Investment is increasing: ପୁଞ୍ଜିନିବେଶ ବଢ଼ୁଛି, ପ୍ରକଳ୍ପ ଆଗଉନି: ପ୍ରଶାସନିକ ଓ ଶାସନ ସଂସ୍କାର କମିଟି ରିପୋର୍ଟରେ ଉଦ୍ବେଗ
"ଭୁବନେଶ୍ବର: ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା, ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ନେଇ ବହୁ ପ୍ରକଳ୍ପ କରୁଛନ୍ତି।
ବହୁ ନୂଆ ଯୋଜନା ବି ଆରମ୍ଭ ହୋଇଛି।
ହେଲେ ସରକାର ଯେତେ କାମ କରୁଛନ୍ତି ବୋଲି କାଗଜପତ୍ରରେ ଦେଖାଉଛନ୍ତି ବାସ୍ତବରେ ତାହା ହେଉନି।
ଯଦିଓ ପୁଞ୍ଜିନିବେଶ ବଢ଼ୁଛି, କିନ୍ତୁ ପ୍ରକଳ୍ପଗୁଡ଼ିକର ଆଖିଦୃଶିଆ ଅଗ୍ରଗତି ହେଉନି।
ସରକାର ହାତକୁ ନେଇଥିବା ୧୫୯ଟି ବଡ଼ ପ୍ରକଳ୍ପ ମଧ୍ୟରୁ (୨୦କୋଟିରୁ ଅଧିକ) ୧୨୪ଟି ଏବେବି ଧାର୍ଯ୍ୟ ଅବଧିଠାରୁ ବହୁ ବିଳମ୍ବରେ ଚାଲିଛି।
ଏନେଇ ପୂର୍ବତନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସନିକ ଓ ଶାସନ ସଂସ୍କାର କମିଟି ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ କେଉଁ କେଉଁ ଦିଗରେ କାର୍ଯ୍ୟ କରିବାକୁ ହେବ ସେନେଇ ସୁପାରିସ କରିଛନ୍ତି।
କମିଟି ମୁଖ୍ୟତଃ କହିଛି ଯେ ସରକାର କେବଳ ଅଧିକ ପୁଞ୍ଜିନିବେଶକୁ ଫୋକସ୍ ନକରି ଠିକ୍ ସମୟରେ କିପରି ପ୍ରକଳ୍ପ ସରିବ ଏବଂ ତା"ର ଲାଭ ଲୋକଙ୍କ ପାଖରେ ପହଞ୍ଚିବ ତାହା ଉପରେ ଧ୍ୟାନ ଦେବା ଦରକାର।
ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୨୦୨୫ ଅକ୍ଟୋବରରେ ଏକ କମିଟି ଗଠନ କରିଥିଲେ।
ଏହି କମିଟି ଇତିମଧ୍ୟରେ ତା"ର ରିପୋର୍ଟ (ସଂକଳନ-୧) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି।
ଏଥିରେ ୭ଟି କ୍ଷେତ୍ରରେ ସଂସ୍କାର ପାଇଁ କୁହାଯାଇଛି।
ଏଥିରେ କମିଟିର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏବଂ ଦୁଇ ସଦସ୍ୟ ଓ.ପି.
ଅଗ୍ରୱାଲ ଏବଂ ଟି.ଏମ୍.
ବିଜୟ ଭାସ୍କର ଶାସନ ବ୍ୟବସ୍ଥାରେ କେଉଁଠି ଘଳିଆ ଅଛି, କେଉଁଠି ସଂସ୍କାର ଆବଶ୍ୟକ ସେନେଇ ବିସ୍ତୃତ ରିପୋର୍ଟ ଦେଇଛନ୍ତି।Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ କମିଟିର ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟରେ ଇତିମଧ୍ୟରେ ପୁଞ୍ଜିନିବେଶ ବଢ଼ିଛି।
କିନ୍ତୁ ଏହି ପ୍ରକଳ୍ପଗୁଡ଼ିକ ଯେମିତି ଆଗେଇବା କଥା ଆଗେଇପାରୁନି।
ଏପରିକି ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ପାଇଁ ସବୁଠୁ ଅଧିକ ୭୨,୧୦୦କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରିଥିବାବେଳେ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ଅନିଶ୍ଚିତତା ଅଛି।
କମିଟି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ବିଭିନ୍ନ ସ୍ଥାନକୁ ଯିବା ସହ ମୋଟ ୧୧ଟି ବୈଠକ କରି ବିଭିନ୍ନ ବିଭାଗରୁ ତଥ୍ୟ ଆଣିଥିଲେ।
ଏଥିରୁ ଜଣାପଡ଼ିଛି ଯେ ପୂର୍ତ୍ତ ବିଭାଗର (ଜାତୀୟ ରାଜପଥ) ପ୍ରକଳ୍ପରେ ମୋଟ ୨୯୨୯କୋଟି ଟଙ୍କାରେ ୩୦ଟି ପ୍ରକଳ୍ପ ହେଉଥିବାବେଳେ ଏଥିରୁ ୧୫ଟିରେ (୫୦%) କାମ ବିଳମ୍ବ ଚାଲିଛି।
