Interstate Ganja Smuggling Link Busted: ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ, ମାଡ଼ିବସିଲା ସ୍ପେଶାଲ କ୍ରାଇମ ୟୁନିଟ୍
ଭୁବନେଶ୍ୱରରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଲିଙ୍କର ପର୍ଦ୍ଦାଫାସ। ମାଡ଼ି ବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। ତମଣ୍ଡୋ ଥାନା ଅଞ୍ଚଳରୁ ଗଞ୍ଜେଇ ସହ ଜଣେ ଯୁବକଙ୍କୁ କାବୁ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ରବୀନ୍ଦ୍ର। ସେ ରାଜ୍ୟ ବାହାରର ବାସିନ୍ଦା ବୋଲି ଜଣାପଡ଼ିଛି।
ଅଭିଯୁକ୍ତଙ୍କ ନିକଟରୁ ଗଞ୍ଜେଇ ଜବତ କରାଯାଇଛି। ଭୁବନେଶ୍ୱରରୁ କେଉଁ ନେଟୱର୍କ ମାଧ୍ୟମରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲଣ ହେଉଥିଲା, ତାହାର ଲିଙ୍କ ଖୋଜୁଛି ପୋଲିସ। ଏହି ଚୋରା ଚାଲାଣ ରାକେଟ୍ ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।