Attack: ରାତିରେ ଶୋଇଥିବାବେଳେ ଆକ୍ରମଣ କଲା ହାତୀ. ଅଳ୍ପକେ ବର୍ତ୍ତିଲେ ଦମ୍ପତିଙ୍କ ସହ ଦୁଇ ଶିଶୁ

Aug 06, 2026 - 09:39
Attack: ରାତିରେ ଶୋଇଥିବାବେଳେ ଆକ୍ରମଣ କଲା ହାତୀ. ଅଳ୍ପକେ ବର୍ତ୍ତିଲେ ଦମ୍ପତିଙ୍କ ସହ ଦୁଇ ଶିଶୁ

"ମୁରିବାହାଲ: ରାତିରେ ଶୋଇଥିବାବେଳେ ହଠାତ ହାତୀ ଆକ୍ରମଣ କଲା | କିଛି ବୁଝିବା ଆଗରୁ ଚୁରମାର ହୋଇଗଲା ଘର, ଆଉ ଅଳ୍ପକେ ବର୍ତ୍ତିଗଲେ ୪ ଜଣ | ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି | ଜଙ୍ଗଲୀ ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଚୁରମାର ସହ ଗୋଟିଏ ପରିବାର ହାତୀପଲ ଆକ୍ରମଣରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି |Advertisment ଆହୁରି ପଢନ୍ତୁ: Investment: ପୁଞ୍ଜି ନିବେଶ ନାଁରେ ୧.୨୩ କୋଟି ଠକେଇ: ମାଷ୍ଟର୍‌ମାଇଣ୍ଡ୍‌ ସେଲୁନ୍‌ ମାଲିକ ଗିରଫ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା, ମୁରିବାହାଲ ବ୍ଲକ, ଇଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମର ଲିଙ୍ଗରାଜ ଭୋଇଙ୍କ ଘରକୁ ବୁଧବାର ରାତି ୨ଟାରେ ଜଙ୍ଗଲୀ ହାତୀପଲ ଆକ୍ରମଣ କରିଥିଲେ | ଏହି ଆକ୍ରମଣରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ଏହି  ଆକ୍ରମଣରେ ଲିଙ୍ଗରାଜ, ତାଙ୍କ ସ୍ତ୍ରୀ ଓ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଏନେଇ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ବନ ବିଭାଗ ତୁରନ୍ତ ମେଡିକାଲ୍ ଖର୍ଚ୍ଚ ସହ ପୀଡ଼ିତ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି |"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।