ରାୟ ହୋଇଯାଉଛି।
ଏହି ଡ୍ରୋନ୍ର ନାମ "ଫାଣ୍ଟମ୍ ଟୁଇଷ୍ଟ"।
ଚିରାଚରିତ ଡ୍ରୋନ୍ର କେବଳ ଡେଣାଗୁଡ଼ିକ ବୁଲୁଥିବା ବେଳେ ଏହି ଡ୍ରୋନ୍ଟି ଗୋଟାପଣେ ଘୂରିଥାଏ।
ସେହିପରି ଏଥିରେ କେବଳ ଗୋଟିଏ ଡେଣା ଲାଗିଛି।
ମଣିଷ ଆଖିରୁ ଲୁଚିବା ଲାଗି ଏହା ସେକେଣ୍ଡକୁ ୨୫ ଥର ଆବର୍ତ୍ତନ କରିଥାଏ।
Advertisment Ju Jitsu-championship: ଦଶମ ଏସିଆନ୍ ଜୁ ଜିତଷୁ ପ୍ରତିଯୋଗିତାରେ ଅନୁପମାଙ୍କ ସଫଳତା ଫଳସ୍ବରୂପ ଏହା ଉଡ଼ିବା ସମୟରେ ସଂପୂର୍ଣ୍ଣ ନହେଲେ ବି ପାଖାପାଖି ଅଦୃଶ୍ୟ ହୋଇଯାଉଛି।
ମାନବ ପରୀକ୍ଷଣରୁ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତି ଏହାକୁ ଉଡ଼ିବା ଅବସ୍ଥାରେ ଠାବ କରିବାର ସମ୍ଭାବନା ସାଧାରଣ ଡ୍ରୋନ୍ ତୁଳନାରେ ଦଶଗୁଣ କମ୍।
ଏହି ଡ୍ରୋନ୍ଟି ବନ୍ୟଜୀବ ଗବେଷଣା କ୍ଷେତ୍ରରେ ବିଶେଷ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
ଡ୍ରୋନ୍ର ଆକାର, ଧ୍ବନିର ତୀବ୍ରତା, ଦୃଶ୍ୟମାନତା ଆଦି ବନ୍ୟଜୀବଙ୍କ ହାବଭାବକୁ ପ୍ରଭାବିତ କରୁଥିବାରୁ "ଫାଣ୍ଟମ୍ ଟୁଇଷ୍ଟ" ସାହାଯ୍ୟରେ ସେମାନଙ୍କୁ ଅଧିକ ନିକଟରୁ ଅଧ୍ୟୟନ କରିବା ସମ୍ଭବ ହେବ।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।