Investor: ୪ ମାସ ପରେ ସେୟାର ବଜାରକୁ ଫେରିଲେ ବିଦେଶୀ ନିବେଶକ: ଜୁଲାଇରେ ୨୦,୨୦୦ କୋଟି ନିବେଶ କଲେ

Aug 02, 2026 - 20:34
Investor: ୪ ମାସ ପରେ ସେୟାର ବଜାରକୁ ଫେରିଲେ ବିଦେଶୀ ନିବେଶକ: ଜୁଲାଇରେ ୨୦,୨୦୦ କୋଟି ନିବେଶ କଲେ

"ନୂଆଦିଲ୍ଲୀ: ଲଗାତାର ଚାରି ମାସ ଧରି ମୁହଁ ଫେରାଇ ନେଇଥିବା ବିଦେଶୀ ନିବେଶକମାନେ ଜୁଲାଇ ମାସରେ ଭାରତର ସେୟାର ବଜାରମୁହାଁ ହୋଇଛନ୍ତି।

ଜୁଲାଇରେ ସେମାନେ ନିଟ୍‌ ୨୦,୨୦୦ କୋଟି ଟଙ୍କା ମୂଲ୍ୟର ଇକ୍ବିଟି କିଣିଛନ୍ତି।

କର୍ପୋରେଟ୍‌ ଆୟ ଭଲ ରହିବା ସହିତ ବିଶ୍ବର ନିବେଶ ପରିବେଶରେ ଉନ୍ନତି ବିଦେଶୀ ନିବେଶକମାନଙ୍କୁ ଭାରତମୁହାଁ କରିବାରେ ସହାୟକ ହୋଇଛି।

ସେଣ୍ଟ୍ରାଲ ଡିପୋଜିଟୋରି ସର୍ଭିସେସ୍‌ (ଇଣ୍ଡିଆ) ଲିମିଟେଡ୍‌ (ସିଡିଏସ୍‌ଏଲ୍‌) ତଥ୍ୟ ଅନୁଯାୟୀ, ବିଦେଶୀ ନିବେଶକମାନେ ଭାରତର ଇକ୍ବିଟି ବଜାରରୁ ମାର୍ଚ୍ଚ ମାସରେ ୧.୧୭ ଲକ୍ଷ କୋଟି ଟଙ୍କା ଉଠାଇ ନେଇଥିଲେ।Advertisment ଆହୁରି ପଢନ୍ତୁ: Arrest: ବ୍ୟାଙ୍କ ସମ୍ମୁଖରେ ୫ ଲକ୍ଷ ଲୁଟ୍ ଘଟଣା: ୨ ଅଭିଯୁକ୍ତ ଗିରଫ ସେହିଭଳି ଏପ୍ରିଲରେ ୬୦,୮୪୭ କୋଟି, ମେ ମାସରେ ୩୨୯୬୩ କୋଟି, ଜୁନ ମାସରେ ୪୯,୩୪୦ କୋଟି ଟଙ୍କା ଉଠାଇ ନେଇଛନ୍ତି।

ଏହା ପୂର୍ବରୁ ଫେବ୍ରୁଆରି ମାସରେ ସେମାନେ ଭାରତର ଇକ୍ବିଟି ବଜାରରେ ୨୨,୬୧୫ କୋଟି ଟଙ୍କା ନିବେଶ କରିଥିଲେ।

ଜୁଲାଇରେ ସେମାନେ ୨୦,୨୦୦ କୋଟି ଟଙ୍କା ନିବେଶ କରିଥିଲେ ମଧ୍ୟ ୨୦୨୬ ମସିହାର ପ୍ରଥମ ସାତ ମାସରେ ସେମାନେ‌ ଭାରତୀୟ ଇକ୍ବିଟି ବଜାରରୁ ୨.୫୪ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି।

୨୦୨୫ର ପ୍ରଥମ ସାତ ମାସରେ ସେମାନେ ଭାରତୀୟ ଇକ୍ବିଟି ବଜାରରୁ ୧.୬୬ ଲକ୍ଷ କୋଟି ଟଙ୍କା ଉଠାଇ ନେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।