ପୂର୍ତ୍ତ ବିଭାଗର ଅନ୍ୟାନ୍ୟ ରାସ୍ତା ପାଇଁ ୧୩୮୫କୋଟି ଟଙ୍କାରେ ୧୨ଟି ପ୍ରକଳ୍ପ ଚାଲିଥିବାବେଳେ ୮ଟି (୬୬%)ବିଳମ୍ବିତ, ପୂର୍ତ୍ତ ବିଭାଗର ୧୧୫୨କୋଟି ଟଙ୍କାରେ ୧୪ଟି ସେତୁ ପ୍ରକଳ୍ପ ଚାଲିଥିବାବେଳେ କେଉଁଠି କାମ ଆରମ୍ଭ ହୋଇଛି ତା"ର ତଥ୍ୟ କମିଟିକୁ ଦିଆଯାଇନି।
୯୨୭କୋଟି ଟଙ୍କାର ୬ଟି କୋଠାବାଡ଼ି ପ୍ରକଳ୍ପରୁ କେତେ ଆଗେଇଛି ତା"ର ତଥ୍ୟ ବି ଦିଆଯାଇନି।
ଓବିସିସି ୬୭୧୧କୋଟି ବ୍ୟୟରେ ୩୧ଟି ପ୍ରକଳ୍ପ କରୁଥିବାବେଳେ ୨୯ଟି (୯୪%) ବିଳମ୍ବରେ ଚାଲିଛି।
ଅର୍ଥାତ୍ ପୂର୍ତ୍ତ ବିଭାଗ ୧୩୧୦୪କୋଟି ବ୍ୟୟରେ ମୋଟ ୯୩ଟି ପ୍ରକଳ୍ପ କରୁଥିବାବେଳେ ୨୧ଟି କେବଳ ଧାର୍ଯ୍ୟ ଅବଧି ଭିତରେ ଚାଲିଛି।
ପ୍ରଶାସନିକ ଓ ଶାସନ ସଂସ୍କାର କମିଟି ରିପୋର୍ଟରେ ଉଦ୍ବେଗ୧୫୯ଟି ବଡ଼ ପ୍ରକଳ୍ପରୁ ୧୨୪ଟି ବିଳମ୍ବିତ୫୦କୋଟିରୁ ଅଧିକ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପିଏମ୍ୟୁ ସେଲ୍ ହେଉ ସେହିପରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୪ଟି ପ୍ରକଳ୍ପ କରୁଥିବାବେଳେ ୧୦ଟି (୪୨%) ପ୍ରକଳ୍ପ ବିଳମ୍ବରେ ଚାଲିଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ୧୩୪୨କୋଟି ଟଙ୍କାର ୪୨ଟି ପ୍ରକଳ୍ପ କରୁଥିବାବେଳେ ୪୨ଟି ଯାକ (୧୦୦%) ପ୍ରକଳ୍ପ ବିଳମ୍ବିତ।
ପ୍ରକଳ୍ପଗୁଡ଼ିକ ବିଳମ୍ବିତ ହେବା ନେଇ ବିଭାଗଗୁଡ଼ିକ କହିଛନ୍ତି ଯେ ଜମି ଅଧିଗ୍ରହଣ, ଜମି ମିଳିବା, ଲୋକଙ୍କୁ ସ୍ଥାନାନ୍ତର ଓ ପୁନଃଥଇଥାନ, ଅନ୍ତଃବିଭାଗ ସମନ୍ବୟ ଅଭାବ, ଠିକା ଚୁକ୍ତିରେ ଦ୍ବନ୍ଦ୍ବ, ଜଙ୍ଗଲ ଓ ପରିବେଶ ଅନୁମତି ନମିଳିବା ଭଳି କାରଣ ରହିଛି।
ଏସବୁ ଜାଣିବା ପରେ କମିଟି ସୁପାରିସ କରିଛି ଯେ ରାଜ୍ୟ ସରକାର ୫୦କୋଟିରୁ ଅଧିକ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପିଏମ୍ୟୁ ସ୍ଥାପନ କରି ଏହା ଉପରେ ନଜର ରଖନ୍ତୁ।
ଏହି ୟୁନିଟ୍ ସମସ୍ତ ବିଭାଗ ପାଇଁ ସାଧାରଣ ସୁବିଧା ଭାବେ କାମ କରିବ।
Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!
ଆଧୁନିକ ପ୍ରକଳ୍ପ ପରିଚାଳନା ସଫ୍ଟୱେରକୁ ଇ-ପ୍ରୋକ୍ୟୁରମେଣ୍ଟ ଓ ଇ-ମେଜରମେଣ୍ଟ ବୁକ୍ ବ୍ୟବସ୍ଥା ସହ ଯୋଡ଼ାଯାଉ।
ସେହିପରି ବିଭାଗୀୟ ମୁଖ୍ୟମାନେ ନିୟମିତ ବଡ଼ ପ୍ରକଳ୍ପର ସମୀକ୍ଷା କରିବେ, ମୁଖ୍ୟ ସଚିବ ପ୍ରତି ମାସରେ ୨୦୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ରାଜ୍ୟସ୍ତରୀୟ ସମୀକ୍ଷା କରନ୍ତୁ।
ବଡ଼ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେଉଥିବାରୁ ଆବଶ୍ୟକ ଜମିର ଅତିକମ୍ରେ ୮୦% (ଜଙ୍ଗଲ ଓ ସରକାରୀ ଜମି) ଅଧିଗ୍ରହଣ ପରେ କାମ ଆଗକୁ ବଢ଼ୁ।
ଜମି ଅଧିଗ୍ରହଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଡିଜିଟାଇଜେସନ୍ କରି ରାଜସ୍ବ ବିଭାଗ ରେକର୍ଡ ସହ ସାମିଲ କରିବାକୁ କୁହାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
